IBN ଓଡ଼ିଶା ବ୍ୟୁରୋ

ଅଧିକ ସମୟ ପର୍ଯ୍ୟନ୍ତ ଟିଭି ଦେଖୁଥିଲେ ସାବଧାନ : ହୋଇପାରନ୍ତି ଏହି ଭୟଙ୍କର ରୋଗର ଶିକାର

ଦୀର୍ଘ ସମୟ ଧରି ଟିଭି ସାମ୍ନାରେ ବସିରହିବା ଏବଂ ଏହାକୁ ଦେଖିବାକୁ ସାଧାରଣତଃ ଘର ଲୋକ ମନା କରିଥାନ୍ତି। ଏହା ଦ୍ୱାରା ଆଖି ଏବଂ ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପଡିଥାଏ ବୋଲି କୁହାଯାଏ। ତେବେ, ଏକ ଗବେଷଣା ଅନୁଯାଇ ଅଧିକ ଟିଭି ଦେଖିବା ଦ୍ୱାରା ଆପଣ ଆହୁରି ଜଟିଳ ସମସ୍ୟା ଦେଇ ଗତି କରି ପାରନ୍ତି।

Tv

ପ୍ରକୃତରେ ଅଧିକ ସମୟ ଟିଭି ଦେଖିବା ଦ୍ୱାରା ଶରୀରରେ ବ୍ଲଡ୍ କ୍ଲଟ୍ ସୃଷ୍ଟି ହୋଇଥାଏ ବୋଲି ଗବେଷକମାନେ କହିଛନ୍ତି। ଅଧିକ ଟିଭି ଦେଖୁଥିବା ଲୋକଙ୍କ ଠାରେ ଭେନସ୍ ଥ୍ରମ୍ବୋ ଏମ୍ବୋଲିଜିମ ସିଂଡ୍ରମ୍ ଦେଖା ଦେଇଥାଏ ଯେଉଁଥିରେ ଶରୀରର ଶିରା, ଫୁସ୍ଫୁସ୍ ଏବଂ ପେଲ୍ଭିସରେ ରକ୍ତ ଜମାଟ ବାନ୍ଧିଥାଏ। ଏହା ବ୍ୟତୀତ ଶିରା ପ୍ରଶିରାରେ ବ୍ଲଡ଼ କ୍ଲଟ୍ ଅଥବା ରକ୍ତ ଜମାଟ ବାନ୍ଧିଥାଏ।Blood clot

ଯାହାଫଳରେ ସେମାନଙ୍କ ଠାରେ ହୃଦଘାତ, ବ୍ରେନ୍ ଷ୍ଟ୍ରୋକ୍ ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ। ୟୁନିଭର୍ସିଟି ଅଫ୍ ସିଡନିରେ ବିଶେଷଜ୍ଞମାନେ ଦୀର୍ଘବର୍ଷ ଧରି ଏହା ଉପରେ ଗବେଷଣା କରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଖାସ୍ କରି ଶରୀରରେ ବ୍ଲଡ୍ କ୍ଲଟ୍ ସମସ୍ୟା ଦ୍ୱାରା ପୀଡିତ ଯୁବକ ଯୁବତୀମାନେ ଅଧିକ ସମୟ ପର୍ଯ୍ୟନ୍ତ ଟିଭି ଦେଖୁଥିବା ନେଇ ଏହି ଗବେଷଣାରୁ ଜଣାପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button