ସାମ୍ବାଦିକଙ୍କ ପାଇଁ ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା – Ibnodisha

[ad_1]
ନୂଆଦିଲ୍ଲୀ : ଏଥର ଅଫିସରେ ଥାଇ ମଧ୍ୟ କାର୍ୟ୍ୟରତ ସାମ୍ବାଦିକମାନେ ବାଲାଟ ପେପରରେ ଭୋଟ୍ ଦେଇପାରିବେ।ଏଥିପାଇଁ ସାମ୍ବାଦିକମାନଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଆବେଦନ କରିବାକୁ ପଡ଼ିବ। ଆବେଦନ ପରେ ରିଟର୍ଣ୍ଣିଂ ଅଫିସର ଆବେଦନକାରୀଙ୍କ ଆକ୍ରେଡିସନ ଯାଞ୍ଚ କରିବେ। ଆକ୍ରେଡିସନ୍ ଯାଞ୍ଚ ପରେ ଯଥା ସମୟରେ ପୋଷ୍ଟାଲ ବାଲାଟ୍ ପହଞ୍ଚିବ। ଏହାପରେ ସାମ୍ୱାଦିକମାରେ ପୋଷ୍ଟାଲ ବାଲାଟରେ ଭୋଟ ଦେଇ ରିଟର୍ଣ୍ଣିଂ ଅଫିସରଙ୍କୁ ପଠାଇବେ। କାର୍ୟ୍ୟରତ ସାମ୍ବାଦିକଙ୍କ ଭୋଟ୍ ଦେବା ଅଧିକାରକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ଏହି ବ୍ୟବସ୍ଥା ଆଣିଛନ୍ତି ନିର୍ବାଚନ କମିଶନ। ୧୮ତମ ଲୋକସଭା ପାଇଁ ସାତଟି ପର୍ୟ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ୟ୍ୟାୟ ଏପ୍ରିଲ ୧୯ରେ ହେବାକୁ ଥିବାବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ, ୭ ମେ’ରେ ତୃତୀୟ, ୧୩ ମେ’ରେ ଚତୁର୍ଥ, ୨୦ ମେ’ରେ ପଞ୍ଚମ, ୨୫ ମେ’ରେ ଷଷ୍ଠ ଏବଂ ଜୁନ୍ ୧ରେ ସପ୍ତମ ତଥା ଅନ୍ତିମ ପର୍ୟ୍ୟାୟ ନିର୍ବାଚନ ହେବ। ଜୁନ ୪ରେ ଏକାଠି ସମସ୍ତ ସାତ ପର୍ୟ୍ୟାୟ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ।
[ad_2]