ରାଜ୍ୟ

ମା ବିରଜାଙ୍କୁ ଦର୍ଶନ କଲେ କୋରେଇ ବିଧାନସଭା ବିଜେପି ପାର୍ଥୀ ଆକାଶ ଦାସ ନାୟକ – Ibnodisha

[ad_1]

ଯାଜପୁର : ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଆକାଶ ଦାସ ନାୟକଙ୍କ ନାମ ରେ ଦଳ ମୋହର ମାରିବା ପରେ ପ୍ରଚାର ମଇଦାନ କୁ ଓହଲାଇଛନ୍ତି ଆକାଶ । ଆକାଶ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ଆଜି ଦର୍ଶନ କରି ପ୍ରଚାର ମଇଦାନକୁ ଓହଇଛନ୍ତି। ଆକାଶ ଆଜି ତାଙ୍କ ସମର୍ଥକ ଓ ଶୁଭେଛୁଙ୍କ ସହ ମା ବିରଜାଙ୍କ ମନ୍ଦିରରେ ପହଂଚି ସ୍ୱତନ୍ତ୍ର ପୂଜାର୍ଚନା କରିବା ସହ ନିଜର ବିଜୟ ପାଈଁ ମା ବିରଜା ଙ୍କ ଅଶ୍ରିବାଦ କାମନା କରିଛନ୍ତି। କୋରେଇ ରେ ଲୋକେ ପରିବର୍ତନ ଚାହୁଁଥିବା ବେଳେ ଏଥର ପରିବର୍ତନ ହେବ ବୋଲି ଦୃଢ଼କ୍ତି ସହ କହିଛନ୍ତି ଆକାଶ । ଗତ କିଛି ଦିନ ତଳେ ସେ ବିଜେଡି ଛାଡି ବିଜେପି ରେ ଯୋଗ ଦେଇଥିବା ବେଳେ କୋରେଇ ନିର୍ବାଚନ ମଣ୍ଡଳୀରେ ତାଙ୍କ ବିପକ୍ଷରେ ବିଜେଡି ଦଳ କାହାକୁ ଟିକେଟ ଦେବା ତାହା ସ୍ଥିର ହୋଇ ନହିଁ । ଅନ୍ୟପଟେ କୋରେଇ ରେ ଓଡିଶା ର ହେବିୱେଟ ନେତା ପ୍ରଣବ ପ୍ରକାଶ ଦାସ ଓ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କ ପତ୍ନୀ ତଥା ସିନେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ନାମ ନେଇ ବିଭିନ୍ନ ମହଲରେ ଚର୍ଚା ଜୋର ଧରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button