ରାଜ୍ୟ

ବାଇକ ୱାର୍କସପ ଉପରକୁ ବୋମାମାଡ ; ୪ ଗୁରୁତର – Ibnodisha

[ad_1]

ପୁରୀ : ଗତକାଲି ବିଳମ୍ବିତ ରାତିରେ ପୁରୀ ବାଲିଘାଟ ନିକଟ ଭୂଦାନ ଛକରେ ଥିବା ବାଇକ ୱାର୍କସପ ଉପରକୁ ବୋମାମାଡ ହୋଇଥିଲା । ଦୁଇଜଣ ଦୁର୍ବୁତ୍ତ ବାଇକରେ ଆସି ଲଗାତାରଭାବେ ତିନୋଟି ବୋମାମାଡ କରିଥିଲେ । ଏହାପରେ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସେହିସମୟରେ ଓ୍ବାର୍କସପରେ ଚାରିଜଣ କର୍ମଚାରୀ କାମକରୁଥିଲେ । ଏଭଳି ବୋମାମାଡ ଯୋଗୁ ଚାରିଜଣ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ନିମନ୍ତେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରେ ଭର୍ତ୍ତି କରାଯାଇଛି I ଏନେଏହି ଘଟଣାର ସତ୍ୟତା ଜାଣିବା ପାଇଁ ତାଳବଣିଆ ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button