ଦେଶ

ଦେଶବାସୀଙ୍କ ପାଇଁ ବାର୍ତ୍ତା ଜାରି କଲେ ପ୍ରଧାନମନ୍ତ୍ରୀ – Ibnodisha

[ad_1]

ନୂଆଦିଲ୍ଲୀ: ନିର୍ବାଚନ ତାରିଖ ଘୋଷଣା ହେବାର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ଚିଠି ଜରିଆରେ ଦେଶବାସୀଙ୍କ ପାଇଁ ବାର୍ତ୍ତା ଜାରି କରିଛନ୍ତି । ଯେଉଁଥିରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନଙ୍କ ସହ ଆମର ସମ୍ପର୍କକୁ ୧୦ ବର୍ଷ ପୂରିଲା । ଆପଣମାନଙ୍କ ସମର୍ଥନ ଆମକୁ ଲଗାତାର ମିଳିଛି । ରାଷ୍ଟ୍ର ନିର୍ମାଣ ପାଇଁ ଆମେ ଅବିଶ୍ରାନ୍ତ ପରିଶ୍ରମ କରୁଛୁ ଏବଂ ଏହା ମୋଦୀ ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।୧୪୦ କୋଟି ଭାରତୀୟଙ୍କ ବିଶ୍ୱାସ ଏବଂ ସମର୍ଥନ ମୋତେ ବହୁତ ପ୍ରେରଣା ଦେଇଛି । ଲୋକଙ୍କ ଜୀବନରେ ଯେଉଁ ପରିବର୍ତ୍ତର୍ନ ଆସିଛି, ତାହା ଗତ ୧୦ ବର୍ଷରେ ଆମ ସରକାର ପାଇଁ ସବୁଠାରୁ ବଡ଼ ଉପଲବ୍ଧି । ଗରିବ, କୃଷକ, ଯୁବବର୍ଗ ଏବଂ ମହିଳାମାନଙ୍କ ଜୀବନଧାରଣର ମାନରେ ସୁଧାର ଆଣିବା ପାଇଁ ଏକ ଦୃଢ଼ ସଂକଳ୍ପବଦ୍ଧ ସରକାରର ନିଷ୍ଠାପର ପ୍ରୟାସର ଏହା ହେଉଛି ପରିବର୍ତନକାରୀ ପରିଣାମ । ଆପଣମାନଙ୍କ ସମର୍ଥନ ଓ ବିଶ୍ୱାସ ଯୋଗୁଁ ଆମେ ଜିଏସଟି ଲାଗୁ କରିବା, ଧାରା ୩୭୦ ହଟାଇବା, ତିନି ତଲାକ ରୋକିବାକୁ ଆଇନ୍ ଆଣିବା, ଚାଷୀଙ୍କୁ ଆର୍ଥିକ ସହାୟତା, ଆୟୁଷ୍ମାନ ଭାରତ ମାଧ୍ୟମରେ ମାଗଣା ଚିକିତ୍ସା, ସଂସଦରେ ମହିଳାଙ୍କ ଭାଗିଦାରୀ ବଢ଼ିବା, ନୂଆ ସଂସଦ ଭବନର ଉଦଘାଟନ କରିବା ସହ ଅନେକ ଐତିହାସିକ ପଦକ୍ଷେପ ନେଇଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାସହ ବିକଶିତ ଭାରତ ନିର୍ମାଣ ପାଇଁ ଲୋକଙ୍କ ମତାମତ, ପରାମର୍ଶ ଓ ସମର୍ଥନ ମାଗିଛନ୍ତି ପ୍ରଧାନମନ୍ତ୍ରୀ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button