ରାଜ୍ୟ

ମାର୍ଚ୍ଚ ୧୫ରୁ ମାଟ୍ରିକ ଖାତାଦେଖା – Ibnodisha

[ad_1]

କଟକ: ଆସନ୍ତା ୧୫ରୁ ଆରମ୍ଭ ହେବ ହେବ ମାଟ୍ରିକ ଖାତାଦେଖା ପ୍ରକ୍ରିୟା । ୧୪ ତାରିଖରୁ ନିୟୋଜିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟ କରିବେ । ପ୍ରାୟ ୧୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀମାନେ ଖାତା ଦେଖାରେ ସାମିଲ ହେବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସଠିକ ମୂଲ୍ୟାୟନ ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ନିର୍ଭୁଲ ମୂଲ୍ୟାୟନ ଉପରେ ଗୁରୁତ୍ୱ ଦେବାକୁ ବୋର୍ଡ ପରାମର୍ଶ ଦେଇଛି । ୧୨ରୁ ୧୫ ଦିନ ମଧ୍ୟରେ ଖାତାଦେଖା ପ୍ରକ୍ରିୟା ଶେଷ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପୂର୍ବରୁ ମୂଲ୍ୟାୟନ ଶେଷ କରାଯିବ । ଯେଉଁ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ଖାତା ଦେଖାରେ ସାମିଲ ହେବେ, ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି । ମୂଲ୍ୟାୟନ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ଏବଂ ଫ୍ୟାନର ବ୍ୟବସ୍ଥା କରିବାକୁ ମଧ୍ୟ ବୋର୍ଡ ପରାମର୍ଶ ଦେଇଛି ।

ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା । ୩ ହଜାର ୦୪୭ଟି କେନ୍ଦ୍ରରେ ପ୍ରାୟ ୫ ଲକ୍ଷ ୬୨ ହଜାର ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । କପି ରୋକିବା ପାଇଁ ବୋର୍ଡ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲା । ଇଓ ସହାୟତାରେ ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ପରିଚାଳନା କରାଯାଇଥିଲା । ଏଥର ଯେପରି କୌଣସି ପରୀକ୍ଷା କେନ୍ଦ୍ରରେ ବିଶୃଙ୍ଖଳା ନହୁଏ ସେଥିପାଇଁ ପୁରା ଦମ ଲଗାଇ ଦେଇଥିଲେ ବୋର୍ଡ କର୍ତ୍ତୃପକ୍ଷ । କପି ରୋକିବା ହେଉ କିମ୍ବା ପ୍ରଶ୍ନପତ୍ର ଭାଇରାଲ ହେଉ,ଏହି ନୂଆ ଟେକ୍ନୋଲୋଜି ବ୍ୟବହାର କରି ପରୀକ୍ଷା ପ୍ରକ୍ରିୟାକୁ ପରିଚାଳନା କରିଛି ବୋର୍ଡ । ଏଥିପାଇଁ ଇଓ ବା ଆର୍ଟିଫିସିଆଲ ଇଣ୍ଟେଲଜେନ୍ସର ସହାୟତା ନେଇଛି ବୋର୍ଡ । ଏହି ନୂଆ ବ୍ୟବସ୍ଥାରେ ବୋର୍ଡକୁ ମିଳିଛି ଫାଇଦା । ପରୀକ୍ଷା ପରିଚାଳନାରେ ଅନିୟମିତତାକୁ ଠାବ କରିବାରେ ସକ୍ଷମ ହୋଇଛି ବୋର୍ଡ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button