IBN ଓଡ଼ିଶା ବ୍ୟୁରୋ

Vastu Tips- ଘରର ଏହି ଜାଗାରେ ରଖନ୍ତୁ ଲୁଣ, କେବେ ବି ଆସେ ନାହିଁ ଦରିଦ୍ରତା, ମିଳିଥାଏ ମା’ ଲକ୍ଷ୍ମୀ ଙ୍କ ଆଶୀର୍ବାଦ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀବନ ରେ ଲୁଣ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଲୁଣ ବିନା ଖାଦ୍ୟ ପଦାର୍ଥ ସହ ଜୀବନ ମଧ୍ୟ ଫିକା ଲାଗେ ।

ଲୁଣ ଖାଦ୍ୟ କୁ ସୁସ୍ୱାଦୁ କରିଥାଏ । କିନ୍ତୁ ଏହି ଲୁଣ ର ମାତ୍ରା ଖାଦ୍ୟ ରେ ଅଧିକ ହେଲେ ଖାଦ୍ୟ ପଦାର୍ଥ ନଷ୍ଟ ହୋଇ ଯାଇଥାଏ ଏବଂ ଖାଦ୍ୟ ରେ ଲୁଣ ର ମାତ୍ରା କମ ହୋଇଗଲେ ମଧ୍ୟ ଖାଦ୍ୟ ବେସ୍ୱାଦ ହୋଇ ଯାଇଥାଏ । ତେଣୁ ସର୍ଵଦା ସଠିକ ପରିମାଣ ଅନୁସାରେ ଖାଦ୍ୟ ରେ ଲୁଣ ପକାଇବା ଉଚିତ । ଲୁଣ ଆମ ଆୟୁଷ କୁ ବଢ଼ାଇ ଥାଏ ଏବଂ ଘଟାଇ ମଧ୍ୟ ଥାଏ ।

ପ୍ରାୟତଃ ଲୋକ ଲୁଣ ର ସଠିକ ବ୍ୟବହାର କରି ଜାଣି ନାହାନ୍ତି । ଆଜି ଆମେ ଲୁଣ ର ସଠିକ ଉପଯୋଗ ଏବଂ ବ୍ୟବହାର ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ଖାଦ୍ୟ ପଦାର୍ଥ ରେ କିପରି ବ୍ୟବହାର କରିବେ ସେ ବିଷୟରେ ନୁହେଁ, ବରଂ ଏହି ଲୁଣ ର କିଛି ଚମତ୍କାର ଉପାୟ ବିଷୟରେ ଆଲୋଚନା କରିବୁ । ଲୁଣ ଅନେକ ପ୍ରକାରର ହୋଇଥାଏ ପାହାଡ଼ି ଲୁଣ, ସମୁଦ୍ରି ଲୁଣ, କଳା ଲୁଣ ଆଦି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣ କୁ ଚନ୍ଦ୍ର ସହିତ ତୁଳନା କରାଯାଇଛି ଏବଂ କିଛି ଲୋକ ଏହାକୁ ରାହୁ ସହିତ ମଧ୍ୟ ତୁଳନା କରନ୍ତି ।

ଆଜି ଆମେ ଧର୍ମ ସହ ଯୋଡି ହୋଇ ରହିଥିବା କିଛି ଉପାୟ ବିଷୟରେ ଆଲୋଚନା କରିବୁ ଏବଂ ଏହି ଉପାୟ ଦ୍ୱାରା ଆପଣ ନିଜ ସମସ୍ୟା ର ସମାଧାନ କରିବାରେ ସକ୍ଷମ ହେବେ । ତେବେ ଆସନ୍ତୁ ସେହି ଉପାୟ ଗୁଡିକ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ଯାହାଦ୍ୱାରା ଆମେ ଘରେ ଥିବା ନକରାତ୍ମକ ଉର୍ଜା କୁ ଘରୁ ବାହାର କରିଦେଇ ପାରିବା । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଉପାୟ ନିମନ୍ତେ ଆପଣ ଯଦି କିଛି ଲୁଣ କାଚ ପାତ୍ର ରେ ନେଇ ନିଜ ଶୌଚାଳୟ ପାଖରେ ରଖି ଦିଅନ୍ତୁ । ଏହି ଉପାୟ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଘରେ ଥିବା ବାସ୍ତୁ ଦୋଷ ଦୂର ହେବ ଏବଂ ଏହା ସହିତ ଯଦି ଆପଣଙ୍କ ଘରେ କୌଣସି ପ୍ରକାର ନକରାତ୍ମକ ଶକ୍ତି ରହିଥିବ ତେବେ ତାହା ତୁରନ୍ତ ଦୂର ହେବ ଓ ଆପଣଙ୍କ ଘରେ ସକାରାତ୍ମକ ଉର୍ଜା ର ପ୍ରତିଷ୍ଠା ହେବ । ଏହି ଉପାୟ ଦ୍ଵାରା ଆପଣଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯିବ ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଘରେ ବ୍ୟବହାର କରା ଯାଉଥିବା ଲୁଣ କୁ କେବେବି ଆପଣ ଷ୍ଟିଲ କିମ୍ବା ଲୁହା ପାତ୍ର ରେ ରଖିବେ ନାହିଁ ଏହା ଦ୍ୱାରା ଘରେ ଅନେକ ସମସ୍ୟା ଆସିଥାଏ କାରଣ ଲୁଣ ଚନ୍ଦ୍ର ଗ୍ରହେ କାରକ ଅଟେ ଏବଂ ଲୁହା ଶନି ଗ୍ରହର । ଏହି ଦୁଇ ଜଣ ଏକାଠି ହେଲେ ଘରେ ଅନେକ ସମସ୍ୟା ଦେଖା ଦେଇଥାଏ । ତେଣୁ ଲୁଣ କୁ କେବେବି ଷ୍ଟିଲ ବା ଲୁହା ନିର୍ମିତ ବସ୍ତୁ ରେ ରଖନ୍ତୁ ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button