IBN ଓଡ଼ିଶା ବ୍ୟୁରୋ

ରାତିରେ କେବଳ 1 ଗ୍ଳାସ ପିଅନ୍ତୁ, କୁମ୍ଭକର୍ଣ ଭଳି ନିଦ ଆସିବ ଆଉ ସବୁ ଚିନ୍ତା ଭୁଲିକି ଆପଣ ଆରାମ ରେ ଶୋଇବେ…

ନମସ୍କାର ବନ୍ଧୁଗଣ ତେବେ ସମସ୍ତଙ୍କୁ ନିଦ ନିହାତି ଆବଶ୍ୟକ । ଯଦି ଶୋଇବା ସମୟ ହିସାବ କରିବେ ତେବେ ଆମ ଜୀବନରେ ଆମେ ପାଖାପାଖି 27 ବର୍ଷ ଶୋଇଥାଉ । ଜୀବନର ଏକ ତୃତୀୟାଂଶ ସମୟ ଆମେ ଶୋଇ ବିତାଇ ଦେଇଥାଉ । ନିଦ ବିନା ଜୀବନ ଅସମ୍ଭବ । ଖାଦ୍ୟ, ପାଣି, ଓ ବସ୍ତ୍ର ଆମ ଜୀବନ ପାଇଁ ନିହାତି ଆବଶ୍ୟକ । ସେହିଭଳି ନିଦ ମଧ୍ୟ । ଯାହା ବିନା କେହି ବି ବଞ୍ଚି ପାରିବେ ନାହିଁ । ଯଦି ଆପଣ ସଠିକ ରୂପରେ ନ ଶୋଇବେ ତେବେ ଶରୀରରେ ବହୁତ ସମସ୍ୟା ସୃଷ୍ଟି ହୋଇଯିବ ।

ସେଥିପାଇଁ ଆଜିକାଲି ଯୁଗରେ ଆମ ସମସ୍ତଙ୍କୁ ଭଲ ନିଦ ଆବଶ୍ୟକ । ବର୍ତ୍ତମାନ ଯୁଗରେ ନିଦ ସମସ୍ତଙ୍କ ପାଇଁ ଗୋଟିଏ ସ୍ଵପ୍ନ ହୋଇ ଯାଇଛି । ନଶୋଇବା କାରଣରୁ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ । ଯେମିତି କି ହୃଦୟ ଜନିତ ରୋଗ, ମସ୍ତିଷ୍କ ଅଶାନ୍ତିଓ ପେଟରେ ଗ୍ୟାସ ସମସ୍ୟାର ମୂଳ କାରଣ ହେଉଛି ଅନିଦ୍ରା ହେବା । ସମସ୍ତ ମଣିଷଙ୍କ ପାଇଁ ଏକ ଭଲ ନିଦ ବହୁତ ଅଧିକ ଆବଶ୍ୟକ ହୋଇଥାଏ ।

ଭଲ ନିଦ ମଣିଷ ଚିନ୍ତାକୁ ଦୂର କରିବା ପାଇଁ ଏବଂ ଜୀବନ ଶୈଳୀକୁ ବାଲାନ୍ସରେ ରଖିବା ପାଇଁ ବହୁତ ଅଧିକ ଗୁରୁତ୍ଵପୂର୍ଣ୍ଣ । ନିଦର ଅଭାବ କାରଣରୁ ଆପଣଙ୍କ ଶରୀରକୁ ସଂପୂର୍ଣ୍ଣ ଆରମ ମିଳିପାରେ ନାହିଁ । ଫଳରେ ଆପଣ ମାନେ ବିଭିନ୍ନ ପ୍ରକାର ଗମ୍ଭୀର ରୋଗରେ ଗ୍ରସିତ ହୋଇଥାନ୍ତି । ରାତି ସାରା ଅନିଦ୍ରା ରହିବା ବା ନିଦ ନହେବାର ରୋଗକୁ ଇନସୋମୋନିଆ କୁହାଯାଇଥାଏ ।

ତେବେ ଯଦି ଆପଣ ମାନଙ୍କର ଅନିଦ୍ରା ସମସ୍ୟା ରହିଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଉପଚାର ବିଷୟରେ କହିବାକୁ ଯାଉଛୁ କରି ଆପଣ ମାନେ ନିଜର ଏହି ସମସ୍ୟାକୁ ଅତି ସହଜରେ ଦୂର କରିପାରିବେ । ଏହା ହେଉଛି  ଘରୋଇ ଉପଚାର ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ତେବେ ଯଦି ଆପଣ ମାନଙ୍କୁ ରାତିରେ ନିଦ ହେଉ ନାହିଁ ତା ହେଲେ ଆପଣ ରାତିରେ ଗୋଟେ ଗ୍ଳାସ କ୍ଷୀରରେ ଏକ ଚାମଚ ମହୁ ମିଶାଇ ପିଇ ଦିଅନ୍ତୁ । ଏହା ଆପଣଙ୍କ ମସ୍ତିସ୍କକୁ ରିଲାକ୍ସ କରିଥାଏ ଓ ଆପଣଙ୍କୁ ଭଲ ନିଦ ମଧ୍ୟ ଆସିଥାଏ । ରାତିରେ ଶୋଇବା ପୂର୍ବରୁ କ୍ଷୀରର ସେବନ କରିବା ବହୁତ ଆବଶ୍ୟକ ଅଟେ । ଯଦି ଆପଣ କ୍ଷୀର ସହ ମହୁ ମିଶାଇ ତାହାର ସେବନ କରିବେ ତା ହେଲେ ଆପଣଙ୍କ ଅନିଦ୍ରା ସମସ୍ୟା ସଂପୂର୍ଣ୍ଣ ଭାବରେ ଦୂର ହୋଇଯିବ ।

ଯେଉଁ ମାନଙ୍କୁ କ୍ଷୀର ପିଇବାକୁ ପସନ୍ଦ ନୁହେଁ ସେମାନଙ୍କ ପାଇଁ ମଧ୍ୟ ଆଉ ଗୋଟେ ଉପଚାର ରହିଛି । ଏହି ଉପଚାର ପାଇଁ ଆପଣ ମାନେ ଏକ ପାତ୍ର ଗ୍ୟାସରେ ବଶାନ୍ତୁ ଓ ସେଥିରେ ଅଧ ଲିଟର ପାଣି ନିଅନ୍ତୁ । ଏହା ପରେ ଆପଣ ସେଥିରେ ଏକ ଚାମଚ ପାନ ମହୁରି ପକାଇ ଦିଅନ୍ତୁ । ଏହା ପରେ ଆପଣ ଏହି ପାଣିକୁ ଭଲ ଭାବରେ ଗରମ କରି ଫୁଟାନ୍ତୁ । ଫୁଟିବା ପରେ ଆପଣ ଏହାକୁ ଛାଣି ଦିଅନ୍ତୁ ଓ ଏହାର ସେବନ କରନ୍ତୁ । ଏହାର ସେବନ ଦ୍ଵାରା ଆପଣ ମାନଙ୍କର ଅନିଦ୍ରା ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ ।

ତେବେ ଅନିଦ୍ରା ସମସ୍ୟା ଦୂର କରିବା ପାଇଁ ଆପଣ ମାନେ ଆଉ ଗୋଟେ ଉପଚାର ମଧ୍ୟ କରିପାରିବେ । ଏଥିପାଇଁ ଆପଣ ମାନେ ଏକ ପାତ୍ରରେ ଏକ ଖଣ୍ଡ ଲେମ୍ବୁ ରସ ନିଅନ୍ତୁ । ଏହା ପରେ ଆପଣ ଏଥିରେ ଦୁଇ ଚାମଚ ସୋରିଷ ତେଲ ମିଶାଇ ଦିଅନ୍ତୁ । ଏହା ପରେ ଆପଣ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହି ତେଲକୁ ଆପଣ ମାନେ ରାତିରେ ଶୋଇବା ପୂର୍ବରୁ ଭଲ ଭାବରେ ନିଜ ପାଦରେ ମାଲିସ କରି ସୁଅନ୍ତୁ । ଏହାର ପ୍ରୟୋଗ ଦ୍ଵାରା ଆପଣଙ୍କ ଅନିଦ୍ରା ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button