IBN ଓଡ଼ିଶା ବ୍ୟୁରୋ

କାହିଁକି ହୋଇଥାଏ Brain Stroke ? ଜାଣନ୍ତୁ ଏହାର କାରଣ ଓ ନିରାକରଣ

। ସୂଚନା ଅନୁସାରେ ଶରୀର ଅଛି ତ ରୋଗ ମଧ୍ୟ ଅଛି । ତେଣୁ ଶରୀରରେ ରହିଥିବା ବିଭିନ୍ନ ପ୍ରକାର ସ୍ଵାସ୍ଥ ଜନିତ ସମସ୍ଯା ମଧ୍ୟରୁ ବ୍ରେନଷ୍ଟ୍ରୋକ ବା ମସ୍ତିସ୍କ ଘାତ ଅନ୍ୟତମ । ଏହା ମସ୍ତିସ୍କ ଠାରେ ହେଉଥିବା ସମସ୍ଯାକୁ ଦର୍ଶାଇଥାଏ । ମସ୍ତିସ୍କରେ ସହିତ ସଂଯୁକ୍ତ କୋଷିକା ଗୁଡିକ ମସ୍ତିସ୍କ ପାଖକୁ ଅହରହ ବ୍ଲଡ୍ ଓ ଅକ୍ଷିଜେନ ଯୋଗାଣ କରିଥାନ୍ତି । ଯଦି କୌଣସି କାରଣରୁ ସେହି କୋଷିକା ଗୁଡିକ ଠିକ ସମୟରେ ମସ୍ତିସ୍କକୁ ଠିକ ସମୟରେ ବ୍ଲଡ୍ ଓ ଅକ୍ଷିଜେନ ଯୋଗାଇବାରେ ବିଳମ୍ବ କରିଥାନ୍ତି ।

 

ତେବେ ସେହି କ୍ଷେତ୍ରରେ ମସ୍ତିସ୍କର କାର୍ଯ୍ୟକାରୀ ଦକ୍ଷତାରେ ବାଧା ସୃଷ୍ଟି ହୋଇଥାଏ । ତେବେ ତାହାକୁ ବ୍ରେନ ଷ୍ଟ୍ରୋକ ବା ମସ୍ତିସ୍କ ଘାତ କୁହାଯାଇଥାଏ । ବ୍ୟକ୍ତିର ବୟସ ୫୫ ବର୍ଷରୁ ଅଧିକ ହେଲେ ସେମାନଙ୍କ ଠାରେ ବ୍ରେନ ଷ୍ଟ୍ରୋକ ହେବାର ସମ୍ଭାବନା ରହିଥାଏ । ମହିଳା ମାନଙ୍କ ଠାରୁ ପୁରୁଷଙ୍କ କ୍ଷେତ୍ରରେ ବ୍ରେନ ଷ୍ଟ୍ରୋକ ଅଧିକ ଦେଖାଯାଇଥାଏ । ଯେଉଁ ବ୍ୟକ୍ତି ମାନଙ୍କର ସ୍ଵାସ୍ଥ ସମ୍ବଦ୍ଧିତ ଏପରି କିଛି ସମସ୍ଯାମାନ ରହିଥାଏ ।

ସେହି କ୍ଷେତ୍ରରେ ବ୍ରେନ ଷ୍ଟ୍ରୋକ ହେବାର ସମ୍ଭାବନା ବହୁତ ଅଧିକ ବଢିଯାଇଥାଏ । ଯେପରି କୋଲେଷ୍ଟ୍ରଲ୍, ଡାଇବେଟିସ,ବ୍ଲଡ଼ ପ୍ରେସର ଓ ହାର୍ଟ ଜନିତ କିଛି ସମସ୍ଯା ରହୁଥିବା ବ୍ୟକ୍ତିଙ୍କ ଠାରେ ବ୍ରେନ ଷ୍ଟ୍ରୋକ ଆସିବାର ଚାନ୍ସ ରହିଥାଏ ।

 

ଧୃମପାନ ଓ ମଦ୍ୟପାନ ଅତ୍ୟଧିକ କରୁଥିବା ଲୋକଙ୍କର ମଧ୍ୟ ବ୍ରେନଷ୍ଟ୍ରୋକ ହୋଇପାରେ । ଏହା ଛଡା ଅଧିକ ଷ୍ଟ୍ରେସ ଓ ଏନଯାଇଟିରେ ରହୁଥିବା ଲୋକଙ୍କର କ୍ଷେତ୍ରରେ ବ୍ରେନଷ୍ଟ୍ରୋକ ବହୁତ ମାତ୍ରାରେ ରହିଥାଏ । ବ୍ରେନ ଷ୍ଟ୍ରୋକ ହେବାର କେତେ ଗୁଡିଏ ଲକ୍ଷଣମାନ ରହିଅଛି ।

ଆଖିକୁ ଠିକ ସେ ଦେଖାନଯିବା ବା ବା ଝିଲଝିଲ ଦେଖାଯିବା, ମୁଣ୍ଡରେ ଚକର ଆସିବା ସହିତ ନିଜର ଭାରସାମ୍ୟ ସମ୍ଭାଳି ନପାରିବା, ମୁହଁ ବଙ୍କା ହୋଇଯିବା, କୌଣସି ପାଖର ହାତ ବଧୀରା, ଝିମଝିମ ହୋଇବା ବା ଗୋଟିଏ ପାଖ ହାତ ଅଚଳ ହୋଇଯିବା । କଥା କହିବାରେ ଖନି ବାଜିବା ବା କଥା କହିବାରେ ଅସ୍ପଷ୍ଟ ହେବା।

 

ଏହା ସହିତ ସବୁଠାରୁ ବଡ କଥା ହେଉଛି । ଯେଉଁ ବ୍ୟକ୍ତିଙ୍କ ଠାରେ ଏପରି ଲକ୍ଷଣ ପ୍ରକାଶ ପାଉଥିବ । ସେମାନେ ଏହାକୁ ଅବହେଳା ନକରି ତୁରନ୍ତ ଡାକ୍ତରଖାନାକୁ ନେଇଯିବା ଉଚିତ । କାରଣ ତୁରନ୍ତ ଏହାର ଲକ୍ଷଣକୁ ଅନୁଧ୍ୟାନ କରି ଚିକିତ୍ସା କରାଗଲେ । ବ୍ୟକ୍ତିର ଏଥିରୁ ଭଲ କରିବାର ସମ୍ଭାବନା ରହୁଛି । ବ୍ୟକ୍ତିର ସିଟି ସ୍କାନ ବା MRI ସ୍କାନ କରାଯାଇ ହିଁ ଏହାର ସଠିକ ଚିକିତ୍ସା କରାଯାଇ ବ୍ୟକ୍ତିକୁ ଠିକ କରାଯାଇପାରିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button