IBN ଓଡ଼ିଶା ବ୍ୟୁରୋ

ଶାନଦାର୍‌ ଅଲରାଉଣ୍ଡର ଥିଲେ ମହାତ୍ମାଗାନ୍ଧୀ, ଜାଣନ୍ତୁ ବୋଲିଂ ଏବଂ ବ୍ୟାଟିଂରେ କେମିତି ଥିଲା ପ୍ରଦର୍ଶନ

ନୂଆଦିଲ୍ଲୀ ୦୨।୧୦: ଦେଶ ପାଳୁଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ । ଦେଶର ବିଭିନ୍ନ ସ୍ଥାନରେ ମହାତ୍ମା ଗାନ୍ଧୀଙ୍କୁ କରାଯାଉଛି ସ୍ମରଣ । ବ୍ରିଟିଶମାନଙ୍କ ବିରୋଧରେ ଲଢେଇ କରିବା ପାଇଁ ମହାତ୍ମା ଗାନ୍ଧୀ ପ୍ରସିଦ୍ଧ । କିନ୍ତୁ ଜାଣନ୍ତି କି ମହାତ୍ମା ଗାନ୍ଧୀ କ୍ରିକେଟ୍ ପାଇଁ ଥିଲେ ପାଗଳ । ତେବେ ଏନେଇ ଏକ ପୁସ୍ତକରେ କରାଯାଇଛି ଉଲ୍ଲେଖ ।

ମହାତ୍ମା ଗାନ୍ଧୀଙ୍କ ଆତ୍ମଜୀବନୀ ଅନୁଯାୟୀ, ବାପୁ ତାଙ୍କ ସ୍କୁଲ ଦିନରେ ଶାରୀରିକ ବ୍ୟାୟାମ କରିବାକୁ ପସନ୍ଦ କରୁନଥିଲେ । କିନ୍ତୁ କ୍ରିକେଟ୍ ପ୍ରତି ଗାନ୍ଧିଜୀଙ୍କ ଉତ୍ସାହ ବିଷୟରେ ଖୁବ୍ କମ୍ ଲୋକଙ୍କୁ ଜଣା ।

‘ମହାତ୍ମା ଅନ୍ ଦ ପିଚ୍: ଗାନ୍ଧୀ ଆଣ୍ଡ କ୍ରିକେଟ୍ ଇନ୍ ଇଣ୍ଡିଆ’ ନାମକ ପୁସ୍ତକରେ ମହାତ୍ମା ଗାନ୍ଧୀ କିପରି କ୍ରିକେଟ୍କୁ ଉପଭୋଗ କରିଥିଲେ ସେନେଇ ଉଲ୍ଲେଖ କରାଯାଇଛି । ଏହି ପୁସ୍ତକ କୌଶିକ ବୃନ୍ଦୋପାଧ୍ୟାୟ ଲେଖିଛନ୍ତି । ମହାତ୍ମା ଗାନ୍ଧୀଙ୍କ ପିଲାଦିନର ବନ୍ଧୁଙ୍କ କହିବାନୁସାରେ, ସେ କେବଳ କ୍ରିକେଟ୍ ପ୍ରତି ଉତ୍ସାହିତ ନଥିଲେ, ବରଂ କ୍ରିକେଟର ଯାଦୁ ବାପୁଙ୍କୁ କରିଥିଲା ଆକର୍ଷିତ । ହାଇସ୍କୁଲରେ ମହାତ୍ମା ଗାନ୍ଧୀଙ୍କ ବନ୍ଧୁ ରତିଲାଲ ଗେଲାଭାଇ ମେହେଟ୍ଟା କହିଛନ୍ତି ଯେ ସେ ଜଣେ ଶାନଦାର କ୍ରିକେଟର ଥିଲେ । ବ୍ୟାଟିଂ ବ୍ୟତୀତ ସେ ବୋଲିଂ ମଧ୍ୟ କରୁଥିଲେ ।

ରତିଲାଲ ଗେଲାଭାଇ ମେହେଟ୍ଟା ମହାତ୍ମା ଗାନ୍ଧୀଙ୍କ ବିଷୟରେ ଏକ ରୋଚକ କାହାଣୀ ବର୍ଣ୍ଣନା କରିଥିଲେ । ସେ କହିଛନ୍ତି ଥରେ ଆମେ ଦୁହେଁ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲୁ । ସେତେବେଳେ ରାଜକୋଟ ସିଟି ଏବଂ ରାଜକୋଟ ସଦର ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ସେହି ମ୍ୟାଚ୍ ଏକ ରୋମାଞ୍ଚକର ମୁହୂର୍ତ୍ତରେ ଚାଲିଥିଲା । ଏହି ସମୟରେ ମହାତ୍ମା ଗାନ୍ଧୀ କିଛି ସମୟ ଚିନ୍ତା କରି କହିଥିଲେ ଯେ ଏହି ଖେଳାଳି ଆଉଟ୍ ହୋଇଯିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button