ରାଜନୀତି

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ – Ibnodisha

[ad_1]

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ରାଜ୍ୟ କଂଗ୍ରେସର ପ୍ରସ୍ତୁତ ହୋଇଥିବା ଗ୍ୟାରେଂଟି କାର୍ଡ଼କୁ ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ଅଖିଳ ଭାରତ ଜାତୀୟ କଂଗ୍ରେସର ଗଣମାଧ୍ୟମ ବିଭାଗର ସଂଯୋଜିକା ଶ୍ରୀମତୀ ବବିତା ଶର୍ମା, ଭୁବନେଶ୍ୱର ଜିଲ୍ଳା କଂଗ୍ରେସର ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଅଶୋକ ଦାସ, ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ଏବଂ ସାମାଜିକ ଗଣମାଧ୍ୟମର ମୁଖ୍ୟ ଶ୍ରୀ ଅମିୟ ପାଣ୍ଡବ ଭୁବନେଶ୍ୱର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଗ୍ୟାରେଂଟି କାର୍ଡକୁ ଉନ୍ମୋଚିତ କରିଥିଲେ । ରାଜ୍ୟରେ କଂଗ୍ରେସ ଶାସନକୁ ଫେରିଲେ ଜନସାଧାଣଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ୫ଟି ମୁଖ୍ୟ ଗ୍ୟାରେଂଟିକୁ ସରକାର ପାଳନ କରିବ ବୋଲି ଆଜି ଶ୍ରୀ ପ୍ରସାଦ ହରିଚନ୍ଦନ ସାମ୍ବାଦିକ ମାନଙ୍କୁ କହିଥିଲେ । ଶ୍ରୀ ହରିଚନ୍ଦନ କହିଥିଲେ ଯେ ଗୃହଜ୍ୟୋତି ଯୋଜନାରେ ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କୁ ୨୦୦ ୟୁନିଟ ବିଦ୍ୟୁତ ଦେୟ ସଂପୂର୍ଣ୍ଣ ଛାଡ଼ କରାଯିବା ସହିତ ଯୁବ ବିକାଶ ଗ୍ୟାରେଂଟିରେ ୫ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ସହିତ ବେକାର ଯୁବକ ଯୁବତୀଙ୍କୁ ମାସକୁ ୩ ହଜାର ଟଙ୍କା ବେକାରୀ ଭତା ପ୍ରଦାନ କରାଯିବ । ରାଜ୍ୟରେ ଠିକା ନିଯୁକ୍ତିକୁ ସଂପୂର୍ଣ୍ଣ ବନ୍ଦ କରାଯିବ ।

କୃଷକ ବନ୍ଧୁ ଯୋଜନାରେ ବୋନସ ହ କ୍ୱିଂଟାଲ ପ୍ରତି ୩ ହଜାର ଟଙ୍କାରେ ଧାନ କ୍ରୟ କରାଯିବା ସହିତ ମଣ୍ଡିରେ ଥିବା କଟଣୀ ଓ ଛଟଣୀକୁ ସଂପୂର୍ଣ୍ଣ ବନ୍ଦ କରାଯିବ । କୃଷିଋଣ ସଂପୂର୍ଣ୍ଣ ଛାଡ଼ କରାଯିବା ସହିତ କୃଷକମାନଙ୍କ ପାଇଁ ମାସିକ ୨ ହଜାର ଟଙ୍କା ପେନସନ ରାଶି ପ୍ରଦାନ କରାଯିବ । ଏହାଦ୍ୱାରା ରାଜ୍ୟରେ ସିଂହ ଭାଗ ଜନସାଧାରଣ ଯେଉଁମାନେ କୃଷି ଓ କୃଷିକର୍ମ ସହିତ ସଂପୃକ୍ତ ସେମାନଙ୍କର ଆର୍ଥିକ ସ୍ୱଚ୍ଛଳତା ଆସିବ । ଗୃହଲକ୍ଷ୍ମୀ ଯୋଜନାରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ କରାଯିବା ସହିତ ମହିଳାଙ୍କୁ ମାସିକ ଭତା ୨ ହଜାର ଟଙ୍କା ଏବଂ ଆଦିବାସୀ ଓ ଦଳିତ ବର୍ଗର ମହିଳାଙ୍କୁ ମାସିକ ୩ ହଜାର ଟଙ୍କା ଭତା ପ୍ରଦାନ କରାଯିବ । ମହିଳାମାନଙ୍କୁ ୫ଶହ ଟଙ୍କାରେ ରୋଷେଇ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ । ଜନକଲ୍ୟାଣ ଗ୍ୟାରେଂଟି  ଯୋଜନାରେ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଶ୍ଚିତ ସ୍ୱାସ୍ଥ୍ୟବୀମା ଯୋଜନା ଦ୍ୱାରା ଚିକିତ୍ସା ବ୍ୟବସ୍ଥାର ସୁବିଧା ଯୋଗାଇ ଦିଆଯିବ । ବାର୍ଦ୍ଧକ୍ୟ ଭତା, ବିଧବା ଭତା ଓ ଦିବ୍ୟାଙ୍ଗକୁ ମାସିକ ୨ ହଜାର ଟଙ୍କା ଭତା ପ୍ରଦାନ କରାଯିବ ।

ଚିଟଫଣ୍ଡ ପ୍ରଭାବିତ ଜମାକାରୀମାନଙ୍କୁ ୬ ମାସ ମଧ୍ୟରେ ସୁଧ ସହ ଜମାରାଶି ଫେରସ୍ତ  କରାଯିବ । ଆଦିବାସୀ ଓ ଦଳିତଙ୍କର ନିଜ ଜମି ଓ ଜଙ୍ଗଲ ଉପରେ ସଂପୂର୍ଣ୍ଣ ଅଧିକାରକୁ ଲାଗୁ କରାଯିବ । ପେସା ଆଇନକୁ ସରକାର ଆସିବାର ୧୦୦ ଦିନ ମଧ୍ୟରେ କଡ଼ାକଡ଼ି ଭାବେ ଲାଗୁ କରାଯିବ । କଂଗ୍ରେସ ସରକାର ପୂରୁଣା ପେନସନ ବ୍ୟବସ୍ଥା ଲାଗୁ କରାଯିବ । କଂଗ୍ରେସ ଯାହା କହେ ତାହା କରେ । କିନ୍ତୁ ବିଜେଡ଼ି ଓ ବିଜେପି ଉଭୟ ଏ ରାଜ୍ୟକୁ ୨୪ ବର୍ଷ ମଧ୍ୟରେ ଯେତେଗୁଡ଼ିଏ ପ୍ରତିଶ୍ରୁତି ଦେଇଥିଲେ ତାହା କେବଳ ପ୍ରତାରଣାରେ ପରିଣତ ହୋଇଛି । ରାଜ୍ୟର ସାମଗ୍ରିକ ସ୍ଥିତିର କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ ।

କଂଗ୍ରେସର ଆଶା ଓ ବିଶ୍ୱାସ ଓଡ଼ିଶାର ଜନସାଧାରଣ କଂଗ୍ରେସକୁ ସୁଯୋଗ ଦେବେ ଓଡ଼ିଶା ବାସୀଙ୍କର ସେବା କରିବାପାଇଁ ।  “ନୂଆ ଓଡ଼ିଶା ଗଢ଼ିବା ଆସ ସଂକଳ୍ପ କରେ କଂଗ୍ରେସ” ଏହା ହେଉଛି କଂଗ୍ରେସର ଡାକରା । କଂଗ୍ରେସ ଆସିବ ଓଡ଼ିଶାର କୃଷକ, ଯୁବକ, ମହିଳା ଓ ଛାତ୍ରଙ୍କ ମନରେ ହସ ଫୁଟିବ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଏହି ଗ୍ୟାରେଂଟି କାର୍ଡ଼କୁ ଘରେ ଘରେ ପଂହଚାଇବା ପାଇଁ ଜିଲ୍ଲାର ସମସ୍ତ କର୍ମକର୍ତାଙ୍କୁ ଅନୁରୋଧ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ବ୍ରହ୍ମାନନ୍ଦ ସାହୁ, ପ୍ରାଚୀ ରାଉତରାୟ, ରାଜ୍ୟ ସମ୍ପାଦକ ମିହିର ଆଚାର୍ଯ୍ୟ, ଆଶିଷ ମଲ୍ଲିକ, ଜିଲ୍ଳା ଉପସଭାପତି ପ୍ରଶାନ୍ତ ଚମ୍ପତି ଓ ସଂପାଦକ ଦେବାଶିଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button