ରାଜ୍ୟ

କପିଳା ର କଳାବେପାର କଣ୍ଟା ବିଧାୟକ ଗିଳିଛନ୍ତି।

ଯାଜପୁର:ଧର୍ମଶାଳା:IBN ଓଡିଶା (ବ୍ୟୁରୋ):-ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନ ବହୁ ଚର୍ଚ୍ଚିତ ରାହାଡପୁର କଳାପଥର ଖାଦାନ ରେ ଅନୁମୋଦନ ଠାରୁ ହଜାର ଗୁଣା ଅଧିକ ଖନନ ନେଇ କଳାପଥର ଲୁଟ ଅଭିଯୋଗ ଆସିବା ପରେ ଗତ ବୁଧବାର ଠାରୁ ଆରମ୍ଭ ହୋଇଛି ସାଟେଲାଇଟ ମାପଚୁପ।ଲିଜ ଧାରୀ ବିଜେଡି ଯୁବ ନେତା ତଥା ବାର ନମ୍ବର ଯୋନ ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ୱାମୀ ପ୍ରହଲ୍ଲାଦ ଲେଙ୍କା ଓରଫ କପିଳା ଏବେ ହରଡ଼ ଘଣାରେ ପଡିବାର ଜଳ ଜଳ ହୋଇ ଦିଶୁଛି।ଧର୍ମଶାଳା ବିଧାୟକ ଙ୍କ ପ୍ରଭାବ ବିସ୍ତାର କରି ତଥା ବିଧାୟକ ଙ୍କ ଅନୁଗତ ସାଜି ରାହାଡପୁର କଳା ପଥରର କଳା ଟଙ୍କାରେ ହଜାର ହଜାର କୋଟିଟଙ୍କାର ରାଜସ୍ୱ ଫାଙ୍କି ଉକ୍ତ ଟଙ୍କା କୁ ରାଧେ ରାଧେ ଅଧେ ଅଧେ କରୁଥିବାର ଚର୍ଚ୍ଚା ଏବେ ଧର୍ମଶାଳା ଜୋର ଧରିଛି।ଲୁଚିଛି ନା ଗୋଡ ଦୁଇଟା ଦିଶୁଛି ନ୍ୟାୟରେ ବିଧାୟକ ଅଦ୍ୟାବଧି କାହିଁକି ଚୁପ ତାକୁ ନେଇ ଏବେ ବିଜେଡି ଭିତରେ କମ୍ପନ ସୃଷ୍ଟି ହୋଇଛି।

ସୂଚନା ଥାଉକି ପାଞ୍ଚ ବର୍ଷିଆ ଲିଜ ଅବଧି ଶେଷ ହୋଇଥିବା ଧର୍ମଶାଳା ତହସିଲ ଅଧିନ ରାହାଡପୁର କଳା ପଥର ଖାଦାନର ମାପଚୁପ ପ୍ରକ୍ରିୟା ଶେଷ ହୋଇଛି। ଜିଲ୍ଲା ଓ ତହସିଲ ପ୍ରଶାସନ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ନିୟୋଜିତ ବେସରକାରୀ ସଂସ୍ଥା ମାଇଁ ୱାଲ୍ଡ କନ୍ସଲଟେନ୍ସିର ବୈଷୟିକ କର୍ମଚାରୀଙ୍କ ଦ୍ଵାରା ଡ୍ରୋନ କ୍ୟାମେରା ସହାୟତାରେ ସାଟେଲାଇଟ୍ ସର୍ଭେ ସମ୍ପୃକ୍ତ ଖଣି ଉପରେ କରାଯାଇ ଏହି ମାପଚୁପ ସମ୍ପାଦିତ କରାଯାଇଥିଲା। ତେବେ କେତେ ପରିମାଣର ଅଧିକ ଉତ୍ତୋଳନ ହୋଇଛି ଓ କେତେ କୋଟି ଟଙ୍କା ଜରିମାନା ଧାର୍ଯ୍ୟ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି। ସର୍ଭେ ଦାୟିତ୍ୱରେ ଥିବା ବୈଷୟିକ ସଂସ୍ଥା ତାର ଆକଳନ ରିପୋର୍ଟ ପ୍ରକାଶ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରିବ କି ନାହିଁ ତାକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି।
ରାହାଡପୁର ଖାଦାନଟିର ସରକାରୀ ଅନୁମୋଦନ ଠାରୁ ଲୁଟ୍‌ ପରିମାଣ ଢେର୍ ଅଧିକ ହେବ ବୋଲି ଖାଦାନର ବର୍ତ୍ତମାନର ସ୍ଥିତି ଓ ପାରିପାର୍ଶ୍ବିକ ପରିବେଶରୁ ପ୍ରଶାସନ ଓ ପରିବେଶବିତ୍ ମାନେ ଆକଳନ କରୁଥିବା ଏକ ଅସମର୍ଥିତ ସୂତ୍ରରୁ ଶୁଣିବାକୁ ମିଳୁଛି। ସେପଟେ ଲିଜଧାରୀ ମାପଚୁପକୁ ବାଟବଣା ଓ ଉପସ୍ଥିତ ଅଧିକାରୀମାନଙ୍କୁ ପ୍ରଭାବିତ କରିବା ପାଇଁ ଉକ୍ତ ଦିନ ସେଠାରେ ଆରମ୍ଭରୁ ଶେଷ ପଯ୍ୟନ୍ତ ଉପସ୍ଥିତ ଥିବା ଦେଖା ଯାଇଥିଲା। ସଂପୃକ୍ତ ଲିଜ୍‌ଧାରୀ ଆଇନ କବଳରୁ ମୁକୁଳିବା ପାଇଁ ନିୟୋଜିତ ସଂସ୍ଥା ଅଧିକାରୀ ଓ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ସହିତ କାଳେ ଡିଲ କରିଥିବା ଚର୍ଚ୍ଚାର ବିଷୟ ହୋଇଛି। ଲୁଟ୍‌କୁ ଚାପିଦେବାକୁ ଲିଜ୍‌ଧାରୀ ସବୁପ୍ରକାର ଉଦ୍ୟମ କରି ବିଫଳ ହେବା ପରେ ମାପଚୁପ କରୁଥିବା ସଂସ୍ଥାକୁ ଭରସା କରିଛନ୍ତି। ତେଣୁ ଲିଜ୍‌ଧାରୀ ଏବଂ ଉକ୍ତ ସଂସ୍ଥା ମଧ୍ୟରେ ଏକ ବଡଧରଣର ଗୁପ୍ତ ବୁଝାମଣା ହୋଇଥାଏ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ଏମିତିକି ତେବେ ଉକ୍ତ କଳା କାରବାର କୁ ଚପାଇ ଦେବା ପାଇଁ କେତେକ ପ୍ରଶଂସାନିକ ଅଧିକାରୀ,ରାଜନେତା,ମାଈ ୱାର୍ଲଡ଼ ସଂସ୍ଥା, ଏବଂ ଲିଜଧାରୀ ଙ୍କ ମଧ୍ୟରେ ପ୍ରାୟ 50 କୋଟି ଟଙ୍କାର ଭିତିରି ବୁଝାବଣା ହୋଇଥିବାର ଧର୍ମଶାଳା ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି।

ଗତ କିଛି ମାସ ପୂର୍ବରୁ ଅବଧି ଶେଷ ହୋଇଥିବା ଲିଜ ଖାଦାନ ମାପଚୁପ ପରେ ୪ ଜଣ ଲିଜ୍‌ଧାରୀଙ୍କ ନାମରେ ୧୦୫.୮୭ କୋଟି ଟଙ୍କାର ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଛି। ଜରିମାନା ହୋଇଥିବା ୪ଟି ଖାଦାନ ଠାରୁ ରାହାଡ଼ପୁର ଜରିମାନା ପ୍ରାୟ ୭୦୦କୋଟି ଟଙ୍କା ହେବ ବୋଲି ଚର୍ଚ୍ଚା ହେଉଛି। ସେଥି ପାଇଁ ରାହାଡ଼ପୁର ପାହାଡ଼ର ଚୂଡ଼ାନ୍ତ ମାପଚୁପକୁ ସମସ୍ତେ ଚାହିଁ ରହିଛନ୍ତି। କାରଣ ଏହି ପାହାଡ଼ରୁ ୫ ବର୍ଷ ପାଇଁ ୨,୩୫,୦୦୦ ଘନଫୁଟ କଳାପଥର ଉତ୍ତୋଳନ କରିବାକୁ ଅନୁମତି ରହିଥିବାବେଳେ ସେଠାରୁ ପ୍ରାୟ ଦେଢକୋଟି ଘନଫୁଟ କଳାପଥର ଲୁଟ ହୋଇଛି। ଏହିସବୁ ଅଭିଯୋଗରେ ଧର୍ମଶାଳା ତହସିଲ କର୍ତ୍ତୃପକ୍ଷ ପରୋକ୍ଷରେ ସହଯୋଗ ଦେଇ ଆସୁଛନ୍ତି। ଏହିକ୍ରମରେ ମାପଚୁପରେ ଯଦି ସ୍ବଚ୍ଛତା ଅବଲମ୍ବନ କରାନଯାଏ, ତେବେ ଅଞ୍ଚଳବାସୀ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।

ଅନ୍ୟ ପଟେ ରାଜନୈତିକ ଦୃଷ୍ଟି କୋଣ ରୁ ଦେଖିବାକୁ ଗଲେ ଧର୍ମଶାଳାରେ ପାହାଡ ଗିଳା ବିଜୁ ଜନତା ଦଳ ନେତାଙ୍କର ପତିଆରା ଅନେକ।ସ୍ୱଚ୍ଛ ଶାସନ ର ଡିଣ୍ଡିମ ପିଟୁଥିବା ନବୀନ ସରକାର ସତେ ଯେମିତି ଧର୍ମଶାଳା ପାହାଡ ଦୁର୍ନୀତି ପ୍ରତି ଆଖି ବୁଜି ଦେଇଛନ୍ତି।ଯେଉଁଥି ପାଇଁ କପିଳା କେଳେଙ୍କାରୀ କ୍ଷେତ୍ରରେ ମାନ୍ୟବର ବିଧାୟକ ଫାଇଲ କୁ ଚାପି ଦେବା କୁ ଉଦ୍ୟମ କରୁଥିବାର ଅଞ୍ଚଳ ସାରା ଚର୍ଚ୍ଚା ଜୋର ହୁଏ।ଏ ଦୁର୍ନୀତି ରେ ଲିପ୍ତ ଥିବା ମହାନାୟକ ବିଜେଡ଼ି ଯୁବ ନେତା ତଥା ବାର ନମ୍ବର ଯୋନ ର ଜିଲ୍ଲା ପରିଷଦ ସଭ୍ୟା ଙ୍କ ସ୍ୱାମୀ ପ୍ରହ୍ଲାଦ ଲେଙ୍କା ଓରଫ କପିଳା ହୋଇଥିବା ବେଳେ ସ୍ଥାନୀୟ ବିଧାୟକ ଙ୍କ ଛତ୍ର ଛାୟା ତଳେ ରହି ଟ୍ରାକ୍ଟର ଡ୍ରାଇଭର ରୁ କୋଟି ପତି ହେବା ଘଟଣା ଧର୍ମଶାଳା ବାସୀ ଙ୍କୁ ଅଛପା ନାହିଁ।ଯେଉଁଥିପାଇଁ ଚୋରି ଉପରେ ସିନା ଚୋରି ହେଉଥିଲେ ମଧ୍ୟ ସବୁ ଦେଖି ନିଦା ବିଷ୍ଣୁ ସାଜିଛନ୍ତି ବିଧାୟକ ପ୍ରଣବ।ପ୍ରଣବ ଙ୍କ ରାଇଟ ହ୍ୟାଣ୍ଡ ତଥା ବ୍ୟବସାୟିକ ଏଜେଣ୍ଟ ସାଜି ବିଧାୟକ ଙ୍କ ବାହୁ ଛାୟା ତଳେ ଥାଇ କପିଳା ଖୁବ କମ୍ ଦିନରେ ଏବେ ଅଧିକ ଆଗେଇବା ଦଳର ବହୁ ସଂଖ୍ୟକ ଯୁବ କର୍ମୀ ଏବଂ ପୁରୁଖା କର୍ମୀ ଙ୍କ ପାଇଁ ଇର୍ଷା ର କାରଣ ହୋଇଛି।ତେଣୁ କପିଳା ପ୍ରସଙ୍ଗରେ ଧର୍ମଶାଳା ବିଧାୟକ ଜନ ବିରୋଧୀ ହୋଇ ପଡ଼ିଥିବା ବେଳେ ବିଜେଡି ମହଲରେ କମ୍ପନ ସୃଷ୍ଟି ହୋଇଛି।
ଧର୍ମଶାଳା ର ରାହାଡପୁର ସ୍କାମ ରାଜ୍ୟରେ ସବୁଠୁ ଚର୍ଚ୍ଚା ହୋଇଥିବା ବେଳେ ଏକଥା ଏବେ ତୃତୀୟ ମହଲା ରେ ପହଁଚିଲାଣି।ଏମିତିକି କପିଳା ଙ୍କୁ ଘଣ୍ଟ ଘୋଡେଇବାକୁ ଯାଇ ସ୍ଥାନୀୟ ବିଧାୟକ ଯଥା ପ୍ରଣବ ବଲବନ୍ତରାୟ ଖୁବ ଶୀଘ୍ର ଅଡ଼ୁଆରେ ପଡିବା ନେଇ ସ୍ପଷ୍ଟ ହୋଇଛି।

।ବିଧାୟକ ଙ୍କ ଏଜେଣ୍ଟ ସାଜିଥିବା କପିଳା ସାଧାରଣ ଟ୍ରାକ୍ଟର ମାଳିକ ରୁ ବହୁ କୋଟି ଟଙ୍କାର ମାଲିକ ହେଲେ ନାହିଁ ବରଂ କପିଳା ଙ୍କ ପତ୍ନୀ ଦୁଇ ଦୁଇ ଥର ଜିଲ୍ଲା ପରିଷଦ ସଭ୍ୟା ହୋଇଗଲେ।ବିଜେଡି ର ମୁଖ୍ୟ କ୍ଷମତା କେନ୍ଦ୍ର ର କପିଳା ପାୱାର ଫୁଲ ହୋଇ ଯାଇଥିବା ବେଳେ ଯାହାକୁ ବିଜେଡି ଦଳରେ ଅନ୍ୟ କର୍ମୀ ମାନେ ଆଦୌ ବରଦାସ୍ତ କରି ପାରୁ ନାହାନ୍ତି।ଯେଉଁଥିପାଇଁ ଏହି କର୍ମୀ ମାନେ କପିଳା କୁ ଖାଲ ରେ ପକେଇବାକୁ ବିଧାୟକ ଙ୍କ ଏହି ଆଗୁଆ ଛାମୁ ମାନେ ଏବେ ରଣ କୌଶଳ ପ୍ରସ୍ତୁତ କରି ସାରିଲେଣି।ଏମିତି କି କପିଳା ପାଇଁ ଏମାନେ ବିଧାୟକ ଙ୍କ ବିରୋଧରେ ଚକ୍ରାନ୍ତ ଆରମ୍ଭ କରିଦେଇଛନ୍ତି।ଦୀର୍ଘ ବର୍ଷ ହେଲା ଦଳ ପାଇଁ କାର୍ଯ୍ୟ କରି ଆସୁଥିବା ନେତା ମାନେ ଆର୍ଥିକ ଏବଂ ରାଜନୈତିକ କ୍ଷେତ୍ରରେ ଆଗେଇ ପାରି ନାହାନ୍ତି।ହେଲେ କପିଳା ଏ କ୍ଷେତ୍ରରେ ଉଭୟ ବ୍ୟବସାୟିକ ଉର୍ଣ୍ଣତ୍ତି ଏବଂ ରାଜନୈତିକ ପଦ ପଦବୀ କୁ ଲୋକେ ଗ୍ରହଣ କରି ପାରୁ ନାହାନ୍ତି।ଧର୍ମଶାଳା ରେ ଗୋଟେ ପରିବାର ୧୯୯୫ମସିହାରୁ ୨୦୨୨ ପର୍ଯ୍ୟନ୍ତ ୨୭ବର୍ଷ କ୍ଷମତା ରେ ରହିବା ପରେ ବି ଯୁବ ଗୋଷ୍ଠି ଙ୍କ ଆତ୍ମ ନିଯୁକ୍ତି ପାଇଁ କୌଣସି ପ୍ରଦକ୍ଷେପ ଗ୍ରହଣ କରା ନଯାଇ କେବଳ କପିଳା ପରି ଯୁବକକୁ ସବୁ କିଛି ଓଜାଡି ଦିଆଯାଇଛି।ରାହାଡପୁର କଳାପଥର ବ୍ୟବସାୟ କେବଳ ଲୋକ ଦେଖିବାକୁ କପିଲା କରୁଥିଲେ ମଧ୍ୟ ବାସ୍ତଵିକ ଏହି କଳା ବେପାର ର ଅନ୍ତରାଳରେ ଧର୍ମଶାଳା ବିଧାୟକ ମାଲିକ ସାଜିଥିଲେ ବୋଲି ସାଧାରଣ ରେ ଆଲୋଚନାର ବିଷୟ ପାଲଟି ଥିବା ବେଳେ ଏପଟେ ଜିଲ୍ଲାର ଏଡିଏମ୍ ଶ୍ରୀଯୁକ୍ତ ଅକ୍ଷୟ କୁମାର ମଲ୍ଲିକ ଙ୍କ ବଦଳି ଘଟଣା ଅଚାନକ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।କାରଣ କପିଳା କେଳେଙ୍କାରୀ ରେ ମୋଟା ଅଙ୍କର ଡିଲ ହୋଇଥିବାର ଚାରିଆଡେ ଗଣ ମାଧ୍ୟମ ରେ ଖବର ପ୍ରସାରଣ ପରେ ତୃତୀୟ ମହଲା ର ନିର୍ଦେଶ ରେ ଏ ବଦଳି କରାଯାଇଛି ବୋଲି ଗୁପ୍ତ ସୂଚନା ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button