ରାଜ୍ୟ

ପୋଲ ତଳୁ ମିଳିଲା ନିଖୋଜ ନାବାଳକର ମୃତଦେହ – Ibnodisha

[ad_1]

ମୟୂରଭଞ୍ଜ : ସାଙ୍ଗମାନଙ୍କ ସହ ନାବାଳକ ପୁଅ ଗାଧୋଇବା ପାଇଁ ଯାଉଛି କହି ଗଲା କିନ୍ତୁ ଆଉ ଫେରିଲାନି। ସାଙ୍ଗ ହୋଇ ଯାଇଥିବା ଅନ୍ୟମାନେ ଫେରିଲେ ପୁଅ ଫେରିଲା ଶବ ହୋଇ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଇଚିଣ୍ଡା ଗ୍ରାମରେ।ତେବେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଟାଙ୍ଗl ପୋଲ ତଳୁ ଆଜି ସକାଳୁ ଆଠ ବର୍ଷର ବାଳକ ସେକ୍ ଆଲାମର ମୃତଦେହ ଉଦ୍ଧାର କରିଛି ରାଇରଙ୍ଗପୁର ଟାଉନ ଥାନା ପୋଲିସ। ଘଟଣାରୁ ଜଣାପଡ଼ିଛି ଯେ ଗତକାଲି ସକାଳ ୯ଟା ସମୟରେ ଇଚିଣ୍ଡl ହରିଜନ ସାହିର ସେକ ଇସ୍ମାନ ଗାନିର ୮ ବର୍ଷର ପୁଅ ସେକ ଆଲାମ୍ ଏବଂ ତାର ଦୁଇସାଙ୍ଗ ସହିତ ଘରୁ ଗାଧୋଇବାକୁ ଯାଉଛି କହି ଘରୁ ବାହାରି ଆସିଥିଲା। ହେଲେ ଦିନ ଯାଇ ରାତି ହେଲା କିନ୍ତୁ ପୁଅ ଫେରିଲା ନି। ପୁଅ ଘରକୁ ନ ଫେରିବାରୁ ଘର ଲୋକେ ଖୋଜାଖୋଜି ଆରମ୍ଭ କଲେ ମାତ୍ର ପୁଅର କୌଣସି ଖବର ନ ପାଇବାରୁ ବାଧ୍ୟ ହୋଇ ରାତି ସାଢ଼େ ଏଗାରଟାରେ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯଗୋକୁ ଭିତ୍ତିକରି ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାକୁ ଗମ୍ଭୀରତାର ସହନେଇ ଆରମ୍ଭ କରିଥିଲା ଛାନଭିନ। ଆଜି ସକାଳୁ ପରିବାର ଲୋକେ ଖୋଜା ଖୋଜି କରୁ କରୁ ମୃତକର ଭେଣେଇ ସେକ ଇନ୍ତେକାମ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୭ଗଢ ନିକଟ ଟାଙ୍ଗl ପୋଲର ମଝି ପିଲର ପାଖରେ ପାଣିରେ ବୁଡି ରହିଥିବାର ଦେଖିବାକୁ ପାଇଥିଲେ। ପରେ ଘଟଣା ସମ୍ପର୍କରେ ରାଇରଙ୍ଗପୁର ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ମୃତକ ସେକ ଆଲାମ ର ଦୁଇ କାନ, ଆଖି ପତା ଏବଂ ମୁଁହରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ଯାହାକୁନେଇ ପୁଅକୁ କେହି ମାରି ନଦୀରେ ଫିଙ୍ଗି ଦେଇଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ। ତେବେ ରାଇରଙ୍ଗପୁର ପୋଲିସ ଶବକୁ ଉଦ୍ଧାର କରି ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହିତ ଅଧିକ ତଦନ୍ତଜାରୀ ରଖିଛି। ସେହିପରି ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିବା ଅନ୍ୟ ଦୁଇଜଣ ନାବାଳକକୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି ବୋଲି ସୂଚନା ମିଳିଛି। ମାତ୍ର ପରିବାର ଲୋକେ ଆଠ ବର୍ଷର ନାବାଳକ ପୁଅ ସେକ ଆଲାମକୁ ହରାଇ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଗାଁରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button