ଦେଶ

ବିଶ୍ବରେ ସ୍ମାର୍ଟଫୋନ୍ ଉତ୍ପାଦନକାରୀ ଦେଶ ଭାବେ ଦ୍ବିତୀୟ ସ୍ଥାନରେ ଭାରତ – Ibnodisha

[ad_1]

ନୂଆଦିଲ୍ଲୀ: ଗତ ୧୦ ବର୍ଷ ଭିତରେ ଦେଶରେ ଫୋନ୍ ଉତ୍ପାଦନରେ ବଡ଼ ଧରଣର ବୃଦ୍ଧି ଘଟିଛି। ଇଣ୍ଡିଆନ୍ ସେଲ୍ୟୁଲାର ଆଣ୍ଡ୍ ଇଲେକ୍ଟ୍ରୋନିକ୍ସ ଆସୋସିଏସନ୍‌ (ଆଇସିଇଏ) ଅନୁସାରେ ଗତ ୧୦ ବର୍ଷ ଭିତରେ ଫୋନ୍ ଉତ୍ପାଦନ ୨୧ ଗୁଣା ବୃଦ୍ଧି ପାଇ ୪.୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଭାରତ ଏବେ ବିଶ୍ବର ଦ୍ବିତୀୟ ବଡ଼ ସ୍ମାର୍ଟଫୋନ୍ ଉତ୍ପାଦନକାରୀ। ଦେଶର ୯୭ ପ୍ରତିଶତ ଫୋନ୍ ଆବଶ୍ୟକତାକୁ ମେଡ୍‌ ଇନ୍ ଇଣ୍ଡିଆ ଫୋନ୍ ଜରିଆରେ ପୂରଣ କରାଯାଉଛି। ୨୦୨୩-୨୪ରେ ଯେତିକି ଫୋନ୍ ଉତ୍ପାଦନ କରାଯାଇଥିଲା ତାହାର ୩୦ ପ୍ରତିଶତ ରପ୍ତାନି କରାଯାଇଛି। ୨୦୧୪-୧୪ରେ ଦେଶରେ ତିଆରି ହୋଇଥିବା ଫୋନ୍‌ଗୁଡ଼ିକର ମୂଲ୍ୟ ୧୮,୯୦୦ କୋଟି ଟଙ୍କା ଥିଲା। ୨୦୨୩-୨୪ରେ ତାହା ୪,୧୦,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ସମୟ ଖଣ୍ଡରେ ଭାରତରୁ ଫୋନ୍‌ ରପ୍ତାନି ୧୫୫୬ କୋଟି ଟଙ୍କାରୁ ବୃଦ୍ଧି ପାଇ ୧,୨୦,୦୦୦ କୋଟି ଟଙ୍କାରେ ପହଞ୍ଚିଛି। ୧୦ ବର୍ଷ ଭିତରେ ଫୋନ୍ ରପ୍ତାନି ୭୫୦୦ ପ୍ରତିଶତ ବୃଦ୍ଧି ପାଇଛି। ଦେଶରୁ ରପ୍ତାନି ହେଉଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଫୋନ୍ ପଞ୍ଚମ ସ୍ଥାନରେ ରହିଛି। ଭାରତରେ ଫୋନ୍ ଉତ୍ପାଦନ ବଢ଼ାଇବାରେ ବିଶ୍ବର ଦୁଇ ପ୍ରମୁଖ କମ୍ପାନି ଆପଲ୍‌ ଓ ସାମସଙ୍ଗ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ସେମାନେ ରପ୍ତାନିରେ ମଧ୍ୟ ଆଗରେ ଅଛନ୍ତି। ଭାରତରେ ତିଆରି ହେଉଥିବା ଫୋନ୍‌ଗୁଡ଼ିକ ବ୍ରିଟେନ୍, ନେଦରଲ୍ୟାଣ୍ଡ, ଅଷ୍ଟ୍ରିଆ, ମଧ୍ୟପ୍ରାଚ୍ୟ ଦେଶ, ଉତ୍ତର ଆଫ୍ରିକା ଓ ଦକ୍ଷିଣ ଆମେରିକା ବଜାରକୁ ପଠାଯାଉଛି। ଫୋନ୍ ଉତ୍ପାଦନ ବଢ଼ାଇବା ଲାଗି ୨୦୧୭ରେ ଫେଜଡ୍‌ ମାନୁଫାକ୍‌ଚରିଂ ପ୍ରୋଗ୍ରାମ (ପିଏମ୍‌ପି) ଆରମ୍ଭ କରାଯାଇଥିଲା। ଏହାପରେ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ସ୍କିମ୍ (ପିଏଲ୍‌ଆଇ) ସେହି ଧାରାକୁ ଆଗକୁ ନେଇଛି। ପିଏଲ୍‌ଆଇ ଜରିଆରେ ଫକ୍ସକନ୍, ପେଗାଟ୍ରନ୍, ରାଇଜିଂ ଷ୍ଟାର୍‌, ୱିଷ୍ଟ୍ରନ୍ ଭଳି ବିଶ୍ବସ୍ତରୀୟ ସଂସ୍ଥା ଭାରତରେ କାରଖାନା ସ୍ଥାପନ କରିଛନ୍ତି। ସାମସଙ୍ଗ୍‌ ଏହାର ଦ୍ବିତୀୟ ବଡ଼ ଫୋନ୍ କାରଖାନାକୁ ନୋଏଡ଼ାରେ ସ୍ଥାପନ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button