IBN ଓଡ଼ିଶା ବ୍ୟୁରୋ

ଶାରୀରିକ ସମ୍ପର୍କ କଲା ବେଳେ ଏମିତି କରିବା ଦ୍ୱାରା ହୋଇପାରେ ମୁହଁର କର୍କଟ, ଜାଣନ୍ତୁ କଣ କଲେ ରହିବେ ନିରାପଦ

ଓରାଲ ସେକ୍ସ କରିବା ଦ୍ୱାରା ବହୁତ ରୋଗକୁ ଆମେ ନିମନ୍ତ୍ରଣ କରିବା ସହ ମୁଖ କର୍କଟ ପରି ଭୟାନକ ରୋଗକୁ ମଧ୍ୟ ଡାକି ଅଣୁଛେ । ତେବେ ପ୍ରେମୀ ଯୁଗଳ ମାନେ ଏଭଳି ରୋଗ ଠାରୁ ନିଜକୁ ବଞ୍ଚାଇ ରଖିବା ପାଇଁ ଏହିଭଳି କାର୍ଯ୍ୟ ଠାରୁ ଦୂରେଇ ରହିବା ଦରକାର ଅଟେ ।

ବର୍ତ୍ତମାନ ସହରାଞ୍ଚଳରେ ଧୀରେ ଧୀରେ ମୁଂହଁର କ୍ୟାନ୍ସର ସଂଖ୍ୟା ବଢ଼ୁଥିବାର ଦେଖାଯାଉଥିବା ବେଳେ ଏହା ଉପରେ ଡାକ୍ତର ମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ଡାକ୍ତର ମାନଙ୍କ କହିବା ଅନୁସାରେ ଓରାଲ ସେକ୍ସ ମୁହଁର କ୍ୟାନ୍ସର ବଢ଼ୁଥିବାର ଏକ ମୁଖ୍ୟ କାରଣ ଅଟେ । ବିଶେଷଜ୍ଞଙ୍କ ଅନୁସାରେ ଓରାଲ ସେକ୍ସ ଦ୍ୱାରା (HPB) ଭାଇରସ୍ ମୁହଁ ବାଟେ ମଣିଷକୁ ସଂକ୍ରମିତ କରାଇଥାଏ ।

Your dream companion awaits!
Free profile brosing! Click here.

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉଭୟ ପୁରୁଷ ଏବଂ ମହିଳାଙ୍କ ଯୌନଙ୍ଗରେ (HPB) ଭାଇରସ୍ ମିଳିଥାନ୍ତି, ନିଜ ସାଥିର ଯୌନଙ୍ଗକୁ ମୁହଁରେ ନେବା ଦ୍ୱାରା ଏହି ଭାଇରସ୍ ବ୍ୟାପିଥାଏ ଏବଂ ଏଥିପାଇଁ କର୍କଟ ପରି ମାରାତ୍ମକ ରୋଗ ହୋଇଥାଏ ।

ଚିତ୍ତରଂଜନ ଜାତୀୟ କର୍କଟ ପ୍ରତିଷ୍ଠାନ (CNCI) ନିର୍ଦ୍ଦେଶକ ଜୟଦୀପ ବିଶ୍ୱାସଙ୍କ କହିବା ମୁତାବକ ପଶ୍ଚିମବଙ୍ଗରେ ବଢୁଥିବା କର୍କଟ ରୋଗୀଙ୍କ ସଂଖ୍ୟା ପାଇଁ ତମ୍ବାଖୁ ଏବଂ ଧୂମ୍ରପାନ ମୁଖ୍ୟ କାରଣ ହୋଇଥିବା ବେଳେ, ଓରାଲ ସେକ୍ସକୁ ମଧ୍ୟ ଏଡାଇ ନାହାନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତେବେ ବିଶେଷଜ୍ଞ ମାନେ ଓରାଲ ସେକ୍ସ ପୂର୍ବରୁ ଉଭୟେ ପୁରୁଷ ଏବଂ ମହିଳାଙ୍କୁ ନିଜ ନିଜର ଯୌନଙ୍ଗ ଭଲ ଭାବରେ ସଫା କରିବା ପାଇଁ ଉପଦେଶ ଦେଇଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button