ଶିମିଳିପାଳ ଅଭୟାରଣ୍ୟରେ ବେଆଇନ ଅଫିମ ଚାଷ ନଷ୍ଟ କଲା ପୋଲିସ – Ibnodisha

[ad_1]
ବାରିପଦା : ଶନିବାର ଶିମିଳିପାଳ ଅଭୟାରଣ୍ୟର ଯଯଗଡା ଓ ଫୁଲବାଡ଼ି ୨ଟି ଗ୍ରାମରେ ବେଆଇନ ଚାଷ ହଉଥିବା ନେଇ ବିଶେଷ ସୁତ୍ରରୁ ସୂଚନା ପାଇ ମୟୂରଭଞ୍ଜ ଏସପି ଏସ ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମିଳିତ ଚଢାଉ କରାଯାଇଥିଲା । ଅତିରିକ୍ତ ମାଜିଷ୍ଟ୍ରେଟ, ଅବକାରୀ ବିଭାଗ ଓ ବନବିଭାଗ ସହିତ ମିଳିତ ଭାବେ ଏହି ଚଢାଉ କରାଯାଇଥିଲା । ଯଶୀପୁର ପୁଲିସ ପକ୍ଷରୁ ଏନଡିପିଏସ୍ ଆକ୍ଟର ଧାରା ୧୮ ଅନୁଯାୟୀ ଯଶୀପୁର ପୋଲିସ ଷ୍ଟେସନରେ ଦୁଇଟି ମାମଲା ରୁଜୁ ହୋଇଛି । ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ବେଳେ ବେଆଇନ ଅଫିମ ଚାଷରେ ଜଡ଼ିତ ଅପରାଧୀଙ୍କ ସମ୍ବନ୍ଧରେ ତଦନ୍ତ ଜାରି ରହିଛି ବୋଲି ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଫେବୃଆରୀ ୨୪ ଓ ମାର୍ଚ୍ଚ ୧୦ ତାରିଖରେ ଅନୁରୂପ ମିଳିତ ଚଢାଉରେ ବିଭିନ୍ନ ସ୍ଥାନରେ ୫ଲକ୍ଷ ୪୧ହଜାର ବେଆଇନ ଅଫିମ ଗଛ ନଷ୍ଟ କରାଯାଇଥିଲା । ଯାହାକୁ ନେଇ ଯଶିପୁର ଥାନାରେ ୪ଟି ମାମଲା ରୁଜ୍ଜୁ ହୋଇ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ତେବେ ଶିକାର ଓ ଶିକାରୀଙ୍କ ଉପରେ ଅଙ୍କୁଶ ଆଣିବା ପାଇଁ ଯୁଗ୍ମ ଟାସ୍କଫୋର୍ସ ନିୟୋଜିତ ସହିତ ବ୍ୟାପକ ଧରପକଡ ପରେ ରେକର୍ଡ ସଂଖକ ବନ୍ଧୁକ ଜବତ କରାଯାଉଥିବା ବେଳେ ଶିମିଳିପାଳ ସଂଲଗ୍ନ ଅଞ୍ଚଳରେ ରେକର୍ଡ ସଂଖ୍ୟାକ ବେଆଇନ ଅଫିମ ଚାଷ ସାମ୍ମନାକୁ ଆସିଛି ।
[ad_2]




