ଅପରାଧ

ମଝି ରାସ୍ତାରେ ୨ ଯୁବକଙ୍କୁ ଗୁଳିମାଡ – Ibnodisha

[ad_1]

ସୁନ୍ଦରଗଡ଼ : ୧୦ ନମ୍ବର ରାଜ୍ୟ ରାଜପଥ ବଡ଼ଗାଁ-କୁତ୍ରା ମଝି ରାସ୍ତାରେ ଗୁଳିମାଡ ଘଟିଛି। ଗୁଳି ମାଡରେ ଦୁଇ ଜଣ ଆହତ ହୋଇଛନ୍ତି। ଆହତ ଦୁଇ ଜଣ ହେଲେ ରାୟଗଡ଼ ଜିଲ୍ଲା ଶକ୍ତି ଅଞ୍ଚଳର ବିକ୍ରମ ଟଣ୍ଡନ ଓ ସୁନିଲ ରତ୍ନାକର। ୪ ରୁ ୫ ଜଣ ମୁଖା ପିନ୍ଧା ଯୁବକ ଆସି ଅତର୍କିତ ଗୁଳି ଚାଳନା କରିଥିଲେ। ପିକଅପ୍ ଗାଡ଼ିରେ ଯାଉଥିବା ବେଳେ ଏହି ଗୁଳିମାଡ ହୋଇଥିଲା। ତେବେ କେଉଁ କାରଣରୁ ଏହି ଗୁଳିମାଡ଼ ଘଟିଛି ସେ ନେଇ ସ୍ପଷ୍ଟ ଜଣାପଡ଼ି ନାହିଁ। ଜଣଙ୍କ ଛାତିରେ ଗୁଳିମାଡ ହୋଇଥିବାବେଳେ ଅନ୍ୟଜଣଙ୍କ ବେକରେ ବାଜିଛି ଗୁଳି। ଖବରପାଇ ଆହତଙ୍କ ଘରଲୋକେ ଘଟଣାସ୍ଥଳକୁ ଯାଇ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ।ଖବର ପାଇ ପୁଲିସ ମେଡ଼ିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button