ଲିଭ୍ ଇନ୍ ପାର୍ଟନରଙ୍କୁ ପିଟିପିଟି ହତ୍ୟା କଲା ଲଲନ୍ – Ibnodisha

[ad_1]
ନୂଆଦିଲ୍ଲୀ: ଅଣ୍ଡା ତରକାରୀ କରିବାକୁ ମନା କରିବାରୁ ନିଜର ଲିଭ ଇନ ପାର୍ଟନରଙ୍କୁ ହତ୍ୟା । ରାଜଧାନୀ ଦିଲ୍ଲୀର ପାଲମ ବିହାରରେ ଥିବା ଗୋଟିଏ ନିର୍ମାଣଧୀନ କୋଠାରେ ଏହି ଘଟଣା ଗତ ସପ୍ତାହରେ ଘଟିଥିଲା । ପୋଲିସ ଅଭିଯୁକ୍ତଙ୍କୁ ଧରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ୩୫ ବର୍ଷୀୟ ଲଲନ ଯାଦବଙ୍କ ଘର ବିହାରର ମାଧେପୁରାରେ । ସେ ୬ ବର୍ଷ ତଳେ ପରିବାର ଲୋକଙ୍କ ସହ ଝଗଡ଼ା କରି ଦିଲ୍ଲୀ ଚାଲି ଆସିଥିଲେ । ଦିଲ୍ଲୀ ଆସିବା ପୂର୍ବରୁ ତାଙ୍କ ପତ୍ନୀ ସାପ କାମୁଡ଼ାରେ ପ୍ରାଣ ହରାଇ ସାରିଥିଲେ । ଦିଲ୍ଲୀରେ ଲଲନ ଯାଦବ ଏକା ରହିବା ସହ ବିଭିନ୍ନ ସ୍ଥାନରେ ଶ୍ରମିକ ଭାବେ କାମ କରୁଥିଲେ । ପ୍ରାୟ ୬ ମାସ ତଳେ ତାଙ୍କର ଦେଖା ୩୨ ବର୍ଷୀୟ ଅଞ୍ଜଳୀଙ୍କ ସହ ଦେଖା ହୋଇଥିଲା । ଏହି ଦେଖା ସାକ୍ଷାତ ପ୍ରେମର ରୂପ ନେଇଥିଲା ଓ ଉଭୟ ଗୁରୁଗ୍ରାମରେ ଏକାଠି ଭଡ଼ା ଘରେ ରହିବା ଆରମ୍ଭ କରିଥିଲେ ।
ସବୁ କିଛି ଠିକ ଠାକ ଚାଲିଥିଲା । କିନ୍ତୁ ଗତ ମଙ୍ଗଳବାର ଲଲନ ଯାଦବ ମଦ ପିଇ ଘରକୁ ଆସିଥିଲେ । ସେ ଅଞ୍ଜଳୀଙ୍କୁ ଡିନରରେ ଅଣ୍ଡା ତରକାରୀ ରାନ୍ଧିବାକୁ କହିଥିଲେ । ହେଲେ ସେ ଅଣ୍ଡା ତରକାରୀ କରିବାକୁ ମନା କରି ଦେଇଥିଲେ । ଏହାକୁ ନେଇ ଦୁହେଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଶେଷରେ ଗୋଟିଏ ହାତୁଡ଼ି ଓ ବେଲ୍ଟରେ ଅଞ୍ଜଳୀଙ୍କୁ ଲଲନ ପିଟିବାକୁ ଲାଗିଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ବୁଧବାର କୋମା ଅଞ୍ଚଳରେ ଚାଲିଥିବା ନିର୍ମାଣଧୀନ କୋଠାରୁ ଅଞ୍ଜଳୀଙ୍କ କ୍ଷତବିକ୍ଷତ ମୃତଦେହ ଜବତ କରିଥିଲା । ଘଟଣା ପରେ ସେ ଫେରାର ହୋଇ ଯାଇଥିଲେ । କିନ୍ତୁ ପୋଲିସ ଶନିବାର ତାଙ୍କୁ ସରାଇ କାଲେ ଖାନ ଅଞ୍ଜଳରୁ ଗିରଫ କରିଛି । ସେ ମଧ୍ୟ ନିଜର ଅପରାଧକୁ ସ୍ୱୀକାର କରିଛି ବୋଲି ଜଣାପଡ଼ିଛି ।
The post ଲିଭ୍ ଇନ୍ ପାର୍ଟନରଙ୍କୁ ପିଟିପିଟି ହତ୍ୟା କଲା ଲଲନ୍ appeared first on ONA KHABAR.
[ad_2]