ରାଜ୍ୟ

ଆରମ୍ଭ ହେଲା ପ୍ରସିଦ୍ଧ ସମ୍ବଲପୁରୀ ଧନୁଯାତ୍ରା – Ibnodisha

[ad_1]

ସମ୍ବଲପୁର: ଧନୁଯାତ୍ରା ଆମ ପରମ୍ପରା ସହ ଜଡ଼ିତ। ବୁଧବାର ଗଙ୍ଗାଧର ମଣ୍ଡପରେ ‌ଆୟୋଜିତ ସମ୍ବଲପୁରୀ ଧନୁଯାତ୍ରାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭାରମ୍ଭ କରିଛନ୍ତି। ଏହି ଧନୁଯାତ୍ରାରେ କମିଟିର ସଭାପତି ସଞ୍ଜୟ ବାବୁ ଧନୁଯାତ୍ରାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବି‌ଷୟରେ କହିବା ସହ ଆମ ସମ୍ବଲପୁରୀ ଭାଷାରେ ଧନୁଯାତ୍ରା ଆରମ୍ଭ କରି ସମ୍ବଲପୁର ସହରରେ ନୂଆ ଇତିହାସ ସୃଷ୍ଟି କରିଛି ବୋଲି କହିଛନ୍ତି। ସଂପାଦକ ଗୁଣରଞ୍ଜନ ସାଲିମା ଅତିଥି ଓ କଳାକାରଙ୍କ ପରିଚୟ ପ୍ରଦାନ କରିଥିଲେ। ଏହାପରେ ଉଗ୍ରସେନଙ୍କ ଗାଦିଚ୍ୟୁତ ଓ ମହାରାଜ କଂସଙ୍କ ରାଜ ଅଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରଙ୍ଗସଭାରେ ସମ୍ବଲପୁରୀ ନୃତ୍ୟ ଅନୁଷ୍ଠିତ ହୋଇଥିଲା। ସକାଳେ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଆଜ୍ଞାମାଳ ଆଣି ଯାତ୍ରାସ୍ଥଳରେ ସ୍ଥାପନ କରାଯାଇଥିଲା। ଅନୁଷ୍ଠିତ ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲଦୁଲି ବାଦ୍ୟ ଓ ସଂର୍କୀତ୍ତନ ଦଳ ସାମିଲ ହୋଇଥିଲେ। ମନ୍ଦିରରୁ ବାହାରି ବାଲିବନ୍ଧା, କୁଞ୍ଜେଲପଡ଼ା, ସାନସଡ଼କ, ବଡ଼ସଡ଼କ, ନନ୍ଦପଡା, ଝାଡ଼ୁଆପଡ଼ା, ମ୍ୟୁନିସିପାଲିଟି ଛକ ଦେଇ ଶୋଭାଯାତ୍ରା ଗଙ୍ଗାଧର ମଣ୍ଡପରେ ପହଞ୍ଚିଥିଲା। ଏଥିରେ ଯାତ୍ରା କମିଟିର ସଭାପତି ଶ୍ରୀ ବାବୁଙ୍କ ସଂପାଦକ ଗୁଣରଞ୍ଜନ ସାଲିମା, ରେଢ଼ାଖୋଲ ବିଧାୟକ ଇଂ.ରୋହିତ ପୂଜାରୀ, ଫଣୀନ୍ଦ୍ର ପଣ୍ଡା, ସୌରୀନାରାୟଣ ପାଣିଗ୍ରାହୀ, ନିଶିକାନ୍ତ ବିଶ୍ୱାଳ, ଘୁନୁଚରଣ ପାଢୀ, ଅରୁଣ ସାହୁ, ଲଲିତମୋହନ ବେବର୍ତ୍ତା, କୃଷ୍ଣଚନ୍ଦ୍ର ବାଗ, ସୁରେଖା ସାହୁ, ଶ୍ୱେତା ପଣ୍ଡା, ଅନ୍ନପୂର୍ଣ୍ଣା ମିଶ୍ର, ରେଖା ଗୁପ୍ତା, ପ୍ରିୟଙ୍କା, ଯୋଗେଶ ନନ୍ଦ, ଡା.ରାଜାରାମ ଷଡ଼ଙ୍ଗୀ, ରାହୁଲ ଗୁପ୍ତା, ରାମଦାଶ ପଣ୍ଡା, ବବୁଲୁ ବାଗ, ପ୍ରଶାନ୍ତ ମହାରଣା, ପୂର୍ଣ୍ଣଚନ୍ଦ୍ର ଗର୍ଡିଆ, ଜୟକୃଷ୍ଣ ବେହେରା, ଚୈତନ୍ୟ ନାୟକ, ସବ୍ୟସାଚି ମିଶ୍ର, ସ୍ୱାଧୀନ ପଣ୍ଡା, ଦୂଷ୍ମନ୍ତ ପଣ୍ଡା, ସତ୍ୟନାରାୟଣ ଠାକୁର, ରାଜେଶ ବେହେରା, ସଞ୍ଜୀବ ଦେହୁରୀ, ବରୁଣ ସାହୁ, ପ୍ରମୋଦ ମଗର, ପ୍ରଦୀପ ପ୍ରଧାନ, ଓମ ସାଇରାମ ପଣ୍ଡା ପ୍ରମୁଖ କର୍ମକର୍ତ୍ତା ଓ କଳାକାର ସାମିଲ ହୋଇଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button