ରାଜ୍ୟ

ପୁଲିସ-ମାଓବାଦୀ ଗୁଳି ବିନିମୟ : ୨ ମାଓବାଦୀ ନିହତ – Ibnodisha

[ad_1]

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡାରେ ପୁଲିସ-ମାଓବାଦୀ ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀ ଓ ଜଣେ ପୁରୁଷ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଦନ୍ତେୱାଡା ଜିଲ୍ଲାର କିରନ୍ଦୁଲ ଅଞ୍ଚଳରେ ମାଓ ଦମନ ନିମନ୍ତେ ପୁଲିସ ପକ୍ଷରୁ ତଲାସି ଅଭିଯାନ ଜାରି ରହିଥିବା ବେଳେ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ମାଓବାଦୀ ମାନେ ପୁଲିସକୁ ଦେଖି ଗୁଳି ଚାଳନା କରିଥିଲେ। ଏହାର ପାଲଟା ଜବାବ ଦେଇ ପୁଲିସ ବାହିନୀ ମଧ୍ୟ ଗୁଳି ଚାଳନା କରିଥିବା ବେଳେ କିଛି ସମୟ ମଧ୍ୟରେ ପୁଲିସ ସାମ୍ନା କରି ନପରି ମାଓବାଦୀ ମାନେ ଜଙ୍ଗଲ ମଧ୍ୟରେ ଲୁଚି ପଳାଇଥିଲେ। ତେବେ ଏହାପରେ ପୁଲିସ ବାହିନୀ ଅଞ୍ଚଳରେ ତଲାସି କରିବା ବେଳେ ଜଣେ ମହିଳା ଓ ଜଣେ ପୁରୁଷ ମାଓବାଦୀର ମର ଶରୀରକୁ ଉଧାର କରିବା ସହ କିଛି ମାଓ ସାମଗ୍ରୀ ମଧ୍ୟ ଜବତ କରିଥିଲେ। ମୃତ ମହିଳା ମାଓବାଦୀ ଉପରେ ୫ ଲକ୍ଷ ଇନାମ ରହିଥିବା ବେଳେ ପୁରୁଷ ମାଓବାଦୀ ଉପରେ ୧ଲକ୍ଷର ଇନାମ ରହିଥିବା ସୂଚନା ମିଳିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button