ରାଜ୍ୟ

ବଜ୍ରପାତରେ ଯୁବକଙ୍କ ମୃତ – Ibnodisha

[ad_1]

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ଥାନା ଝାଞ୍ଜିମୁଣ୍ତା ଗାଁରେ ଆଜି ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ହେମସିଂ ମାଝି। ତାଙ୍କୁ ୩୦ ବର୍ଷ ହୋଇଥିଲା। ଆଜି ମଧ୍ୟାହ୍ନରେ ଝାଞ୍ଜିମୁଣ୍ତାରେ କାଳବୈଶାଖୀ ବର୍ଷା ହୋଇଥିଲା। ବର୍ଷା ଆରମ୍ଭ ହେବା ପୂର୍ବରୁ ହେମସିଂ ନିଜ ଇଟା ଭାଟିକୁ ଯାଇଥିଲେ। ସେ ଇଟାଗୁଡ଼ିକ ଉପରେ ପଲିଥିନ୍ ଘୋଡ଼ାଉ ଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ସେଠାରେ ହିଁ ହେମସିଂଙ୍କ ମୃତ୍ୟୁ ଘଟିଥିଲା। ସଦର ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button