IBN ଓଡ଼ିଶା ବ୍ୟୁରୋ

ଶ୍ରାବଣ ମାସରେ ବଦଳିବ ଏହି ୫ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ରହିବ ପ୍ରଭୁ ଶିବଙ୍କ କୃପା

ଆରମ୍ଭ ହୋଇ ସାରିଛି ଶ୍ରାବଣ ମାସ, ଭଗବାନ ଶିବଙ୍କର ଆରାଧନା ଏବଂ ତାଙ୍କର ଆଶିଷ ପାଇବା ପାଇଁ ଭକ୍ତମାନେ ଶ୍ରାବଣ ମାସ ପାଳିବା ଆରମ୍ଭ କରିଛନ୍ତି। ତେବେ, ଚଳିତ ବର୍ଷ ଯୋଡ଼ା ଶ୍ରାବଣ ପଡୁଥିବାରୁ ଏହା ୫୯ ଦିନ ପର୍ଯ୍ୟନ୍ତ ଚାଲୁ ରହିବ। ଏହା ବ୍ୟତୀତ ଏହି ଦୁଇ ମାସ ଭିତରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ପରି ଗୁରୁତ୍ୱପୂର୍ଣ୍ଣ ଗ୍ରହମାନଙ୍କର ଗୋଚର ମଧ୍ୟ ଦେଖିବାକୁ ମିଳିବ। ଗ୍ରହମାନଙ୍କର ଗୋଚର ଏବଂ ମହାଦେବଙ୍କ ଆଶୀର୍ବାଦ ହେତୁ କିଛି ରାଶିର ଲୋକମାନଙ୍କୁ ଏହାର ଫାଇଦା ମିଳିବ।

Mesa

୧. ଶ୍ରାବଣ ମାସ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବେସ୍ ଲାଭପ୍ରଦ ହେବ। ମହାଦେବଙ୍କ କୃପାରୁ କ୍ୟାରିଅର ସମସ୍ୟା ଦୂର ହେବା ସହିତ, ଧନ ପ୍ରାପ୍ତି ଏବଂ ଜୀବନରେ ସୁଖଃ ସମୃଦ୍ଧିର ବୃଦ୍ଧି ହେବ।

Tula rasi

୨. ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ଶ୍ରାବଣ ମାସ ବେସ୍ ଲାଭପ୍ରଦ ହେବ। କ୍ୟାରିଅରରେ ଅଗ୍ରଗତି ହେବା ସହିତ ଦରମା ବୃଦ୍ଧି ଏବଂ ବଡ଼ ଚାକିରୀ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି।

Singha

୩. ମହାଦେବଙ୍କ ଦୟାରୁ ଚାଲିବ ଶ୍ରାବଣ ମାସରେ ସିଂହ ରାଶିର ବ୍ୟକ୍ତି ମାନଙ୍କର ପ୍ରମୋସନ୍-ଇନ୍‌କ୍ରିମେଣ୍ଟ ହେବାର ସମ୍ଭାବନା ରହିଛି। ପୈତୃକ ସମ୍ପତ୍ତି ଲାଭ ହେବାର ମଧ୍ୟ ସଙ୍କେତ ରହିଛି।

Dhanu

୪. ଚଳିତ ଶ୍ରାବଣ ମାସରେ ଧନୁ ରାଶିର ଲୋକେ ବ୍ୟବସାୟରେ ଅଗ୍ରଗତି କରିବେ। ଚାକିରୀ କରୁଥିବା ବ୍ୟକ୍ତିଙ୍କର ମଧ୍ୟ ପଦୋନ୍ନତି ହେବାର ସମ୍ଭାବନା ରହିଛି।

Bicha

୫. ସମାନ ଭାବରେ ବିଛା ରାଶିର ଲୋକେ ମଧ୍ୟ ବ୍ୟବସାୟରେ ନୂଆ ରାସ୍ତା ଖୋଜି ପାଇପାରିବେ। ଆପଣଙ୍କୁ ନୂତନ ଦାୟିତ୍ବ ମିଳିବା ସହିତ ଏହା ଆପଣଙ୍କୁ ପ୍ରଗତିର ରାସ୍ତା ମିଳିପାରିବ।

Related Articles

Leave a Reply

Your email address will not be published. Required fields are marked *

Back to top button