ରାଜ୍ୟ

ଗରିବ ପରିବାରକୁ ରାସନ ଓ ଔଷଧ ଯୋଗାଇଲେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସଦସ୍ୟ

ଯାଜପୁର:ଧର୍ମଶାଳା:IBN ଓଡିଶା:-

ସେବାରେ ସେବାରେ ନିଜକୁ ନିୟୋଜିତ କରିଛି ଅଂଶୁମାନ ଟ୍ରଷ୍ଟ।ତେବେ ଟ୍ରଷ୍ଟ ର ସଦସ୍ୟମାନେ ପୁଣି ଏକ ମହତ କାର୍ଯ୍ୟ କରିଛନ୍ତି। ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ସାହୁଙ୍କ ପରାମର୍ଶ କ୍ରମେ ରସୁଲପୁର ବ୍ଲକ ଶ୍ରୀଵନ୍ତପୁର ପଂଚାୟତର ଦୁଇ ଅସହାୟ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ଟ୍ରଷ୍ଟ୍‌ର ସଦସ୍ୟମାନେ। ୨ ପରିବାର ଲୋକେ ଖୁବ୍ ଅଭାବ ଅନାଟନରେ ରହୁଥିବା ଖବର ପାଇ ଟ୍ରଷ୍ଟର ସଦସ୍ୟମାନେ ସେମାନଙ୍କ ପାଖରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ସେମାନଙ୍କୁ ଦୁଇ ମାସର ରାସନ ସାମଗ୍ରୀ ଦେବା ସହ ଔଷଧ ଓ କିଛି ଆର୍ଥିକ ସହାୟତା ବି କରିଥିଲେ।

ଏହାଛଡ଼‌ା ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ପଂଚାୟତ ପଲା ଗ୍ରାମର ଏକ ଅତ୍ୟନ୍ତ ଗରିବ ପରିବାରର ଜଣେ ସଦସ୍ୟ କିଛି ଦିନ ତଳେ ମୁର୍ତ୍ୟୁବରଣ କରିଥିବା ବେଳେ ଶୁଦ୍ଧିକ୍ରିୟା ପାଇଁ ବହୁତ ଅସୁବିଧା ହେଉଥିଲା। ଏହି ଖବର ପାଇ ଟ୍ରଷ୍ଟର ସଦସ୍ୟମାନେ ସେଠାରେ ପହଂଚି ତାଙ୍କ ପରିବାରକୁ ବି କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ ଦୁଇ ମାସର ରାସନ ସାମଗ୍ରୀ ପ୍ରଦାନ କରିଥିଲେ।

ସେହିପରି କୋତପୁର ପଂଚାୟତ ବଜ୍ରଗିରି ଗ୍ରାମର ଏକ ଅସହାୟ ପରିବାରର ମୁଖିଆ କିଡ୍‌ନୀ ରୋଗ ପୀଡିତ ଥିଲେ। ଚିକିତ୍ସା ପାଇଁ ବହୁତ ଅସୁବିଧା ହେଉଥିବା ଖବର ପାଇ ଟ୍ରଷ୍ଟର ସଦସ୍ୟମାନେ ସେଠାରେ ପହଂଚି ତାଙ୍କୁ ଆର୍ଥିକ ସହାୟତା କରିବା ସହ ଦୁଇ ମାସର ରାସନ ସାମଗ୍ରୀ ପ୍ରଦାନ କରିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button