ଅପରାଧ

କ୍ଷମା ନମାଗିବାରୁ ବୀଭତ୍ସ ହତ୍ୟା; ଯୁବକଙ୍କୁ ପିଟି ପିଟି ମାରିଦେଲେ ଦୁଇ ନାବାଳକ – Ibnodisha

[ad_1]

ସୁନ୍ଦରଗଡ଼: ଭୁଲ ନମାଗିବାରୁ ଯୁବକଙ୍କୁ ପିଟିପିଟି ହତ୍ୟା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ । ଦୁଇ ନାବାଳକ ମିଶି ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ସୂଚନା ଅନୁସାରେ, ହେମଗିରି ଥାନା ଅନ୍ତର୍ଗତ ଜୁଲୁମବାହାଲ ପଞ୍ଚାୟତର ନାକଡ଼େରା ଗ୍ରାମରେ ଗତ ୪ ତାରିଖ ରାତିରେ ଘଟିଥିଲା ଏକ ହତ୍ୟାକାଣ୍ଡ । ଟିକେଶ୍ୱର ମଲ୍ଲିକ ଓରଫ ମିଲନଙ୍କୁ ପିଟି ପିଟି ହତ୍ୟା କରିଥିଲେ ୨ ନାବାଳକ । ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ନାବାଳକ ଛତିଶଗଡ଼ରୁ ଧରାପଡ଼ିଛନ୍ତି । ଗଣ୍ଡଗୋଳ ପରେ କ୍ଷମା ନମାଗିବାରୁ ଟିକେଶ୍ୱରଙ୍କୁ ସେମାନେ ହତ୍ୟା କରିଥିବା ଜଣାପଡ଼ିଛି । ନାବାଳକ ଦ୍ୱୟ ଏହି ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ।

ସୂଚନା ଅନୁଯାୟୀ, ନାକଡ଼େରା ଗ୍ରାମର ଟିକେଶ୍ୱର ଦିନ ମଜୁରିଆ ଭାବେ କାମ କରୁଥିଲେ । ଗତ ୧ ତାରିଖରେ ନୂଆବର୍ଷ ଉପଲକ୍ଷେ ଗ୍ରାମର ସମ୍ପୃକ୍ତ ଦୁଇ ନାବାଳକ ଓ ଅନ୍ୟ ୫- ୬ ଜଣଙ୍କ ସହ ଭୋଜି କରିବା ପାଇଁ ଯାଇଥିଲେ । ଭୋଜି ସ୍ଥଳରେ ୨ ନାବାଳକଙ୍କ ସହ ଟିକେଶ୍ୱରଙ୍କ ପାଟିତୁଣ୍ଡ ହୋଇଥିଲା । ଏପରିକି ଟିକେଶ୍ୱର ସେମାନଙ୍କୁ ମାଡ଼ ମଧ୍ୟ ମାରିଥିଲେ । ଏହା ପରଦିନ ଅର୍ଥାତ୍ ୨ ତାରିଖରେ ଟିକେଶ୍ୱର ଗ୍ରାମରେ ନିର୍ମାଣ ହେଉଥିବା ମନ୍ଦିର ନିକଟରେ ଛିଡ଼ା ହୋଇଥିବାବେଳେ ସମ୍ପୃକ୍ତ ୨ ନାବାଳକ ସେଠାରେ ପହଞ୍ଚି ଗାଳିଗୁଲଜ କରିଥିଲେ । ମାଡ଼ ମାରିଥିବାରୁ କ୍ଷମା ମାଗିବାକୁ କହିଥିଲେ । ତେବେ ସେମାନଙ୍କୁ କିଛି ନ କହି ଟିକେଶ୍ୱର ଘରକୁ ଚାଲି ଯାଇଥିଲେ । ଏହାପରେ ପୁଣି ୪ ତାରିଖ ରାତିରେ ଟିକେଶ୍ୱର ଏକାକୀ ଥିବାବେଳେ ନାବାଳକ ଦ୍ୱୟ ପଛପଟୁ ଆସି ଅତର୍କିତ ଭାବରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ସେ ତଳେ ପଡ଼ିଯିବା ପରେ ପିଟିପିଟି ହତ୍ୟା କରିଥିଲେ ।

ଏହାପରେ ମୃତଦେହକୁ ଗଛ ତଳୁ ଘୋଷାଡ଼ି ନେଇ ଏକ ନାଳ କଡ଼ରେ ଫିଙ୍ଗି ଦେଇ ଘରକୁ ପଳାଇଥିଲେ । ୫ ତାରିଖରେ ଛତିଶଗଡ଼ରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ସେମାନେ ପଳାଇଥିଲେ । ପୋଲିସ ଟିକେଶ୍ୱରଙ୍କ ମୃତଦେହ ଜବତ କରିବା ପରେ ହତ୍ୟାକାରୀଙ୍କୁ ଖୋଜିବା ଆରମ୍ଭ କରିଥିଲା । ସୁରାକ୍ ମିଳିବା ପରେ ଗତ ଶନିବାର ଉଭୟ ନାବାଳକଙ୍କ ଘରେ ଚଢ଼ାଉ କରାଯାଇଥିଲା । ସେମାନେ ଛତିଶଗଡ଼ରେ ଲୁଚିଥିବା ଜଣାପଡ଼ିଥିଲା । ହେମଗିର ପୋଲିସ ନାବାଳକ ଦ୍ୱୟଙ୍କୁ ଧରିବାରେ ସଫଳ ହୋଇଛି । ତେବେ ହତ୍ୟାକାଣ୍ଡ ଘଟାଇଥିବା ନାବାଳକମାନଙ୍କୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର ହୋଇଥିଲେ । ଏହାପରେ ସେମାନଙ୍କୁ ରାଉରକେଲା ବାଳ ସୁଧାର ଗୃହକୁ ପଠାଯାଇଥିବା ଏସ୍ଡିପିଓ ହିମାଂଶୁ ବେହେରା ସୂଚନା ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button