ରାଜ୍ୟ

ଡିଏଭି ପୋଖରୀପୁଟରେ ଜାତିର ପିତା ଓ ଶାନ୍ତିଦୂତଙ୍କ ଜୟନ୍ତୀ ପାଳିତ – Ibnodisha

[ad_1]

ଭୁବନେଶ୍ୱର : ଡିଏଭି ପୋଖରୀପୁଟରେ ଓଡ଼ିଆ ମାଟିର ଦୁଇ ବୀର ପୁତ୍ର ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତିରଦୂତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀକୁ ଅତ୍ୟନ୍ତ ସଦ୍‌ଭାବନାର ସହିତ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ରାଷ୍ଟ୍ରର ଏହି ଦୁଇ ମହାନ ସୁପୁତ୍ରଙ୍କ ଫଟୋଚିତ୍ରରେ ଭକ୍ତି ସୁମନ ଅର୍ପଣ କରିଥିଲେ । ଗାନ୍ଧିଜୀଙ୍କ ପ୍ରିୟ ଭଜନ ‘‘ ବୈଷ୍ଣବ ଜନତୋ….’’ କୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଭକ୍ତିର ସହ ଗାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ଇତିହାସ ବିଭାଗର ଶିକ୍ଷକ ରିକି ପାଲ୍ଜା ତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନୀ ଦର୍ଶ ସମ୍ପର୍କରେ ଆଲୋକପାତ କରିଥିବାବେଳେ ଡ.ଗିରିଜା ଶଙ୍କର ବଳ ଶାସ୍ତ୍ରୀଜୀ ଜୀବନୀ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ଦୁଇମହାନ୍ ଜନନାୟକଙ୍କ ନିର୍ଭୀକତା, ସଚ୍ଚୋଟତା, ସାଧୁତା ତଥା ଦେଶ ପ୍ରୀତି ଭାବନାକୁ ଅନୁକରଣ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ। ପରିଶେଷରେ ସାଂସ୍କୃତିକ ବିଭାଗର ଶିକ୍ଷକ ସଞ୍ଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button