IBN ଓଡ଼ିଶା ବ୍ୟୁରୋ

ଜଳାପୋଡା ସମୟରେ ମନେ ପଡୁ ନାହିଁ କି ଘରୋଇ ଉପଚାର ? ଜାଣନ୍ତୁ ଏହି ଟିପ୍ସ ନଚେତ ସବୁଦିନ ପାଇଁ ଆପଣ ହେରେଇବେ ସୁନ୍ଦର ତ୍ୱଚା

ସାଧାରଣତଃ ନିଆଁ ମଣିଷ ଶରୀର ପାଇଁ ବହୁତ ଖତରନାକ୍ ହୋଇଥାଏ। ଯଦି ଆମେ ଅଗ୍ନି ସହ କେଉଁ କାର୍ଯ୍ୟ କଲା ବେଳେ ଯଦି ଟିକେ ମଧ୍ୟ ଅସାବଧାନତା ହୋଇଯିବା ତେବେ ଏହାର ପରିଣାମ ଭୟଙ୍କର ହୋଇଥାଏ। ଆପଣ ମାନେ ଜାଣିଛନ୍ତି ରୋଷେଇ କରିବା ବେଳେ ଆମକୁ ସାବଧାନତାର ସହ ରୋଷେଇ କରିବାକୁ ପଡିଥାଏ। ଯଦି ଅସାବଧାନତା ହେବା ତେବେ ହାତ ପୋଡି ଯିବାର ସମ୍ଭାବନା ହୋଇଥାଏ।

ତେବେ ଏହି ପୋଡା ଜଳା ଅତ୍ୟନ୍ତ କଷ୍ଟକର ହୋଇଥାଏ। ତେବେ ଆମକୁ ସାଙ୍ଗେ ସାଙ୍ଗେ ଘରୋଇ ଉପଚାର ପ୍ରଥମେ କରିବାକୁ ପଡିଥାଏ। ଯଦି ଆମେ ସଠିକ ସମୟରେ ଠିକ ଉପଚାର ନ କରିବା ତାହାଲେ ଶରୀରରେ ପୋଡା ଦାଗ ସାରା ଜୀବନ ପର୍ଯ୍ୟନ୍ତ ରହିଯିବ। କିନ୍ତୁ ମୁଖ୍ୟକଥା ହେଉଛି ସଠିକ ସମୟରେ ଆମେ ଘରୋଇ ଉପଚାର କରିବା କଥା ଭୁଲି ଯାଉ। ତେବେ ଆଜି ଆମେ ଆପଣଙ୍କୁ ପୋଡା ଜଳା ଉପଚାର ବିଷୟରେ କହିବାକୁ ଯାଉଛୁ।

ଯଦି ଉପଚାର ନ କରିବ ତେବେ ଡ୍ୟାମେଜ ହୋଇଯିବ ସ୍କିନ

ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଯଦି ସ୍କିନ ଜଳି ଯାଉଛି ତେବେ ଆମକୁ ତୁରନ୍ତ ଉପଚାର କରିବାକୁ ପଡିବ। ଅର୍ଥାତ ଆମକୁ ଉପଚାରରେ କିଛି ଆଣ୍ଟି ସେପ୍ଟିକ କିମ୍ବା ଆଣ୍ଟି ବ୍ୟାକ୍ଟେରିଆଲ ଲଗେଇବାକୁ ନଚେତ ସ୍କିନ ସମ୍ପୂର୍ଣ୍ଣ ରୂପେ ସାରା ଜୀବନ ପର୍ଯ୍ୟନ୍ତ ଡ୍ୟାମେଜ ହେବାର ସମ୍ଭାବନା ରହିଛି। ଯଦି ସଠିକ ସମୟରେ ମେଡ଼ିସିନ ନ ଖାଇବା ଅବା ନ ଲଗେଇବା ତେବେ ଶରୀରରେ ଏହି ପୋଡାଜଳା ଦାଗ ସବୁ ଦିନ ପାଇଁ ରହିଯିବ।

ତୁଳସୀ ଲଗାନ୍ତୁ ହେବ ନାହିଁ ଜଳାପୋଡା

ତେବେ ଆପଣମାନେ ଜାଣିଥିବେ ଯେ ତୁଳସୀ ଅତ୍ୟନ୍ତ ଉପକାରୀ ବୃକ୍ଷ ଅଟେ। ଏହାକୁ ପ୍ରାକୃତିକ ବୈଦ ବୋଲି ମଧ୍ୟ କୁହାଯାଏ। ତେବେ ଯଦି ଆପଣଙ୍କ ଶରୀର ଅଗ୍ନି ସଂସ୍ପର୍ଶରେ ଆସି ପୋଡା ଜଳା ହେଉଛି ତେବେ ତୁଳସୀ ପତ୍ର ସେଥିରୁ ଉପଶମ ଦେଇଥାଏ। ଯଦି ଆପଣ ୪ ରୁ ୫ ପତ୍ର ଗଛରୁ ଆଣି ପୋଡା ଜଳା ସ୍ଥାନରେ ଲଗେଇ ଦେଉଛନ୍ତି ତେବେ ସେଥିରୁ ଉପଶମ ମିଳିବ।

ନଡ଼ିଆ ତେଲ ଲଗେଇଲେ ରହିବ ନାହିଁ ଦାଗ

ତେବେ ଯଦି ପୋଡା ଜଳା ଅଧିକ ହୁଏ ତେବେ ଆପଣ ସେହି ସ୍ଥାନରେ ନଡ଼ିଆ ତେଲ ମଧ୍ୟ ଲଗେଇ ପାରିବେ। ତେବେ ଏହାକୁ ଲଗେଇଲେ ପୋଡାଜଳା ତ କମ୍ ହୋଇଯିବ ଏଥିସହିତ ଦାଗ ମଧ୍ୟ ଲିଭି ଯିବ।

ମହୁ ଲଗେଇବା ଦ୍ୱାରା ହୋଇଥାଏ ଫାଇଦା

ଏହାବ୍ୟତୀତ ଆପଣ ଜଳାପୋଡା ସ୍ଥାନରେ ମହୁ ମଧ୍ୟ ଲଗେଇ ପାରିବେ। ଏହା ମଧ୍ୟ ଜଳାପୋଡା ରୁ ରକ୍ଷା କରିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button