ରାଜନୀତି

ଆଜି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିବେ ରାଜ୍ୟ ବିଜେପିର ବରିଷ୍ଠ ନେତା – Ibnodisha

[ad_1]

ଭୁବନେଶ୍ୱର: ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ନା ନାହିଁ, ସେନେଇ ସସ୍‌ପେନ୍ସ ଜାରି ରହିଛି। ଯଦି ମେଣ୍ଟ ହୁଏ ତେବେ କିଏ କେତେ ଆସନ ପାଇବ। ଗତ କିଛିଦିନ ଧରି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ମେଣ୍ଟ ନେଇ ଥମୁନି ଚର୍ଚ୍ଚା । ବରଂ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି । ଗତକାଲି ରାଜ୍ୟ ବିଜେପି ସଭାପତି ମନେମୋହନ ସାମଲ, ସାଧାରଣ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଗସ୍ତ କରିଛନ୍ତି । ଏହା ସହ ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ଆଜି ଏମାନେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିବେ । ଆଜିର ବୈଠକରେ ମେଂଟ ସମ୍ପର୍କରେ କିଛି ନିଷ୍ପତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ ୧୦ ଦିନ ମଧ୍ୟରେ ରାଜ୍ୟ ବିଜେପି ନେତୃତ୍ୱ ତିନି ଥର ଦିଲ୍ଲୀ ଗସ୍ତ କରିଛନ୍ତି । ହେଲେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନଥିବା କହିଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ମେଣ୍ଟ ନେଇ ଆଲୋଚନା ହୋଇନଥିବା କହିଛନ୍ତି । ଏବେ ରାଜ୍ୟ ନେତୃତ୍ୱ ପୁଣି ଦିଲ୍ଲୀ ଯାଇଥିବାରୁ ମେଣ୍ଟ ଚର୍ଚ୍ଚା ଆହୁରି ବଢିଯାଇଛି । ଅନ୍ୟପଟେ ମେଣ୍ଟକୁ ନେଇ ବିଜେଡି ଏଯାଏଁ ନୀରବ ରହିଛି । ବିଜେଡିର ଶୀର୍ଷ ନେତୃତ୍ୱ ଏଯାଏଁ ମେଣ୍ଟକୁ ନେଇ ସ୍ପଷ୍ଟ ମତ ରଖିନାହାନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button