IBN ଓଡ଼ିଶା ବ୍ୟୁରୋ

କୋଲେଷ୍ଟ୍ରଲ ଠାରୁ ନେଇ ଡାଇବେଟିସ ହାର୍ଟଆଟାକ୍‌ ପର୍ଯ୍ୟନ୍ତ ସବୁର କାରଣ ଏଗ୍‌ ରୋଲ, ଜାଣନ୍ତୁ କେମିତି

ଆଜିର ସମୟରେ କୋଲେଷ୍ଟ୍ରୋଲ, ଡାଇବେଟିସ, ହାଇ ବ୍ଲଡ ପ୍ରେସର୍, ହାର୍ଟ ଆଟାକ ଆଦି ସମସ୍ୟା ଘରେ ଘରେ ଦେଖା ଦେଉଛି।ଅନେକ ଲୋକ ଏଥି ପାଇଁ ଅତ୍ୟଧିକ ମେଡ଼ିସିନ୍ ଉପରେ ହିଁ ନିର୍ଭର କରୁଛନ୍ତି।ହେଲେ ଏହି ସବୁ ସମସ୍ୟା ଉପୁଜି ଥାଏ ଆମ ଖଦ୍ୟାଭାସରୁ।ଆମେ ଦୈନନ୍ଦିନ ଜୀବନରେ ଯେଉଁ ଖାଦ୍ୟ ଗ୍ରହଣ କରୁଛେ ତାହା ଆମ ଶରୀରରେ ରୋଗର ମାତ୍ର ନିର୍ଦ୍ଧାରିତ କରିଥାଏ।

ଶରୀର ଏକ ଯନ୍ତ୍ର ହେଲେ ଖାଦ୍ୟ ହେଉଛି ଏହାର ଇନ୍ଧନ।ସାଧାରଣ କଥା ଆମେ ଯଦି ଭେଜାଲ ଇନ୍ଧନ ଗ୍ରହଣ କରୁ ତେବେ ଶରୀରର ଯନ୍ତ୍ର ପାଟିରେ କଳଙ୍କି ଲାଗିଯିବ।ଯାହା ଦ୍ଵାରା ବିଭିନ୍ନ ସମସ୍ୟା ବା ରୋଗ ଆସି ବସା ବାନ୍ଧିବେ। ଖାଦ୍ୟ ଯେପରି ଆମ ଶରୀରରେ ଶକ୍ତି ବଢ଼ାଇଥାଏ ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଠିକ୍ ସେହିପରି ଅଖାଦ୍ୟ ମଧ୍ୟ ତା ବିପରୀତ କାର୍ଯ୍ୟ କରିଥାଏ।
Bg
ତେବେ ଆସନ୍ତୁ ଜାଣିବା ଏକ ନିର୍ଦ୍ଧିଷ୍ଟ ଖାଦ୍ୟର କୁ ପ୍ରଭାବ ବିଷୟରେ। ଯାହା ଆପଣଙ୍କ ଶରୀରରେ ଡାଇବେଟିସ, କୋଲେଷ୍ଟ୍ରୋଲ୍, ରକ୍ତଚାପ ଆଦି ବଢାଇବାର କାରଣ ଅଟେ। ଖାଦ୍ୟର ନାମ ହେଉଛି ବଜାର ରେ ମିଳୁଥିବା ଏଗ୍ ରୋଲ୍। ଏଗ ରୋଲ୍ ଯାହା ଆମ ରକ୍ତରେ ଖରାପ୍ କୋଲେଷ୍ଟ୍ରୋଲ ବଢ଼ାଇବାରେ ସହାୟକ ହୋଇଥାଏ। ଏଗ ରୋଲରେ ବ୍ୟବହୃତ ମସଲାରେ ଅତ୍ୟଧିକ ମାତ୍ରାରେ ଲୁଣ ବା ସୋଡ଼ିୟମ ରହିଥାଏ। ଯାହା ଶରୀର ପାଇଁ କ୍ଷତିକାରକ। ଏଥିରେ ସାଧାରଣତଃ ଅତ୍ୟଧିକ ତେଲ ବ୍ୟବହୃତ ହୋଇଥାଏ। ଯାହା ଆମ ଶରୀରରେ ଚର୍ବି ଓ ଓଜନ ବଢାଇଥାଏ। ବ୍ୟବସାୟ ହେତୁ ଦୋକାନୀ ଭଲ କ୍ୱାଲିଟିର ତେଲ ମଧ୍ୟ ବ୍ୟବହାର କରି ନ ଥାନ୍ତି। ଏହି ତେଲ ହାର୍ଟ ପାଇଁ କ୍ଷତିକାରକ ଅଟେ।
Roll
ଅଣ୍ଡାରେ ସୁଗାର ବୃଦ୍ଧିକାରୀ କ୍ୟାଲୋରୀ ରହିଛି। ଯାହା ଶରୀରରେ ସୁଗାର୍ ମାତ୍ରା ବୃଦ୍ଧି କରିଥାଏ। ତେଣୁ ଡାଇବେଟିସ ରୋଗୀ ମାନେ ଏହା ଠାରୁ ଦୂରେଇ ରହିବା ଉଚିତ୍। ଏପରି ଖାଦ୍ୟ ରକ୍ତର ସନ୍ତୁଳନକୁ ନଷ୍ଟ କରିଥାନ୍ତି। ଯାହା ଦ୍ଵାରା ରକ୍ତ ଚାପ ବୃଦ୍ଧି ଘଟି ଥାଏ। ରକ୍ତ ଚାପ ବୃଦ୍ଧିର ଅନ୍ୟ ଏକ କାରଣ ଶରୀରରେ ବଢ଼ିଥିବା ଚର୍ବି ମଧ୍ୟ ହୋଇପାରେ। ଯାହା ଏପରି ଖାଦ୍ୟରୁ ସୃଷ୍ଟି ହୋଇଥାଏ।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button