ରାଜ୍ୟ

ଦୁଇ ଭାଇ ଦୁଇ ରାଜ୍ୟର ଡିଜିପି – Ibnodisha

[ad_1]

ଭୁବନେଶ୍ୱର : ଦୁଇ ଭାଇ ହେଲେ ଦୁଇ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ । ଦୁଇ ଭାଇ ବରିଷ୍ଠ ଆଇପିଏସ୍ ବିକାଶ ସହାୟ ଏବଂ ବିବେକ ସହାୟ । ୧୯୮୯ ବ୍ୟାଚ୍ ଆଇପିଏଶ ସହାୟ ଗୁଜୁରାଟ ପୋଲିସ ଡିଜି । ୧୯୮୮ ବ୍ୟାଚ୍ ଆଇପିଏସ ବିବେକ ହେଲେ ପଶ୍ଚିମବଙ୍ଗ ପୋଲିସ ଡିଜି । ଗତକାଲି ବିବେକଙ୍କୁ ପଶ୍ଚିମବଙ୍ଗ ଡିଜିପି ଭାବେ ନିଯୁକ୍ତି ମିଳିଥିଲା । ପୂର୍ବରୁ ଶ୍ରୀ ସାହାଇ ହୋମଗାର୍ଡର ମହାନିର୍ଦ୍ଦେଶକ ଓ କମାଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ରାଜୀବ କୁମାରଙ୍କୁ ସୂଚନା ପ୍ରଯୁକ୍ତି ବିଦ୍ୟା ଓ ଇଲେକ୍ଟ୍ରୋନିକ୍ସ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ୨୦୨୧ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣରେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିବା ପରେ ନିର୍ବାଚନ ଆୟୋଗ ବିବେକ ସହାୟଙ୍କୁ ନିଲମ୍ବନ କରିଥିଲେ । ପରେ ତାଙ୍କୁ ସୁରକ୍ଷା ନିର୍ଦ୍ଦେଶକ ପଦରେ ପୁନଃ ଅବସ୍ଥାପିତ କରାଯାଇଥିଲା ।

ବିବେକ ସହାୟ ପଶ୍ଚିମବଙ୍ଗ ନୂଆ ପୋଲିସ ମହାନିର୍ଦ୍ଦେଶକ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button