ରାଜ୍ୟ

କୁକୁର ମାଡ଼ି ବସିଥିଲା ଲୋକେ ଉଦ୍ଧାର କଲେ ବିଲୁପ୍ତପ୍ରାୟ ଜଙ୍ଗଲି ଶାଳିଆପତନି – Ibnodisha

[ad_1]

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ କୋହିଛକ ହାଟପଡିଆରେ ଏସିଆ ମହାଦେଶରୁ ବିଲୁପ୍ତପ୍ରାୟ ଏସିଆନ ପାମ ସିଭେଟ କ୍ୟାଟ ବା ଏସିଆ ମହାଦେଶର କସ୍ତୁରୀ ବିଲେଇ ବା ଶାଳିଆପତନୀ ଉଦ୍ଧାର ହୋଇଛି। ସକାଳ ସମୟରେ ହାଟ ଝଣ୍ଟାଳି ଜଣକ ଶାଳିଆପତନୀକୁ କୁକୁରମାନଙ୍କ ଠାରୁ ଉଦ୍ଧାର କରିଥିଲେ ବୋଲି କହିଥିଲେ। ପରେ ଏନେଇ ଦେଉଳି ରେଞ୍ଜ କାଳିଆଶୋଳ ଫରେଷ୍ଟ ବିଟର ଫରେଷ୍ଟଗାର୍ଡ ଜ୍ୟୋସ୍ନାରାଣୀ ବେହେରାଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଅବଗତ କରିଥିଲେ। ଖବରପାଇ ଫରେଷ୍ଟଗାର୍ଡ ଜ୍ୟୋସ୍ନାରାଣୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଶାଳିଆପତନୀକୁ ଉଦ୍ଧାର କରିଥିଲେ। ତେବେ ଶାଳିଆପତନୀ ଟି କୁକୁରମାନଙ୍କ ଆକ୍ରମଣରେ ଆହାତ ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରଥମେ ଶିଆଳିପତନୀ କୁ ଚିକିତ୍ସା କରାଇ ସୁସ୍ଥ ହେଲା ପରେ ତାକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛଡ଼ାଯିବ ବୋଲି ସୂଚନା ରହିଛି। ଶାଆପତନୀ ଶରୀରରୁ କସ୍ତୁରୀ ଭଳି ଗନ୍ଧ ବାହାରୁ ଥିବାରୁ ଏହାର ବଜାରରେ ଚାହିଦା ଅଧିକା ସେଇଥିପାଇଁ ଶିକାରୀମାନଙ୍କ ଏହା ପ୍ରଥମ ପସନ୍ଦ। ପୂର୍ବରୁ ଭାରତର ଜଙ୍ଗଲ ଗୁଡିକରେ ବହୁଳଭାବେ ଦେଖା ଯାଉଥିଲେ ହେଁ ଆଜି ଏମାନଙ୍କ ବାସଭୂମି ଅଭାବ ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟି ଯୋଗୁଁ ବିଲୁପ୍ତ ଆଡକୁ ମୁହାଁଇଛନ୍ତି ଏହି ବିରଳ ପ୍ରଜାତିର ଶାଳିଆପତନି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button