ରାଜନୀତି

୪୨ ଟିଏମ୍‌ସି ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ମମତା – Ibnodisha

[ad_1]

କୋଲକାତା : ପଶ୍ଚିମବଂଗରେ ଟିଏମ୍‌ସି ରାଜ୍ୟର ସମସ୍ତ ୪୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ରାଜ୍ୟର ଅନ୍ୟତମ ହାଇପ୍ରୋଫାଇଲ ବହରମପୁର ଆସନରୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ନିର୍ବାଚିତ ହୋଇଆସୁଥିବା ବେଳେ ଏଥର ତାଙ୍କ ବିରୋଧରେ ଟିଏମ୍‌ସି କ୍ରିକେଟର ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କରିଛି। ବଶିରହାଟ ଲୋକସଭା ଆସନରୁ ଅଭିନେତ୍ରୀ ନୁସରତ ଜାହାଁ ଏବଂ ଯାଦବପୁର ଆସନରୁ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କ ଟିକେଟ କଟିବା ଚର୍ଚ୍ଚାର ବିଷୟ ପାଲଟିଛି। ଜଳପାଇଗୁଡ଼ିରୁ ନିର୍ମଳ ଚନ୍ଦ୍ର ରାୟ ପ୍ରାର୍ଥୀ ହୋଇଥିବା ବେଳେ ଦାର୍ଜିଲିଂରୁ ଗୋପାଳ ଲାମା, ରାୟଗଞ୍ଜରୁ କୃଷ୍ଣ କଲ୍ୟାଣୀ, ବାଲୁରଘାଟରୁ ବିପ୍ଳବ ମିତ୍ର, ମାଲଦା ଉତ୍ତରରୁ ପ୍ରସୁନ ବାନାର୍ଜୀ, ମାଲଦା ଦକ୍ଷିଣରୁ ଶାହନୱାଜ ଅଲ୍ଲୀଙ୍କୁ ପ୍ରାର୍ଥୀ କରାଯାଇଛି। ଅନ୍ୟ ପ୍ରମୁଖ ପ୍ରାର୍ଥୀମାନେ ହେଲେ କୃଷ୍ଣନଗରରୁ ମହୁଆ ମୋଇତ୍ରା, ରାଣାଘାଟରୁ ମୁକୁଟ ମଣି ଅଧିକାରୀ, ଦମଦମରୁ ସୌଗତ ରାୟ, ବୀରଭୂମରୁ ଶତାବ୍ଦୀ ରାୟ, ହୁଗୁଳିରୁ ଅଭିନେତ୍ରୀ ରଚନା ବାନାର୍ଜୀ ଏବଂ ଡାଇମଣ୍ଡ ହାର୍ବରରୁ ଅଭିଷେକ ବାନାର୍ଜୀ।ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡରେ ଏକ ବିଶାଳ ରୢାଲି କରିଥିଲେ। ଏହାର ନାମ ‘ଜନ ଗର୍ଜନ ସଭା’ ରଖାଯାଇଥିଲା। ଟିଏମସି ସାଧାରଣ ସମ୍ପାଦକ ତଥା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ମଧ୍ୟ ଏହି ରୢାଲିରେ ଉଦ୍‌ବୋଧନ ଦେଇଥିଲେ। ରୢାଲିକୁ ସମ୍ବୋଧିତ କରି ମମତା କହିଛନ୍ତି, ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନରେ ଟିଏମ୍‌ସି ପ୍ରାର୍ଥୀଙ୍କ ବିଜୟ ପାଇଁ ଆମେ ସଂକଳ୍ପବଦ୍ଧ। ମମତାଙ୍କ ଦ୍ବାରା ପ୍ରାର୍ଥୀ ତାଲିକା ଘୋଷଣା ଓ ରୢାଲିକୁ ନେଇ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି- ଏହା ଟିଏମ୍‌ସିର ବିଦାୟୀ ରାଲି । ଜନବିରୋଧୀ ଟିଏମ୍‌ସି ସରକାରକୁ ଲୋକେ ଫୋପାଡ଼ିଦେବାକୁ ମନସ୍ଥ କରିସାରିଛନ୍ତି। ଟିଏମ୍‌ସି ନେତାମାନେ ଗୁଣ୍ଡା ଏବଂ ଦୁର୍ନୀତିଗ୍ରସ୍ତ। ସେମାନଙ୍କ ପତନ ଆରମ୍ଭ ହୋଇସାରିଛି ଏବଂ ଏହା ସେମାନଙ୍କ ମୂଳପୋଛ ପର୍ୟ୍ୟନ୍ତ ଚାଲିବ ବୋଲି ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button