ରାଜ୍ୟ

ବିଜେଡିରେ ନେତାମାନେ ଶ୍ୱାସରୁଦ୍ଧ : ଢାଲି – Ibnodisha

[ad_1]

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ବିଜେପିରେ ସାମିଲ୍ ହେବା ପରେ ଅରବିନ୍ଦ ଢାଲିଙ୍କ ଦମ୍ଭୋକ୍ତି । ବିଜେପିରେ ସାମିଲ ହେଲା ପରେ ସେ ବିଜେଡି ସରକାର ଉପରେ ଜୋରଦାର୍ ବର୍ଷିଛନ୍ତି । ସେ କହିଚନ୍ତି ବିଜେପି ଓଡିଶାରେ ନିଶ୍ଚିତ ସରକାର କରିବ । ଯେଭଳି ଲୋକେ ବିଜେପିରେ ମିଶୁଛନ୍ତି , ଲାଗୁଛି ଶହେରୁ ଉର୍ଦ୍ଧ୍ୱ ସିଟ୍ ପାଇବୁ ବୋଲି କହିଛନ୍ତି । ଶହେରୁ ଅଧିକ ବିଧାନସଭା ଓ ସବୁ ୨୧ ଲୋକସଭା ସିଟ୍ ଜିତିବୁ ବୋଲି କହିଛନ୍ତି । ରାଜ୍ୟରେ ବିଜେପି ସ୍ଥିର ସରକାର କରିବ ବୋଲି ମଧ୍ୟ କହିଛନ୍ତି । ବର୍ତ୍ତମାନର ଶାସନ ରାଜ୍ୟପାଇଁ ଆଦୌ ଉପଯୁକ୍ତ ନୁହେଁ ବୋଲି କହିଛନ୍ତି । ବିଜେଡିରେ ରହି ନେତାମାନେ ଶ୍ୱାସରୁଦ୍ଧ ହେଲେଣି । ବିଜେଡିରେ ବରିଷ୍ଠଙ୍କୁ ଯେଭଳି ସମ୍ମାନ ମିଳିବା କଥା ମିଳୁନି । ଏବେ ମଙ୍ଗ ଧରିଥିବା ଯୁବକମାନେ ଭୁଲି ଯାଇଛନ୍ତି , ଓଲ୍ଡ ଇଜ୍ ଗୋଲ୍ଡ । ଜଣେ ବିଧାୟକ ଥିବା ସ୍ଥଳେ ଆଉ ୩ ଜଣଙ୍କୁ ପ୍ରୋଜେକ୍ଟ କରୁଛନ୍ତି । ମୋ ବିରୋଧରେ ସମାନ୍ତରାଳ ସଂଗଠ ଛିଡାକଲେ । ତେଣୁ ଯେଉଁଠି ମାନ ସମ୍ମାନ ନାହିଁ , ସେହି ସ୍ଥାନ ଛାଡିଦେବା ଉଚିତ ହୋଲି କହିଛନ୍ତି । ସେଥିପାଇଁ ଘର ବାହୁଡା କଲି , ବିଜେପିରେ ଥିଲି ଆଉ ଶେଷ ଯାଏଁ ରହିବି ବୋଲି ଶ୍ରୀ ଢାଲି କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button