IBN ଓଡ଼ିଶା ବ୍ୟୁରୋ

ମାତ୍ର ୩୦ ଦିନ ଯାଏଁ ଏହି ପାଣିର ସେବନ କରିବା ଦ୍ଵାରା ଚେହେରା ସଫା ଓ ଗୋରା ହୋଇଯିବ

ସାଧାରଣତ ଝିଅ ମାନଙ୍କର ଚେହରା କିପରି ସୁନ୍ଦର ଦେଖାଯିବ ସେମାନେ ଅଧିକ ଧ୍ୟାନ ଦେଇଥାନ୍ତି । କିଛି ଝିଅ ମାନେ ନିଜକୁ ଅଧିକ ସୁନ୍ଦର କରିବା ପାଇଁ ଅନେକ ପ୍ରକାରର ଫେସପ୍ୟାକ ଲଗାଇଥାନ୍ତି । କିନ୍ତୁ କିଛି କ୍ଷେତ୍ର ରେ ଝିଅ ମାନେ ଏଥିରେ ସପହଲ ହୋଇଥାନ୍ତି ତ ଆଉ କିଛି କ୍ଷେତ୍ର ରେ ସଫଳ ହୋଇ ନ ଥାନ୍ତି । ଅଧିକାଂଶ ସମୟରେ ପ୍ରଖର ଖରା, ପ୍ରଦୂଷଣ, ଧୁଳି ଓ ଖରାପ ଖାଦ୍ୟ ପାନୀୟ ଯୋଗୁ ଚେହରା ର ଚମକ ଚାଲିଯାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ରେମେଡି ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ ଚେହରା ଅଧିକ ସୁନ୍ଦର ହେବା ସହ ଗ୍ଲୋ ମଧ୍ୟ ଆସିବ ।

ତେବେ ଆସନ୍ତୁ ଜାଣିବା ସେହି ହୋମ ରେମେଡି କିପରି ପ୍ରସ୍ତୁତ କରାଯିବ ଓ ସେଥିପାଇଁ କଣ ସବୁ ସାମଗ୍ରୀର ଆବଶ୍ୟକତା ରହିଛି । ଏହି ହୋମ ରେମେଡି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ରହିଛି ଗୋଟେ ଗ୍ଳାସ ଗରମ ପାଣି, ମହୁ, ଲେମ୍ବୁ ।

ମହୁ ଏକ ପ୍ରାକୃତିକ ଔଷଧୀ ଅଟେ । ଏଥିରେ ଥିବା ଭିଟାମିନ-ଏ, ବି, ସି, ଆଇରନ, କ୍ୟାଲସିୟମ, ସୋଡିୟମ, ଫାଶଫରସ ଓ ଆୟୋଡିନ ପ୍ରଚୁର ପରିମାଣରେ ରହିଥାଏ । ମହୁ ଆମ ଶରୀର କୁ ସୁସ୍ଥ ଓ ଊର୍ଜାବନ ରଖିବାରେ ବହୁତ ସହାୟକ ହୋଇଥାଏ ।

ଠିକ ସେହି ପରି ଲେମ୍ବୁ ରେ ପ୍ରୋଟିନ, କାର୍ବୋ ହାଇଡ୍ରେଡ, ଭିଟାମିନ ଓ ମିନେରାଲ୍ସ ଭରପୁର ମାତ୍ରା ରହିଛି । ଗୋଟେ ଗ୍ଳାସ ଗରମ ପାଣିରେ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ । ଏହା ପରେ ମିଠା କରିବା ପାଇଁ ଏଥିରେ ଅଳ୍ପ ମହୁ ମିଶ୍ରଣ କରନ୍ତୁ । ଏହି ଭଳି ଭାବେ ପାଣି ପ୍ରସ୍ତୁତ କରି ସେବନ କରିବା ଦ୍ଵାରା ଆପଣଙ୍କ ମୁହଁ ଗୋରା ଓ ସଫା ହୋଇଯିବ ।

ଆପଣ ଏହି ପାଣି କୁ ମାତ୍ର ୩୦ ଦିନ ଯାଏଁ ଦିନକୁ ଦୁଇ ଥର ସେବନ କରିଲେ ଆପଣ ନିଶ୍ଚୟ ଦେଖିବାକୁ ପାଇବେ ଯେ ଆପଣଙ୍କ ଚେହେରା ଆଗ ଅପେକ୍ଷା ବହୁତ ଗ୍ଲୋ ଓ ସୁନ୍ଦର ଲାଗିବ । ଏହା ଛଡା ଏହି ପାଣି ର ସେବନ କରିବା ଦ୍ଵାରା ଆମ ଶରୀର କୁ ଅନେକ ଫାଇଦା ମଧ୍ୟ ମିଳିଥାଏ । ତେବେ ଏହି ପରି ଭାବେ ଏହି ଘରୋଇ ରେମେଡି ପ୍ରସ୍ତୁତ କରି ସେବନ କରିଲେ ଆପଣ ବହୁତ ଗୋରା ଦେଖାଯିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button