ରାଜ୍ୟ

ବାତ୍ୟା ‘ଦାନା’ର ସଫଳ ମୁକାବିଲା ପାଇଁ କଟକବାସୀଙ୍କୁ ଧନ୍ୟବାଦ ଜଣାଇଲେ ଜିଲ୍ଲାପାଳ.

ଟକ: ବାତ୍ୟା ‘ଦାନା’କୁ ମୁକାବିଲା କରିବାରେ ସଫଳ ହେଲା ଜିଲ୍ଲା ପ୍ରଶାସନ। ଏଥିପାଇଁ କଟକବାସୀଙ୍କୁ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଧନ୍ୟବାଦ ଜଣାଇଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ପାଇଁ ସତର୍କ ସୂଚନା ମିଳିବା ପରେ କଟକରେ ତତ୍ପର ହୋଇଥିଲା ପ୍ରଶାସନ। ହଜାର ହଜାର ତଳିଆ ଅଂଚଳ ଓ ବସ୍ତି ଅଂଚଳର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିବାରେ ସଫଳ ହୋଇଥିଲା ପ୍ରଶାସନିକ ଟିମ।

ସେମାନଙ୍କର ଖାଦ୍ୟ, ସ୍ୱାସ୍ଥ୍ୟ, ପରିମଳ ଦିଗ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆ ଯାଇଥିଇଲା। କିଛି ମାତ୍ରାରେ ଘର, ଅଙ୍ଗନବାଡି ଓ ସ୍କୁଲ ଭାଙ୍ଗିବାର ରିପୋର୍ଟ ହସ୍ତଗତ ହୋଇଛି। କିଛି ସ୍ଥାନରେ ଗଛ ପଡି ରାସ୍ତା ଅବରୋଧକୁ ହଟାଇବା କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଅନ୍ୟପଟେ ଚାଷ ଜନିତ କୌଣସି କ୍ଷୟକ୍ଷତି ଆକଳନ ରିପୋର୍ଟ ଏଯାଏଁ ହସ୍ତଗତ ହୋଇନାହିଁ କାରଣ ବର୍ଷାର ପରିମାଣ ମଧ୍ୟ କମ୍‌ ରହିଥିଲା। କୌଣସି ଚାଷୀ ଫସଲ ନଷ୍ଟ ହୋଇଥିବା ନେଇ ଅଭିଯୋଗ କରିବା ପରେ ଜିଲା ପ୍ରଶାସନିକ ଟିମ ଉକ୍ତ ଅଂଚଳକୁ ଗସ୍ତ କରି ରିପୋର୍ଟ କରିବ ବୋଲି ଜିଲ୍ଲାପାଳ କହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button