ଦେଶ

ଉଡ଼ନ୍ତା ବିମାନରେ ଅଣନିଶ୍ବାସୀ ହୋଇଗଲା ୬ ମାସର ପିଲା; ଜୀବନ ରକ୍ଷା କଲେ ବିମାନରେ ଥିବା ୨ଜଣ ଡାକ୍ତର – Ibnodisha

[ad_1]

ନୂଆଦିଲ୍ଲୀ: ଜନ୍ମରୁ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇଥିବା ଜଣେ ୬ ମାସର ପିଲା ଶନିବାର ଦିନ ରାଞ୍ଚି-ଦିଲ୍ଲୀ ବିମାନରେ ଯିବା ବ‌େଳେ ଅଣନିଶ୍ବାସୀ ହୋଇଯିବାରୁ ଯାତ୍ରୀମାନଙ୍କ ଭିତରେ ଥିବା ୨ଜଣ ଡାକ୍ତର ତା’ର ଜୀବନ ରକ୍ଷା କରିଛନ୍ତି।

ସେମାନେ ହେଉଛନ୍ତି, ଆଗରୁ ଡାକ୍ତରୀ ପଢ଼ିଥିବା ‘ଆଇଏଏସ୍‌’ ଅଫିସର୍‌ ଡାକ୍ତର ନୀତିନ କୁଲକର୍ଣ୍ଣି ଓ ରାଞ୍ଚି ସଦର ହସ୍ପିଟାଲ୍‌ର ଡାକ୍ତର ମୋଜାମ୍ମିଲ୍‌ ଫେରୋଜ୍। ପ୍ରାପ୍ତ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଏକ ମାସ୍କ୍‌ ବ୍ୟବହାର କରି ଦୁହେଁ ପିଲାଟିକୁ ‘ଅକ୍ସିଜେନ୍‌’ ଯୋଗାଇ ଦେଇଥିଲେ। ପିଲାର ‘ମେଡିକାଲ୍‌ ରେକର୍ଡ’ ଯାଞ୍ଚ କରିବା ପରେ ସେମାନେ ତାକୁ ‘ଥିଓଫିଲାଇନ୍‌’ ଇଞ୍ଜେକ୍‌ସନ୍‌ ସମେତ ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ଔଷଧ ମଧ୍ୟ ଦେଇଥିଲେ। ପିଲାର ବାପାମାଆଙ୍କ ପାଖରେ ଥିବା ‘ଡେକ୍ସୋନା’ ଇଞ୍ଜେ୍‌କ୍ସ‌ନ୍‌ଟି ପରିସ୍ଥିତି ସମ୍ଭାଳିବାରେ ଖୁବ୍‌ ସହାୟକ ହୋଇଥିଲା।

Indigo Flight
Image Courtesy of India Today

ଉପରୋକ୍ତ ଉପଚାର ପରେ ପିଲାର ସ୍ବାସ୍ଥ୍ୟାବସ୍ଥା ସୁଧୁରୁଥିବାର ଲକ୍ଷଣ ଦେଖାଗଲା। ଅଳ୍ପ ସମୟ ପରେ ପିଲାଟି ପାଟି କରିବା ସହିତ ଆଖି ଖୋଲିଲା। ଡାକ୍ତରମାନେ କହିଛନ୍ତି, ଘଟଣାର ପ୍ରଥମ ୧୫/୨୦ ମିନିଟ୍‌ ଥିଲା ଖୁବ୍‌ ଗୁରୁତ୍ବପୂର୍ଣ୍ଣ।

ତା’ପରେ ଦୁଇ ଡାକ୍ତର ବିମାନର ଅବତରଣ ଉପରେ ପ୍ରାଥମିକତା ଦେବା ସହିତ ବିମାନ ବନ୍ଦରରେ ପିଲାଟିକୁ ଡାକ୍ତରୀ ସହାୟତା ଦେବା ପାଇଁ ଆଗୁଆ ପ୍ରସ୍ତୁତି ପାଇଁ ଅନୁରୋଧ କରିଥିଲେ। ଘଟଣାର ଏକ ଘଣ୍ଟା ପରେ ବିମାନ ଦିଲ୍ଲୀରେ ଅବତରଣ କରିଥିଲା।

ସୂଚନାଯୋଗ୍ୟ, ଦିଲ୍ଲୀସ୍ଥିତ ‘ଏମ୍‌ସ୍‌’ରେ ଚିକିତ୍ସା କରାଇବା ଲାଗି ବାପାମାଆ ସେ ପିଲାକୁ ନେଇ ଉକ୍ତ ବିମାନରେ ଯାଉଥିଲେ। ସମ୍ପ୍ରତି ଡାକ୍ତର କୁଲକର୍ଣ୍ଣି ଝାଡ଼ଖଣ୍ଡ ରାଜ୍ୟପାଳଙ୍କର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button