IBN ଓଡ଼ିଶା ବ୍ୟୁରୋ

ତୀକ୍ଷ୍ଣ ମସ୍ତିଷ୍କ ପାଇଁ ଅନୁସରଣ କରନ୍ତୁ ଏହି ୫ଟି ଉପାୟ, ଆଜି ଜାଣିଥିବା କଥା ମନେରହିବ ବୁଢା ହେବା ଯାଏଁ

କୁହାଯାଏ ଜୀବନରେ ଆଗକୁ ବଢିବାକୁ ହେଲେ ମଣିଷ ବୁଦ୍ଧିମାନ ହେବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଅବଶ୍ୟ ପ୍ରତ୍ୟେକ ମଣିଷର ମସ୍ତିଷ୍କ ସମାନ ଭାବରେ ତୀକ୍ଷ୍ଣ ହୋଇନଥାଏ। ତଥାପି କିଛି ନୀତିଦିନିଆ ଅଭ୍ୟାସ ମାଧ୍ୟମରେ ଆପଣ ନିଜର ମସ୍ତିଷ୍କର ବିକାଶ କରାଇବାରେ ସଫଳ ହୋଇପାରିବେ। ଛୋଟ ଛୋଟ ଜିନିଷ କିମ୍ବା ଘଟଣା ଭୁଲିଯିବା କୌଣସି ଜନ୍ମଗତ ସମସ୍ୟା ନୁହେଁ ବରଂ କିଛି ସାମାନ୍ୟ ଉପାୟରେ ନିଜ ମନକୁ ତୀକ୍ଷ୍ଣ କରିପାରିବେ।

Food

୧. ଉତ୍ତମ ଖାଦ୍ୟ ଯଥା ସବୁଜ ପନିପରିବା, ପୁରା ଶସ୍ୟ, ଫଳ, ବାଦାମ, ଫ୍ୟାଟି ମାଛ, ବ୍ଲୁବେରି, ଷ୍ଟ୍ରବେରି, ଚା, କଫି କୁ ନୀତିଦିନିଆ ଖାଦ୍ୟ ଅଭ୍ୟାସରେ ବ୍ୟବହାର କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ତୀକ୍ଷ୍ଣ ହେବ।

Exercise

୨. ନିୟମିତ ଭାବରେ ବ୍ୟାୟାମ କରନ୍ତୁ। ଏହା କେବଳ ଯେ ଆପଣଙ୍କ ଶରୀର ସୁସ୍ଥ ରଖେ ତାହା ନୁହେଁ ବରଂ ଆପଣଙ୍କ ମନ ଏବଂ ମସ୍ତିଷ୍କକୁ ମଧ୍ୟ ସୁସ୍ଥ ରଖିଥାଏ।

Yoga

୩. ଯଦି ଆପଣଙ୍କ ଠାରେ ଏକାଗ୍ରତାର ଅଭାବ ରହିଛି ତେବେ ଆପଣ ନିୟମିତ ଭାବରେ ଧ୍ୟାନ କିମ୍ବା ଯୋଗ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ଠିକ୍ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିବ।

Languages

୪. ମାତୃଭାଷା ବ୍ୟତୀତ ଯଦି ଆପଣ ଅନ୍ୟ କିଛି ଭାଷା ଶିଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ପରିଣାମ ଦେବ। ଦ୍ୱିତୀୟ ଭାଷାର ଶବ୍ଦକୋଷ ବଢିବା ସହିତ ମନର ତୀକ୍ଷ୍ଣତା ମଧ୍ୟ ବୃଦ୍ଧି ପାଇବ।

Rubiks

୫. ନିତିଦିନିଆ କାର୍ଯ୍ୟ ଠାରୁ ପ୍ରତିଦିନ କିଛି ଅଲଗା ଏବଂ ନୂଆ କରିବାକୁ ଚେଷ୍ଟା କରନ୍ତୁ ଏହା କରିବା ଦ୍ୱାରା ଆପଣଙ୍କ ଏକାଗ୍ରତା ବଢ଼ିବା ସହିତ ବୁଦ୍ଧି ତୀକ୍ଷ୍ଣ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button