ରାଜ୍ୟ

୫ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଜଳି ପୋଡି ପାଉଁଶ ହେଇଗଲା ଗ୍ରୋସରୀ ଦୋକାନ – Ibnodisha

[ad_1]

ଯାଜପୁର : ଯାଜପୁର ରୋଡ ଥାନା ଅନ୍ତର୍ଗତ ଅନ୍ତର୍ଗତ ବ୍ୟାସନଗର ପୌର ପରିଷଦ ଅଧୀନସ୍ଥ ୭ ନଂ ୱାର୍ଡ ସୋବରାରେ ଗ୍ରାମ ରେ ଏକ ଗ୍ରୋଷରୀ ଦୋକାନ ଜଳି ଯାଇ ପ୍ରାୟ ୫ ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କାର ଜିନିଷ ପତ୍ର ପୋଡି ପଉଁଶ ହୋଇଯାଇଛି l ସୂଚନା ମୁତାବକ ଗତ କାଲି ରାତିରେ ଶ୍ୟାମସୁନ୍ଦର ମୁଦୁଲିଙ୍କ ସପରିବାର ସୋଇଥିବା ବେଳେ ରାତି ପ୍ରାୟ ୨:୩0 ମିନିଟରେ ହଠାତ ଦୋକାନ ଭିତରୁ ଏକ ପ୍ରଚଣ୍ଡ ଶବ୍ଦ ଶୁଭି ଥିଲା l ତେବେ ପରିବାର ଲୋକେ ବାହାରକୁ ଆସି ତାଙ୍କ ଦୋକାନ ଘର ଜଳୁଥିବାର ଦେଖିଥିଲେ l ପରିବାର ଲୋକେ ଓ ଗ୍ରାମବାସୀମାନେ ନିଁଆକୁ ଲିଭେଇବାକୁ ଚେଷ୍ଟା କରିଥିଲେ l କିନ୍ତୁ ଅଣ ଆୟତ୍ତ ନିଆଁକୁ ରୋକି ପାରିନଥିଲେ l ତେବେ ତୁରନ୍ତ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଜଣାଇଥିଲେ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଁଆକୁ ଆୟତକୁ ଆଣିଥିଲେ l ତେବେ ଏଭଳି ହଠାତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ହୋଇଥିବାବେଳେ ବିଦ୍ୟୁତ ସର୍ଟସର୍କିଟରୁ ଏଭଳି ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଇଛି l ତେବେ ଶ୍ୟାମସୁନ୍ଦର ମୁଦୁଲି ଉକ୍ତ ଗ୍ରୋସରୀ ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରୁଥୁବାବେଳେ ସେ ଏଵେ ଦିଗହରା ହୋଇପଡିଛନ୍ତି l ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button