ଅପରାଧ
ସ୍ଲୋ ପଏଜନ୍ ଦେଇ ୫ ଜଣଙ୍କୁ ହତ୍ୟା; ବୋହୂ ଓ ସମ୍ପର୍କୀୟା ଗିରଫ – Ibnodisha

[ad_1]
ଗଡ଼ଚିରୋଲୀ: ମହାରାଷ୍ଟ୍ରର ଗଡ଼ଚିରୋଲୀରେ ଗୋଟିଏ ମାସ ମଧ୍ୟରେ ଏକ ପରିବାରର ପାଞ୍ଚଜଣଙ୍କ ମୃତ୍ୟୁ ଘଟିଛି । ମାମଲାରେ ପୁଲିସ ବୁଧବାର ଘରର ବୋହୂ ଏବଂ ଜଣେ ସମ୍ପର୍କୀୟାଙ୍କୁ ଗିରଫ କରିଛି । ଦୁହେଁ ଗତ ଏକମାସ ଧରି ପରିବାରର ସମସ୍ତ ସଦସ୍ୟଙ୍କ ଖାଦ୍ୟ ଓ ପାନୀୟ ସାମଗ୍ରୀରେ ସ୍ଲୋ-ପଏଜନ୍ ଦେଇଆସୁଥିଲେ । ମିଡିଆ ରିପୋର୍ଟ ଅନୁସାରେ ଅଭିଯୁକ୍ତ ଦୁଇଜଣ ହେଲେ ସଂଘମିତ୍ରା କୁମ୍ଭାରେ (୨୨) ଏବଂ ରୋଜା ରମଟେକେ (୩୬) । ମୃତକମାନେ ହେଲେ ସଂଘମିତ୍ରାଙ୍କ ସ୍ୱାମୀ ରୋଶନ କୁମ୍ଭାରେ, ଶ୍ୱଶୁର ଶଙ୍କର କୁମ୍ଭୋରେ, ଶାଶୁ ବିଜୟା, ନଣନ୍ଦ କୋମଲ, ଏବଂ ବର୍ଷା ଉରାଡ଼େ (ଶାଶୁଙ୍କ ଭଉଣୀ) । ପୁଲିସ ଅନୁସାରେ ସଂଘମିତ୍ରା ଏବଂ ରୋଶନ୍ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲଶ । ପରିବାର ଏହାର ବିରୋଧ କରିବାରୁ ସଂଘମିତ୍ରା ଘରୁ ପଳାଇ ରୋଶନ୍ଙ୍କୁ ୨୦୨୨ ଡିସେମ୍ବରରେ ବିବାହ କରିଥିଲେ ।
[ad_2]