ମନୋରଞ୍ଜନ

ପ୍ଲିଜ୍ ଦୟାକରି ଘୃଣା ପ୍ରଚାର କରନ୍ତୁ ନାହିଁ : ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା – Ibnodisha

[ad_1]

କୋଲକାତା : ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ସୋସିଆଲ ମିଡ଼ିଆ ସେଂସେସନରୁ ଏବେ ଷ୍ଟାର ପାଲଟିବାରେ ଲାଗିଛନ୍ତି। ସେ ଜଣେ ଉଚ୍ଚକୋଟୀର ଡ୍ୟାନ୍ସର ମଧ୍ୟ। ଗତ କିଛି ଦିନ ଧରି ‘ଝଲକ ଦିଖଲା ଯା’ ପରେ କୋରିଓଗ୍ରାଫର ପ୍ରତୀକ ଉତେକରଙ୍କ ସହିତ ତାଙ୍କର କ୍ଲୋଜ୍ ଫଟୋ ବେଶ ଭାଇରାଲ। ଏହାପରେ ସେ ଟ୍ରୋଲ୍ ହେବାରେ ଲାଗିଥିଲେ। ତେବେ ଏବେ ଧନଶ୍ରୀ ଟ୍ରୋଲର୍ସଙ୍କୁ ଜବାବ ଦେଇଛନ୍ତି। ଶନିବାର ସେ ନିଜର ଅଫିସିଆଲ ଇନଷ୍ଟାଗ୍ରାମ୍ ପେଜ୍ ରେ ଏକ ଭିଡ଼ିଓ ଶେୟାର କରିଛନ୍ତି। ଭିଡ଼ଓରେ ସେ ଟ୍ରୋଲର୍ସଙ୍କୁ ଅନୁରୋଧ କରିଛନ୍ତି, ଟ୍ରୋଲ୍ ଦ୍ବାରା ମୋ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି। ପ୍ଲିଜ୍ ଦୟାକରି ଘୃଣା ପ୍ରଚାର କରନ୍ତୁ ନାହିଁ। ସୋସିଆଲ ମିଡ଼ିଆରେ ନିକଟ ଅତୀତରେ ଯାହାବି କିଛି ହୋଇଛି ‌ତାହା ଯୋଗୁ ମୋ ପରିବାର ଉପରେ ପ୍ରଭାବ ପଡ଼ିଛି। ପ୍ରଥମେ ପ୍ରଥମେ ବେଶି କିଛି ସମସ୍ୟା ହେଉ ନ ଥିଲା। କିନ୍ତୁ ଏସବୁ ଯୋଗୁ ପାରିବାରିକ ଅଶାନ୍ତି ବଢ଼ିବାରେ ଲାଗିଛି। ତେଣୁ ଘୃଣା ସୃଷ୍ଟି କରୁଥିବା କାର୍ଯ୍ୟ ନ କରି ପ୍ରେମ ଏବଂ ଭଲ ପାଇବା ସୃଷ୍ଟି କରୁଥିବା କାର୍ଯ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି। ଭିଡ଼ିଓରେ ‌‌ଶେଷରେ ସେ କହିଛନ୍ତି ମୁଁ ଜଣେ ଫାଇଟର ଭାବେ ଜଣାଶୁଣା। ମୁଁ କେବେ ଗିଭ୍ ଅପ୍ କରି ନାହିଁ। ମୁଁ ଏବେ ସେହିଭଳି ଛିଡା ହୋଇଛି। ମୁଁ ଗିଭ୍ ଅପ୍ କରିବି ନାହିଁ। ତେବେ ଟ୍ରୋଲର୍ସ ମାନଙ୍କୁ ସେ କହିଛନ୍ତି ଦୟାକରି ସମ୍ବେଦନଶୀଳ ଘଟଣା ପ୍ରତି ବିଶେଷ ଯତ୍ନଶୀଳ ହେବା ଜରୁରୀ। ମୋର ଆଶା ଓ ବିଶ୍ବାସ ଅଗାମୀ ଦିନରେ ଟ୍ରୋଲର୍ସ ଏଥିପ୍ରତି ଧ୍ୟାନ ଦେବେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button