IBN ଓଡ଼ିଶା ବ୍ୟୁରୋ

ଏହି କାରଣରୁ ରାତିରେ ଖାଉଛନ୍ତି କି ମେଡ଼ିସିନ ? ଜାଣନ୍ତୁ କିପରି ବର୍ତ୍ତିବେ ଏଥିରୁ

ପରିବର୍ତ୍ତିତ ଜୀବନଶୈଳୀ ଲାଗି ନିଦ୍ରାହୀନତା ଏକ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ରାତିସାରା ଅନିଦ୍ରା ରହିବା ବା ନିଦ ନ ହେବା ଲାଗି ଅନେକ ଲୋକ ବିଭିନ୍ନ ଔଷଧ ଖାଇଥାନ୍ତି। ମାତ୍ର ଏହା ଅନେକାଂଶରେ କ୍ଷତିକାରକ ହୋଇଥାଏ। ଯଦି ଆପଣଙ୍କ ପାଖରେ ଏହି ସମସ୍ୟା ଦେଖାଯାଉଛି ତେବେ ଏହାକୁ ସାଧାରଣ ଭାବରେ ନିଅନ୍ତୁ ନାହିଁ ଏହା ଏକ ଗମ୍ଭୀର ସମସ୍ୟା ହୋଇପାରେ।

ଏହି ସମସ୍ୟାକୁ ଦୂର କରିବା ଲାଗି ଔଷଧ ବଦଳରେ ଜାଣନ୍ତୁ କିଛି ଉପଚାର।

– ବ୍ୟବହାର କରୁଥିବା ବେର୍ଡସିଟ୍‌କୁ ସବୁବେଳେ ସଫା ରଖିନ୍ତୁ। ଏପରିକି ତକିଆ ଖୋଳକୁ ପରିଷ୍କାର ରଖିବା ସହ ଆବଶ୍ୟକସ୍ଥଳେ ବଦଳାଇ ନୂଆ ବ୍ୟବହାର କରନ୍ତୁ। ଦେଖିବେ ଏହି ସମସ୍ୟା ଦୂର ହୋଇଯିବ।

-ରାତିରେ ଶୋଇବା ପୂର୍ବରୁ ଏକ ଘଣ୍ଟା ବୁଲାବୁଲି କରନ୍ତୁ। ଏପରି କରିବା ଫଳରେ ଶିଘ୍ର ନିଦ ହୋଇଥାଏ।

-ଖାଦ୍ୟ ଖାଇ ସାରିବା ପରେ ବିଛଣାକୁ ଯିବା ଅନେକ ଲୋକଙ୍କର ଅଭ୍ୟାସ ଥାଏ। ମାତ୍ର ଏପରି କରନ୍ତୁ ନାହିଁ। ଖାଇବାର କିଛି ସମୟ ପରେ ଶୋଇବାକୁ ଯାଆନ୍ତୁ।

– ବିଛଣାକୁ ଯିବା ପୂର୍ବରୁ ଫୋନ୍‌, ଲାପ୍‌ଟପ୍‌ ଆଦିଠାରୁ ଦୂରେଇ ରହିବେ।

– ଏହି ଛୋଟ ଛୋଟ ଜିନିଷ ଉପରେ ଆପଣ ଧ୍ୟାନ ଦେଲେ ଆପଣଙ୍କୁ ନିଦ୍ରାହୀନତା ସମସ୍ୟାରୁ ମୁକ୍ତି ପାଇବା ଲାଗି ଔଷଧ ଖାଇବାକୁ ପଡ଼ିବ ନାହିଁ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button