ରାଜ୍ୟ

ବନ୍ୟପ୍ରାଣୀଙ୍କ ସହ ସେଲଫି ମନା – Ibnodisha

[ad_1]

ଭୁବନେଶ୍ୱର : ବନ୍ୟପ୍ରାଣୀଙ୍କ ସହ ଫଟୋ ଉଠାଇ ପୋଷ୍ଟ କଲେ ଏଣିକି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୋସିଆଲ ମିଡିଆରେ ଯଦି ଆପଣ ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ନେଇ ପୋଷ୍ଟ କରୁଛନ୍ତି । ତାହେଲେ ଆପଣଙ୍କୁ ୭ ବର୍ଷ ଜେଲ ଭୋଗିବାକୁ ପଡିବ । ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସବୁ ଡିଏଫଓଙ୍କ ସହ ନନ୍ଦନକାନନ ଓ ଶିମିଳିପାଳ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ସେ କହିଛନ୍ତି କି ଅନେକ ଲୋକ ସୋସିଆଲ ମିଡିଆରେ ବନ୍ୟପ୍ରାଣୀଙ୍କ ସେଲଫି ଓ ଭିଡିଓ ପୋଷ୍ଟ କରୁଛନ୍ତି । ଯାହା ଉଭୟ ମଣିଷ ଓ ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ବିପଦ ସମ୍ଭାବନା ରଖୁଛି । ସେଥିପାଇଁ ବନ ବିଭାଗ ଏହା ଉପରେ କଟକଣା ଲଗାଇଛି । ଏପରି କରିବା ଦ୍ୱାରା ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ର ଧାରା ୯ର ଉଲଂଘନ ହେଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button