IBN ଓଡ଼ିଶା ବ୍ୟୁରୋ

ପୁରୁଷମାନଙ୍କ ଠାରେ ବଢିବାକୁ ଲାଗିଛି ଯୌନ ସମସ୍ୟା, କରନ୍ତୁ ଏମିତି ସଂଜୀବନି ସାବ୍ୟସ୍ତ ହେବ ଏହି ଉଦ୍ଭିଦ

ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ଅଭ୍ୟାସ ମଣିଷ ପାଇଁ ଏକ ପ୍ରକାର ଅଭିଶାପ ସାବ୍ୟସ୍ତ ହୋଇଛି। ଖାସ୍ କରି ପୁରୁଷ ମାନଙ୍କ ଠାରେ ଶାରୀରିକ, ମାନସିକ ଏବଂ ଯୌନ ସମସ୍ୟା ଦେଖିବାକୁ ମିଳୁଛି। ପୁରୁଷମାନଙ୍କ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ଜିନ୍ସେଙ୍ଗ ଏକ ପ୍ରଭାବଶାଳୀ ଏବଂ ଔଷଧୀୟ ସମାଧାନ ଅଟେ। ଜିନ୍ସେଙ୍ଗ ଏକ ଔଷଧୀୟ ଉଦ୍ଭିଦ ଅଟେ ଏବଂ ଏହା ଶହ ଶହ ବର୍ଷ ଧରି ଆୟୁର୍ବେଦିକ ଔଷଧ ଭାବରେ ବ୍ୟବହୃତ ହୋଇଆସୁଛି।

Health

ମଧୁମେହ ଏବଂ କର୍କଟ ଭଳି ଗମ୍ଭୀର ରୋଗ ସହିତ ଫ୍ଲୁ ଭଳି ସାଧାରଣ ସମସ୍ୟାର ଚିକିତ୍ସାରେ ଜିନ୍ସେଙ୍ଗ ବ୍ୟବହୃତ ହୋଇଥାଏ। କିନ୍ତୁ, ଏଠାରେ ଆମ୍ଭେ କେବଳ ଜିନ୍ସେଙ୍ଗର ସେହି ଉପକାରିତା ବିଷୟରେ କହିବାକୁ ଯାଉଛୁ ଯାହାକି ପୁରୁଷ ମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଦେବ। ଇରେକ୍ଟାଇଲ୍ ଡିସଫଙ୍କସନ ଠାରୁ ଆରମ୍ଭ କରି ଶୁକ୍ରାଣୁ ସମ୍ବନ୍ଧୀୟ ସମସ୍ୟା ଏବଂ ବନ୍ଧ୍ୟାକରଣ ଦୋଷରୁ ମୁକ୍ତି ପାଇବା ପାଇଁ ଜିନ୍ସେଙ୍ଗ ପୁରୁଷମାନଙ୍କଠାରେ ବ୍ୟବହୃତ ହୋଇଥାଏ।

Zinseng

ଜିନ୍ସେଙ୍ଗ ଖାଇବା ଦ୍ୱାରା ଏହା ପୁରୁଷଙ୍କ ବ୍ୟକ୍ତିଗତ ଅଙ୍ଗରେ ରକ୍ତ ସଞ୍ଚାଳନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଜିନ୍ସେଙ୍ଗ ଉପରେ କରାଯାଇଥିବା ଅନେକ ଭିନ୍ନ ଅନୁସନ୍ଧାନରୁ ଜଣାପଡିଛି ଯେ ଏହାର ବ୍ୟବହାର ଶରୀରରେ ଅକ୍ସିଡେଟିଭ୍ ଚାପକୁ ମଧ୍ୟ ହ୍ରାସ କରିଥାଏ। ଏହା ପୁରୁଷଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ସମସ୍ୟାର ଚିକିତ୍ସା କରିବାରେ ସାହାଯ୍ୟ କରିଥାଏ।

Zinseng

ଟେଷ୍ଟୋଷ୍ଟେରନ୍ ହରମୋନ ପୁରୁଷମାନଙ୍କ ଶରୀରରେ ମିଳିଥାଏ। ଯଦି ପୁରୁଷଙ୍କ ଶରୀରରେ ଏହି ହରମୋନର ଅଭାବ ରହିଥାଏ, ତେବେ ସେମାନଙ୍କର ଯୌନ ସମ୍ପର୍କ ରଖିବାର ଇଚ୍ଛା କମିଯାଇଥାଏ। ଅନେକ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ରୂପେ ଦୂର ମଧ୍ୟ ହୋଇ ଯାଇଥାଏ। ଏହି ସମସ୍ୟାର ସମାଧାନ ପାଇଁ ଜିନ୍ସେଙ୍ଗ ମଧ୍ୟ ସହାୟକ ହୋଇଥାଏ। ଏହା ଟେଷ୍ଟୋଷ୍ଟେରୋନ୍ ସ୍ରୋତକୁ ଉନ୍ନତ କରିଥାଏ ଏବଂ ଶୁକ୍ରାଣୁ ସଂଖ୍ୟାକୁ ମଧ୍ୟ ବଢ଼ାଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button