ଖାଇବା ପରେ ଆପଣ ପେଟରେ ଜ୍ୱଳନ ସମସ୍ୟା ଅନୁଭବ କରୁଛନ୍ତି କି ? ଏହାର କାରଣ କଣ ହୋଇପାରେ, ଜାଣନ୍ତୁ …

ଖରାପ ଲାଇଫଷ୍ଟାଇଲ୍ କାରଣରୁ ବର୍ତ୍ତମାନ ସମୟରେ ଏସିଡିଟି ଓ ପାଚନ ସମ୍ୱନ୍ଧୀୟ ଅନେକ ସମସ୍ୟା ସାମନାକୁ ଆସୁଛି । ଏସିଡିଟିର ସମସ୍ୟା ଆଜିକାଲି ସମସ୍ତଙ୍କ ପାଖରେ ଦେଖା ଦେଉଛି । ଖାଦ୍ଯ ଖାଇବା ପରେ ପେଟରେ ଜ୍ୱଳନ ହେବା ବି ଏସିଡିଟିର ଏକ ଲକ୍ଷଣ , ଯାହାକୁ ଡାକ୍ତରଙ୍କ ଭାଷାରେ ହାର୍ଟବର୍ନ ଓ ଏସିଡ ରିଫ୍ଲକ୍ସ କୁହାଯାଏ । ଖାଇବା ପରେ ଜ୍ୱଳନର ସମସ୍ୟା ଅଧିକ ସେତେବେଳେ ହୋଇଥାଏ , ଯେତେବେଳେ ମସଲାଯୁକ୍ତ ଖାଦ୍ୟ ଖାଇଥିବ । ହେଲେ କେବେ ବି ଜ୍ୱଳନ ହେବା ଏକ ସାଧାରଣ କଥା ହୋଇପାରେ । କିନ୍ତୁ ପ୍ରତିଥର ଭୋଜନ ପରେ ଜ୍ୱଳନ ହେବା ଏକ ବଡ଼ ରୋଗ ହୋଇପାରେ । ଆସନ୍ତୁ ଜାଣିବା କାହିଁକି ଖାଇବା ପରେ ପେଟ ଓ ଛାତିରେ ଜ୍ୱଳନ ହୋଇଥାଏ ।
ଖାଦ୍ୟ ଖାଇବା ପରେ କାହିଁକି ପେଟରେ ଜ୍ୱଳନ ହୋଇଥାଏ ?
ଖାଦ୍ୟ ଖାଇବା ପରେ ପେଟରେ ଜ୍ୱଳନର ସମସ୍ୟା ପାଇଁ ଅନେକ କାରଣ ଦାୟୀ ହୋଇପାରେ । ଏମିତି ଲୋକ ଯିଏ ବହୁତ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇଥାନ୍ତି, ତାଙ୍କୁ ଏହି ସମସ୍ୟାର ବିପଦ ସବୁଠୁ ଅଧିକା ରହିଥାଏ ।
1 – ଗ୍ୟାଷ୍ଟ୍ରୋଇସୋଫେଗଲ ରିଫ୍ଲକ୍ସ ଡିଜିଜ୍ :-
ପେଟରେ ଜ୍ୱଳନ ଏସିଡ ରିଫ୍ଲକ୍ସ କାରଣରୁ ହୋଇପାରେ । ଯେବେ ପେଟର ତଳ ଭାଗରେ ଖାଦ୍ୟ ପହଞ୍ଚି ଆଉଥରେ ଉପର ଫୁଡ ପାଇପ୍କୁ ଆସିଥାଏ, ତେବେ ଏହି ସମସ୍ୟାକୁ ଗ୍ୟାଷ୍ଟ୍ରୋଇସୋଫେଗଲ ଏସିଡ୍ ରିଫ୍ଲକ୍ସ (ଜିଇଆରଡି) କୁହାଯାଏ ।
2 – ହାଇଟଲ ହର୍ନିଆ :-
ପେଟରେ ହର୍ନିଆ ହେବା ସାଧାରଣ ଅବସ୍ଥା । ଏହି କାରଣରୁ ଅନେକ ଥର ଖାଦ୍ୟ ଖାଇବାରେ ସମସ୍ୟା, ଜ୍ୱଳନ, ଯନ୍ତ୍ରଣ, କ୍ଲାନ୍ତ ବା ମୁହଁର ସ୍ୱାଦ ବିଗିଡି ଯାଇଥାଏ । ଯଦି କାହାର ସାମାନ୍ୟ ସମସ୍ୟା ହୋଇଥାଏ ତ,ତାଙ୍କୁ ଖାଦ୍ୟର ପ୍ୟାଟର୍ନରେ ପରିବର୍ତ୍ତନ ଓ ସୁଧାରିକି ଠିକ୍ କରାଯାଇ ପାରେ ।
3 – ମସଲାଯୁକ୍ତ ଖାଦ୍ୟ :-
ମସଲାଯୁକ୍ତ ଖାଦ୍ୟ ଖାଇବା ଖୁବ୍ ତୀକ୍ଷଣ ହୋଇଥାଏ, ଯାହାକି ମୁହଁ ଓ ବେକରେ ଜ୍ୱଳନ ସୃଷ୍ଟି କରିଥାଏ । ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମୁହଁରେ ଜ୍ୱଳନ,ପେଟରେ ଯନ୍ତ୍ରଣା, ଏସିଡ ରିଫ୍ଲକ୍ସ ଆଦି ହୋଇଯାଏ ।
ପେଟର ଜ୍ୱଳନ ସମସ୍ୟାକୁ ଏମିତି କରନ୍ତୁ ଦୂର :-
1 – ଯଦି ପେଟରେ ଜ୍ୱଳନ ସମସ୍ୟା ଦୀର୍ଘ ଦିନରୁ ରହିଛି ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହାସହ ଏହି ରୋଗକୁ କିଛି ସ୍ୱତନ୍ତ୍ର ଘରୋଇ ଉପଚାର ଦ୍ୱାରା ଦୂର କରାଯାଇ ପାରେ ।
2 – ଖାଦ୍ୟ ଖାଇବା ପରେ ତୁରନ୍ତ ଶୋଇ ଯିବା ଉଚିତ ନୁହେଁ । ଖାଇବା ପରେ ତୁରନ୍ତ ଶୋଇଲେ ଏସିଡ ରିଫ୍ଲକ୍ସ ଭଳି ପାଚନ ସମ୍ୱନ୍ଧୀୟ ସମସ୍ୟା ଦେଖାଦେଇ ଥାଏ ।
3 – ଖାଦ୍ୟ ଖାଇବା ପରେ ଅତି କମ୍ରେ ୧୦୦୦ ଷ୍ଟେପ୍ସ ଚାଲିବା ଉଚିତ୍ । ଏମିତି କଲେ ଡାଇଜେଷ୍ଟିଭ୍ ସିଷ୍ଟମ, ବ୍ଲଡ ସୁଗାର ଲେବଲ ଓ ସ୍ୱାସ୍ଥ୍ୟ ଭଲ ରହିଥାଏ ।