IBN ଓଡ଼ିଶା ବ୍ୟୁରୋ

ତରଭୁଜ ଏହି ସମୟରେ ଓ ଏହି ଉପାୟରେ ଖାଇଲେ ମିଳିଥାଏ ଅନେକ ଆ-ଶ୍ଚର୍ଯ୍ୟଜନକ ଲାଭ

ବନ୍ଧୁଗଣ ଆଜି ଜାଣିବା ତରଭୁଜରେ ଯେଉଁ ସବୁ ପୋଷକ ତତ୍ତ୍ଵ ରହିଛି ଏବଂ ଏହାକୁ କେଉଁ ସମୟରେ ଓ କେଉଁ ଉପାୟରେ ଖାଇଲେ ଅନେକ ଜଟିଳ ସମସ୍ୟା ଦୂର ହେବ। ତେବେ ଚାଲନ୍ତୁ ଜାଣିବା। ତରଭୁଜର ଚାଷ ସର୍ବପ୍ରଥମେ ଚୀନ ଏବଂ ମିଶର ଦେଶରେ ଆରମ୍ଭ ହୋଇଥିଲା। ଏହାଫଳରେ ପ୍ରୋଟିନ, ଫାଇବର, ଭିଟାମିନ ସି, ଭିଟାମିନ ଏ, କାର୍ବୋହାଇଡ୍ରେଟ, କ୍ୟାଲସିୟମ, ମ୍ୟାଗ୍ନେଶିୟମ, ପଟାସିୟମ ଭଳି ଫସଫରସ ମଧ୍ୟ ପ୍ରଚୁର ମାତ୍ରାରେ ରହିଛି।

ଏବେ ଜାଣିବା ଏହା ଖାଇବା ଦ୍ଵାରା ଆମ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ।

୧/ ତରଭୁଜ ଖାଇବା ଦ୍ବାରା ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ରେ ରଖିଥାଏ। ଏଥିରେ ଆମିନୋ ଏସିଡ ଭଳି ପୋଷକ ତତ୍ଵ ରହିଛି। ଏହାର ସେବନ ଦ୍ୱାରା ରକ୍ତ ବାହିକା ଗୁଡ଼ିକୁ ସୁସ୍ଥ ରଖିବା ସହିତ ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣରେ ରଖି ଥାଏ।

Google

ଏହି ଫଳରେ ଶିଟ୍ରଲିନ ନାମକ ପୋଷକ ରହିଥିବା ଯୋଗୁଁ ଓଜନକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ। ଏହାସହିତ ଖରାପ କଲେଷ୍ଟ୍ରାଲକୁ ମଧ୍ୟ ବଢ଼ିବାକୁ ଦେଇ ନଥାଏ। ଏଥିରେ ୯୦ ପ୍ରତିଶତ ପାଣି ରହିଥିବା ଯୋଗୁଁ ଏହା ଆମ ଶରୀରରେ ଖରାପ ଚର୍ବିକୁ ଜମା ହେବାକୁ ଦେଇ ନଥାଏ।

୨/ ତରଭୁଜରେ ପ୍ରାକୃତିକ ମିଠାପଣ , ଖଣିଜ ପଦାର୍ଥ ଓ ଲବଣ ଅଂଶ ରହିଥିବା ଯୋଗୁଁ ଏହା ଆମ ଶରୀରର ଜଳୀୟ ଅଂଶ ଶୁଖିବା ପାଇଁ ଦେଇ ନଥାଏ। ଏଥିରେ ବିଟାକେରୋଟିନ ନାମକ ଏକ ପୋଷକ ତତ୍ତ୍ଵ ରହିଥିବା ଯୋଗୁଁ ଏହା ଆମ ଆଖିକୁ ସୁସ୍ଥ ରଖିବା ସହିତ ଆଖିରେ ମୋତିଆ ବିନ୍ଦୁ ଓ ନାଇଟ ବ୍ଲାଇଣ୍ଡନେଶ ବା ଅନ୍ଧାରକଣା ହେବାକୁ ଦେଇ ନଥାଏ।

୩/ ତରଭୁଜ ଖାଇବା ଦ୍ବାରା ଏହା ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହିତ ଏହା ଆମ ଲିଭର କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ବୈଜ୍ଞାନିକ ମାନଙ୍କ ମତ ଅନୁସାରେ ଯେଉଁମାନେ ଚିନ୍ତାରେ ସର୍ବଦା ରହିଥାନ୍ତି ବା କୌଣସି ମାନସିକ ଚିନ୍ତା ଲାଗି ରହିଥାଏ। ସେମାନଙ୍କ ଶରୀରରେ ଭିଟାମିନ ବି ସିକ୍ସର ଅଭାବ ଦେଖା ଦେଇଥାଏ। ତରଭୁଜ ଖାଇବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳି ଥାଏ।

Google

୪/ ଏହି ଫଳରେ ପଟାସିୟମ ଅଧିକ ମାତ୍ରାରେ ଥିବାରୁ ଏହା ଆମ ହୃତପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏଥିରେ ବିଟା କେରୋଟିନ, ଭିଟାମିନ ଏ, ଲାଇକୋପିନ ନାମକ ଏକ ଏଁଟି ଅକ୍ସିଡେଣ୍ଟ ଥିବାରୁ ଏହା ଆମ ଶରୀରରେ କ୍ୟାନ୍ସର କୋଶକୁ ବଢ଼ିବାକୁ ଦେଇ ନଥାଏ।

୫/ ତରଭୁଜ ଖାଇବା ଦ୍ବାରା ଏହା ଆମ ଶରୀରରେ ଶକ୍ତିକୁ ବଢେଇ ଥାଏ। ଏହାପରେ ହେଉଛି ଗ୍ୟାସ, ଏସିଡିଟି , ଛାତିରେ ଜଳାପୋଡା କୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ କୋଷ୍ଠକାଠିନ୍ୟ କୁ ଦୂର କରି ଥାଏ।

ଏବେ ଜାଣିବା ତରଭୁଜକୁ କେଉଁ ସମୟରେ ଖାଇବା ଉଚିତ। ଏହି ଫଳକୁ ଆପଣ ସକାଳେ ବା ସନ୍ଧ୍ୟା ପୂର୍ବରୁ ଖାଇବା ଉଚିତ। ଆପଣ ଯୁଶ କରି ମଧ୍ୟ ସେବନ କରି ପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button