IBN ଓଡ଼ିଶା ବ୍ୟୁରୋ

ଘୁଙ୍ଗୁଡି ସମସ୍ଯା ପାଇଁ ଚିନ୍ତିତ କି ! ତେବେ ଏହି ସବୁ କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ…

ବନ୍ଧୁଗଣ ଅଧିକାଂଶ ଲୋକଙ୍କର ଘୁଙ୍ଗୁଡ଼ି ଭଳି ସମସ୍ୟା ରହିଥାଏ । କିଛିଲୋକ ଲୋକ ଭାବନ୍ତି କି ଘୁଙ୍ଗୁଡ଼ି କେବଳ ପୁରୁଷଙ୍କୁ ଆସିଥାଏ ମହିଳା ମାନଙ୍କୁ ନୁହେଁ । ହେଲେ କହିବାକୁ ଗଲେ ଏହି କଥାରେ ବିଲକୁଲ ମଧ୍ୟ ସତ୍ୟତା ନାହିଁ । ଘୁଙ୍ଗୁଡ଼ି କାହାକୁ ବି ଆସି ପାରେ । କହିବାକୁ ଗଲେ ବେକର ପଛପଟ ଭାଗ ଯେତେବେଳେ ସକାର ହୋଇଯାଏ ଓ ଅକ୍ସିଜେନ ଯେତେବେଳେ ସେଇ ରାସ୍ତା ଦେଇ ଯାଇଥାଏ, ତେବେ ଆଖପାଖର ଟିଶୁ ଭାଇବ୍ରେଟ୍ ହେବାକୁ ଲାଗିଥାଏ ।

1- ଯଦି ଆପଣଙ୍କୁ ଗୋଟେ ପଟ ହୋଇ ହୋଇ ଶୋଇବାର ଅଭ୍ୟାସ ଅଛି ତେବେ ଏହି ଅଭ୍ୟାସକୁ ଆଜି ହିଁ ବଦଳାଇ ଦିଅନ୍ତୁ କାହିଁକି ନା ଗୋଟେ ପଟ ହୋଇ ଶୋଇବା ଦ୍ଵାରା ଘୁଙ୍ଗୁଡ଼ି ଭଳି ସମସ୍ଯା ଆସିଥାଏ ।

2- ଆପଣଙ୍କୁ ସବୁବେଳେ ନିଜ ନାକଙ୍କୁ ସଫା ରଖିବା ଦରକାର କାହିଁକି ନା ନାକ ଦ୍ଵାରା ଆମେ ନିଶ୍ବାସ ନେଇଥାଉ ଓ ନିଶ୍ବାସ ନେବାରେ ସମସ୍ୟା ହେବାରୁ ଆମକୁ ଘୁଙ୍ଗୁଡ଼ି ଆସିଥାଏ ।

3- ଗରମ ପାଣିର ସେବନ କରିବା ଦ୍ୱାରା ଗଳାର ନଳୀ ଖୋଲିଥାଏ ଓ ଆମେ ଆରାମରେ ନିଶ୍ବାସ ନେଇପାରୁ । ଏଥିପାଇଁ ସବୁଦିନ ଶୋଇବା ପୂର୍ବରୁ ଗରମ ପାଣିର ସେବନ କରନ୍ତୁ ।

4- ଥଣ୍ଡା ଜିନିଷର ସେବନ କରିବା ଦ୍ୱାରା ଆମ ଗଳାରେ ସଙ୍କୋଚିତ ହେବାକୁ ଲାଗିଥାଏ ଯାହା ଘୁଙ୍ଗୁଡ଼ିର କାରଣ ହୋଇଥାଏ । ସେଥିପାଇଁ ଥଣ୍ଡା ଜିନିଷରୁ ଦୂରେଇ ରୁହନ୍ତୁ ।

5- ବେଶୀ ହେଭି ଡୋଜ ଔଷଧ ମଧ୍ୟ ଘୁଙ୍ଗୁଡ଼ିର ସମସ୍ୟାକୁ ବଢାଇ ଥାଏ । କାଶ ଔଷଧ ପାଇଁ ଶରୀର ମାଂସ ପେଶି ଗୁଡିକୁ ଆରାମ ମିଳିଥାଏ ଏହାପାଇଁ ମଧ୍ୟ ଘୁଙ୍ଗୁଡ଼ି ଆସିଥାଏ ।

6- ବହୁତ କମ ଲୋକ ଏହି କଥା ଜାଣିଥିବେ କି ଅଧିକ ମଦପିଇବା ଦ୍ଵାରା ଘୁଙ୍ଗୁଡ଼ି ଆସିବା ଆରମ୍ଭ ହୋଇଥାଏ । ବେଶୀ ମଦ ସେବନ କରିବା ଦ୍ୱାରା ଆମ ଶରୀରର ମାଂସପେଶୀକୁ ଆରାମ ମିଳିଥାଏ ଓ ସେଥିପାଇଁ ଘୁଙ୍ଗୁଡ଼ି ଆସିଥାଏ ।

 

ତେବେ ବନ୍ଧୁଗଣ ଉପୋରୋକ୍ତ କାରଣ ଗୁଡିକ ପାଇଁ କିଛି ଲୋକଙ୍କୁ ଘୁଙ୍ଗୁଡି ମାରିବା ଭଳି ଅଭ୍ଯାସ ରହିଥାଏ । ତେବେ ଏହା ଏକ ରୋଗ ନୁହେଁ । କିନ୍ତୁ କିଛି ନିର୍ଦ୍ଧିଷ୍ଟ କାରଣ ପାଇଁ ବହୁତ ଲୋକ ଶୋଇବା ସମୟରେ ଘୁଙ୍ଗୁଡି ମାରିଥାନ୍ତି । ତେବେ ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ଭଲ ଭଲ ଅପଡେଟ ପାଇବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

 

Related Articles

Leave a Reply

Your email address will not be published. Required fields are marked *

Back to top button