ରାଜ୍ୟ

ଜେଜେଙ୍କ ଶୁଦ୍ଧିକ୍ରିୟାକୁ ଆସି ନିଖୋଜ ନାତି – Ibnodisha

[ad_1]

କେନ୍ଦ୍ରାପଡ଼ା: ଜିଲ୍ଲା କାଣୀ ନଦୀରେ ଅଘଟଣ । ଜେଜେଙ୍କ ଶୁଦ୍ଧିକ୍ରିୟା ପାଇଁ ଆସି ନଦୀରେ ନିଖୋଜ ହୋଇଗଲେ ନାତି । ଦଶାହ କର୍ମରେ ଶୁଦ୍ଧି ହେବା ପରେ ନଦୀରେ ଶୌଚ ହେଉଥିବା ବେଳେ ବୁଡିଗଲେ ନାତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗାଁରେ । ତେବେ ମୃତକ ଜଣକ ହେଲେ ରାକେଶ ଗିରି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି । ମଙ୍ଗରାଜପୁର ପୁରୋସ୍ତମ ଗିରିଙ୍କର ବୟସାଧିକ କାରଣରୁ ମୃତ୍ୟୁ ହୋଇଥିଲା । ଗତକାଲି ଦିନ ତାଙ୍କର ଦଶା କାର୍ଯ୍ୟ ରହିଥିଲା । ତେଣୁ ସମସ୍ତ ବନ୍ଧୁ ପରିଜନ ନଦୀ ତୁଠରେ ଦଶା କାର୍ଯ୍ୟ କରିବା ପାଇଁ ଯାଇଥିଲେ । ଏହି ସମୟରେ ତିନି ଜଣ ଯୁବକ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ ସେମାନଙ୍କ ନଦୀରେ ଗୋଡ଼ ଖସିଯାଇଥିଲା । ହେଲେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ହୋଇଯାଇଥିଲେ ।

ତେବେ ନିଖୋଜ ଯୁବକ ଜଣକ ପୁରୋସ୍ତମଙ୍କ ନାତି ହୋଇଥିବା ବେଳେ ସେ ଦିଲ୍ଲୀରେ ରହି ଚାଟାର୍ଡ ଆକାଉଣ୍ଟାଣ୍ଟ ପାଠ ପଢୁଥିବା ଜଣାପଡ଼ଛି । ସେ ଗତ ୬ ତାରିଖରେ ଘରେ ପହଞ୍ଚିଥିଲେ । ତେବେ ଗତକାଲି ସାହି ଭାଇଙ୍କୁ ନେଇ ପୁରୋସ୍ତମଙ୍କ ଶୁଦ୍ଧିକ୍ରିୟା କାଣୀ ନଦୀ ତୁଠରେ ଚାଲିଥିବା ବେଳେ ନାତି ରାକେଶ ଗିରି (୨୨) ଶୁଦ୍ଧି ପରେ ନଦୀରେ ଶୌଚ ହେବାକୁ ଯାଇଥିବା ବେଳେ ହଠାତ ବୁଡି ଯାଇଥିଲେ । ତେବେ କାଣୀ ନଦୀର ସ୍ରୋତ ପ୍ରଖର ଥିବା କାରଣରୁ ସାଙ୍ଗରେ ଥିବା ଅନ୍ୟମାନେ ରାକେଶଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପରେ ଆଳି ଅଗ୍ନିଶମ ବାହିନୀକୁ ଖବର ଦିଆଯିବା ପରେ ଅଗ୍ନିଶମ ବିଭାଗ ପହଞ୍ଚି କାଣୀ ନଦୀରେ ଖୋଜାଖୋଜି ଜାରି ରଖିଛି । ତେବେ ସନ୍ଧ୍ୟା ହୋଇଯାଇଥିବା କାରଣରୁ ଏପର୍ଯ୍ୟନ୍ତ ରାକେଶଙ୍କ ସନ୍ଧାନ ମିଳିନଥିବା ବେଳେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିବା ସ୍ପଷ୍ଟ ହୋଇଛି । ଅସାବଧାନତା ଯୋଗୁଁ ଏଭଳି ଘଟଣା ଘଟିଥିବା ଜଣେ ପଡ଼ିଛି । ସେପଟେ ଗାଁରେ ଶୋକର ଛାୟା ଖେଳିଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button