ରାଜ୍ୟ

ପ୍ରବଳ ବର୍ଷିବ : ୯ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟରେ କିଛି ଦିନର ତାତି ପରେ ଖସିଛି ପାରଦ। ଯାହାଫଳରେ ଅନେକ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ପ୍ରବଳ ବର୍ଷା ମଧ୍ୟ ହେଉଛି। ତେଣୁ ଏଥିପାଇଁ ୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏପରିକି କଟକ, ନୟାଗଡ, କନ୍ଧମାଳ, ଢେଙ୍କାନାଳ ଓ ଯାଜପୁରରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଏବଂ ଆସନ୍ତାକାଲି ରାଜ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ଜାରି କରିଥିଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାସହ ୪୦ ରୁ ୫୦ କିମି ବେଗରେ ପବନ ବହିବା ନେଇ ମଧ୍ୟ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ପାଇଁ ୪ଟି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button