IBN ଓଡ଼ିଶା ବ୍ୟୁରୋ

କିଡନୀରେ ପଥର ହେଲେ ଶରୀର ଦେଖାଇଥାଏ ଏହି ସବୁ ଲକ୍ଷଣ, ନିଶ୍ଚିତ ଜାଣି ରଖନ୍ତୁ

ଶରୀରରେ ରହିଥିବା ମୁଖ୍ୟ ଅଙ୍ଗ ଗୁଡ଼ିକ ମଧ୍ୟରେ କିଡନୀ ଅନ୍ୟତମ। କିନ୍ତୁ, ବର୍ତ୍ତମାନ ଲୋକଙ୍କ ଜୀବନଶୈଳୀ ଏବଂ ଭୁଲ୍ ଖାଦ୍ୟଅଭ୍ୟାସ ହେତୁ ସେମାନେ କିଡନୀ ଜନିତ ରୋଗ ଯଥା କିଡନୀରେ ପଥର ହେବା ଭଳି ରୋଗର ଶିକାର ହେଉଛନ୍ତି। ଏହା ଦ୍ୱାରା ଅନେକେ ଆକ୍ରାନ୍ତ ହେଉଥିବା ବେଳେ ଯନ୍ତ୍ରଣା ଏବଂ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି।

Kidney problem

ମୁଖ୍ୟତଃ କିଡନୀ ଭିତରେ କ୍ୟାଲସିୟମ୍ କିମ୍ବା ୟୁରିକ୍ ଏସିଡ୍, ଲୁଣ ଓ ମିନେରାଲ୍ସ ଏକାଠି ହେବାଦ୍ୱାରା ହିଁ ଷ୍ଟୋନ୍ ସୃଷ୍ଟି ହୋଇଥାଏ। ଛୋଟ ଛୋଟ ଷ୍ଟୋନ୍ ମଧ୍ୟ ଅସୁବିଧା ସୃଷ୍ଟି କରୁଥିବା ବେଳେ ଏହା ବଡ଼ ଆକାରର ହୋଇଗଲେ ଅସହ୍ୟ ଯନ୍ତ୍ରଣା ସୃଷ୍ଟି କରିପାରେ। ଏପରି ପରିସ୍ଥିତି ସୃଷ୍ଟି ହେଲେ ସାଧାରଣତଃ ଡାକ୍ତର ଅପରେସନ କରିବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ, ପ୍ରାରମ୍ଭିକ ସମୟରୁ ହିଁ ଏହାର ଚିହ୍ନଟ ହୋଇପାରିଲେ ଆପଣ ବିନା ଅସ୍ତ୍ରୋପଚାରରେ ଭଲ ହୋଇପାରିବେ।

Back pain

ଯଦି ନିୟମିତ ଭାବରେ ଅଣ୍ଟା, ତଳିପେଟ କିମ୍ବା ଉଭୟରେ ଯନ୍ତ୍ରଣା ଲାଗି ରହୁଛି। ତେବେ, ଏହା କିଡନୀ ଷ୍ଟୋନର ଲକ୍ଷଣ ହୋଇପାରେ। ପରିଶ୍ରା କରିବା ସମୟରେ ଯଦି ପୋଡ଼ାଜଳା ଏବଂ ଯନ୍ତ୍ରଣା ଲାଗି ରହୁଛି ତେବେ ତୁରନ୍ତ ନିକଟସ୍ଥ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ପରିଶ୍ରାରେ ଅଲଗା ପ୍ରକାର ଗନ୍ଧ ଆସିବା କିମ୍ବା ରକ୍ତ ଆସୁଥିଲେ ତୁରନ୍ତ ଏହାର ପରୀକ୍ଷା କରନ୍ତୁ।

Kidney

କିଡନୀ ଜନିତ ରୋଗ ଖାସ୍ କରି ଷ୍ଟୋନ୍ ଠାରୁ ଦୂରେଇ ରହିବାକୁ ହେଲେ ତେଲ, ଅତ୍ୟଧିକ ଲୁଣ ଏବଂ ଚିନି ଜାତୀୟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ପ୍ରଚୁର ମାତ୍ରାରେ ପାଣି ପିଇବା ସହିତ ସବୁଜ ପନିପରିବା ଖାଇବାକୁ ଅଭ୍ୟାସ କରନ୍ତୁ। ଯଥାସମ୍ଭବ ଧୂମ୍ରପାନ ଏବଂ ନିଶାଦ୍ରବ୍ୟ ସେବନ କରିବା ଠାରୁ ଦୂରେଇ ରୁହନ୍ତୁ। ନିୟମିତ ଭାବରେ ବ୍ୟାୟାମ କରିବା ସହିତ ମାସକୁ ଥରେ ନିଜର ହେଲଥ୍ ଚେକଅପ୍ ନିଶ୍ଚିତ କରାନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button