ରାଜ୍ୟ

ଉତ୍କଳ ବିଶ୍ୱବିଦ୍ୟାଳୟରେ ନୂଆ-ଓ ଛାତ୍ରବୃତ୍ତି ବିତରଣ କଲେ ୫-ଟି ଅଧ୍ୟକ୍ଷ – Ibnodisha

[ad_1]

ଭୁବନେଶ୍ୱର: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ନୂଆ-ଓ’ ଛାତ୍ରବୃତ୍ତି ବତରଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୫-ଟି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହ ନୂଆ-ଓ ଛାତ୍ରବୃତ୍ତିର ଆରମ୍ଭ କରି ଅନୁମୋଦନ ଆଦେଶପତ୍ର ବଣ୍ଟନ କରିଥିଲେ। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ୨୬୮୬ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି ଏବଂ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨.୬୫କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ସେ ସୂଚନା ଦେଇଥିଳେ। ଏହାସହ ୫-ଟି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ନବୀନ ନବୀନ ଓଡ଼ିଶା ସ୍ମାର୍ଟ କାର୍ଡ ଏବଂ ଓଡିଶା ମ୍ୟାଜିକ କାର୍ଡ ରେଜିଷ୍ଟ୍ରେସନ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ପଞ୍ଜୀକରଣର ଶୁଭାରମ୍ଭ କରିଛନ୍ତି। ଏହା ସମସ୍ତ ଛାତ୍ରଛାତ୍ରୀ ପାଇବେ ଏବଂ ଏଥିରୁ କେହି ମଧ୍ୟ ବାଦ ପଡ଼ିବେ ନାହିଁ ବୋଲି ପ୍ରକାଶ କରିଥିଲେ। ନବୀନ ନବୀନ ଓଡ଼ିଶା ସ୍ମାର୍ଟ କାର୍ଡ ଏବଂ ଓଡିଶା ମ୍ୟାଜିକ କାର୍ଡ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ପ୍ରତ୍ୟେକ ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ। ଏହି କାର୍ଡରେ ୱାଇଫାଇ ଆକସେସ୍, ବହି କିଣିବାରେ ରିହାତି, ଯାତ୍ରାରେ ରିହାତି ଉଭୟ ବସ୍‌ ଓ ଟ୍ରେନ୍‌, ଅନ୍‌ଲାଇନ୍ କ୍ଲାସ୍‌ରୁମ୍‌ର ସୁବିଧା, ଅନ୍‌ଲାଇନ୍ କ୍ୟାରିୟର କାଉନସେଲିଂ, ଫୋନ୍ ପାଇଁ ରିଚାର୍ଜ କରିବା ସୁବିଧା ଉପଲବ୍ଧ ହେବ। ମ୍ୟାଜିକ୍ କାର୍ଡ ହେଉଛି ଆଧାର କାର୍ଡ, ଯଦି ଛାତ୍ର ଭଲ ପ୍ରଦର୍ଶନ କରେ ତେବେ ସେମାନଙ୍କୁ ସିଲଭର କାର୍ଡ ଅପଗ୍ରେଡ୍ କରାଯାଇ ପାରିବ, ପରେ ଗୋଲ୍ଡେନ୍ ଏବଂ ତା’ ପରେ ପ୍ଲାଟିନମ୍ କାର୍ଡ ଯାହାଦ୍ୱାରା ସେମାନେ ସେମାନଙ୍କ ଅଧ୍ୟୟନ ଖର୍ଚ୍ଚ ପରିଚାଳନା କରିପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ସମୃଦ୍ଧି କାମନା କରିଛନ୍ତି। ଆର୍ଥିକ ଅନଟନ କାରଣରୁ ଉଚ୍ଚଶିକ୍ଷାରେ କୌଣସି ଛାତ୍ରଛାତ୍ରୀ ପଛରେ ରହିବା ଉଚିତ ନୁହେଁ ବୋଲି ତାଙ୍କର ଲକ୍ଷ୍ୟ ଥିଲା। ଏହି ନୂଆ-ଓ ଛାତ୍ରବୃତ୍ତି ମାଧ୍ୟମରେ ଏହି ସ୍ୱପ୍ନ ପୂରଣ ହେବ ବୋଲି ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଉଦ୍‌ବୋଧନ ଦେଇ ଛାତ୍ରଛାତ୍ରୀଙ୍କୁ କହିଥିଲେ।
ଉଚ୍ଚତର ସୋପାନକୁ ଯିବା ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିବ ଏବଂ କଠିନ ପରିଶ୍ରମ କଲେ ସଫଳତା ମିଳିବ। ଏହି କାର୍ଡ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବ୍ୟକ୍ତିତ୍ୱ ବିକାଶରେ ସହାୟକ ହୋଇପାରିବ। ଆମ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ, ଆମ ପିଲାମାନଙ୍କୁ ମୁଁ ସଶକ୍ତ କରିବି। ସାହସ ଦେବି। ଯେଉଁ ବି ସ୍ୱପ୍ନ ପିଲାମାନଙ୍କର ଅଛି ସେହି ସ୍ୱପ୍ନକୁ ସାକାର କରିବା ପାଇଁ ସାହସ ଦେବି ଓ ସଶକ୍ତ କରିବି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି। ତୁମମାନଙ୍କୁ ସଫଳତା ମିଳିଲେ ଶିକ୍ଷକଙ୍କୁ ସମ୍ମାନୀତ କରାଯିବ। ଏହାସହିତ ପିତାମାତାଙ୍କ ଆର୍ଥିକ ଚାପ ହ୍ରାସ ପାଇବ। ଶିକ୍ଷାନୁଷ୍ଠାନ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ଭଲ ପ୍ରଦର୍ଶନ କରିବ ଏବଂ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଅଧିକ ଆର୍ଥିକ ସହଯୋଗ ମିଳିପାରିବ ବୋଲିବୋଲି ପ୍ରକାଶ କରିଥିଲେ।
ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଛାତ୍ରଛାତ୍ରୀ ହେଉଛନ୍ତି ରାଜ୍ୟର ଗୌରବ। ଛାତ୍ରଛାତ୍ରୀଙ୍କ ପ୍ରତିଭାରେ ସାରା ଓଡ଼ିଶା ଓ ଦେଶ ଗର୍ବ କରୁ ଏବଂ ସେମାନଙ୍କର ଦକ୍ଷତା ଅଧିକ ବିକାଶ ତଥା ସୁନ୍ଦର ଭବିଷ୍ୟତ ପାଇଁ ଓଡ଼ିଶା ସରକାର ନୂଆ-ଓ ଛାତ୍ରବୃତ୍ତି ଆରମ୍ଭ କରିଛନ୍ତି। ଅର୍ଥ ଅଭାବରୁ କୌଣସି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଭରୁ ବଞ୍ଚିତ ହେବେନାହିଁ। ଏହି ଯୋଜନା ଅନ୍ତର୍ଗତ ସାଧାରଣ ଓ ଓବିସି ବର୍ଗର ପ୍ରତ୍ୟେକ ଯୋଗ୍ୟ ଛାତ୍ରୀ ୧୦ ହଜାର ଓ ପ୍ରତ୍ୟେକ ଯୋଗ୍ୟ ଛାତ୍ର ୯ ହଜାର ଟଙ୍କା ବୃତ୍ତି ପାଇବେ। ସେହିଭଳି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ର ଓ ଛାତ୍ରୀ ତଥା ନିର୍ମାଣ ଶ୍ରମିକ ଅଧୀନସ୍ଥ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଏହି ଅର୍ଥ ରାଶି ଯଥାକ୍ରମେ ୧୦ ହଜାର ଏବଂ ୧୧ ହଜାର ଧାର୍ୟ୍ୟ କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।
ନୂଆ-ଓ ଛାତ୍ରବୃତ୍ତି ବିତରଣ କାର୍ୟ୍ୟକ୍ରମରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ, କୁଳସଚିବ ଡ.କାହ୍ନୁଚରଣ ଧୀର ଏବଂ ଡିଏସଡବ୍ଲ୍ୟୁ ପ୍ରଫେସର ମିତାଲି ଚିନ୍ନାରା ଯୋଗଦେଇଥିଲେ।
କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମସ୍ତ ଶିକ୍ଷକ ଓ କର୍ମଚାରୀ ସକ୍ରୀୟ ଭାବେ ଅଂଶଗ୍ରହଣ କରିଥିଲେ। ସମସ୍ତଙ୍କ ସହଯୋଗରେ ଶାନ୍ତିଶୃଙ୍ଖଳା ସହିତ ନୂଆ-ଓ ଛାତ୍ର ବୃତ୍ତି ବିତରଣ କାର୍ୟ୍ରକ୍ରମରେ ସମ୍ପନ୍ନ ହୋଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button