ରାଜନୀତି

ଛାତ୍ର ସଂସଦ ନିର୍ବାଚନ ଦାବି, ଆଜି ରାଜରାସ୍ତାକୁ ଓହ୍ଲାଇବ ଏବିଭିପି – Ibnodisha

[ad_1]

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକରେ ବାର୍ଷିକ ସାଧାରଣ ନିର୍ବାଚନ ଆଯୋଜନ ହେବନି। ଏହାକୁ ବିରୋଧ କରି ବିରୋଧୀ ରାଜନୈତିକ ଦଳର ଛାତ୍ର ସଂଗଠନଗୁଡ଼ିକ ବୁଧବାର ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ତୀବ୍ର ବିରୋଧ କରିଛନ୍ତି। ଏହାପରେ ଆଜି କ୍ୟାମ୍ପସ ନିର୍ବାଚନ ପାଇଁ ଦାବି କରି ଏବିଭିପି ସାରା ରାଜ୍ୟରେ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି। ରାଜରାସ୍ତାକୁ ଓହ୍ଲାଇବା ସହ ଛାତ୍ରସଂସଦ ନିର୍ବାଚନ ପାଇଁ ଆଇନର ଆଶ୍ରୟ ନେବ। ଲଗାତାର ଷଷ୍ଠ ଥର ପାଇଁ ରାଜ୍ୟ ସରକାର ଛାତ୍ରସଂସଦ ନିର୍ବାଚନ ବନ୍ଦ କରି ଛାତ୍ର ନେତୃତ୍ବ ପ୍ରତି ଥିବା ନିଜର ଭୟକୁ ପ୍ରମାଣିତ କରିଛନ୍ତି ବୋଲି ଏବିଭିପି ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି। ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଇ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିବାକୁ ଛାତ୍ର ନେତାମାନେ ଦାବି କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା 2023-24 ଶିକ୍ଷାବର୍ଷର କମନ୍ ଏକାଡେମିକ୍ କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ କିଛି ଉଲ୍ଲେଖ ନଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିବା ସହ ଚଳିତ ବର୍ଷ କ୍ୟାମ୍ପସ ନିର୍ବାଚନ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। 2018 ପରଠାରୁ ରାଜ୍ୟରେ କ୍ୟାମ୍ପସ ନିର୍ବାଚନ ହୋଇନାହିଁ। ଏହା ପୂର୍ବରୁ ମଧ୍ୟ କଲେଜ ନିର୍ବାଚନକୁ ମଝିରେ ମଝିରେ ବନ୍ଦ କରାଯାଇଥିଲା, ସେମାନେ କହିଛନ୍ତି ଯେ କ୍ୟାମ୍ପସ ନିର୍ବାଚନ ପାଇଁ ରାଜ୍ୟ ସରକାର ତାରିଖ ଘୋଷଣା କରନ୍ତୁ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button